ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀମନ୍ଦିରେ ବାରମ୍ବର ହିଡେନ୍‍ କ୍ୟାମେରା ଠାବ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ । ବାରମ୍ବାର ହିଡେନ୍‍ କ୍ୟାମେରା ନେଇ ଭକ୍ତମାନେ ପ୍ରବେଶ କରୁଥିବାରୁ ଏହାକୁ ଗମ୍ଭୀରତାର ସହ ବିଚାର କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି । ଏହା ଜାଣିବା ବି କଷ୍ଟ, କେବଳ ଫଟୋ ଉଠାଇବା ବେଳେ ଜାଣି ହେବ । ଆହୁରି କଠୋରତାର ସହ କିପରି ଚେକିଂ କରାଯିବ ସେନେଇ ବିଚାର କରାଯାଉଛି । ଏଭଳି ଚଞ୍ଚକତା କରି ଶ୍ରୀମନ୍ଦିର ଫଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଉଚିତ ଦଣ୍ଡ ଦିଆଯିବ ।

ପ୍ରକାଶ ଯେ ମଙ୍ଗଳବାର ସକାଳୁ ପଶ୍ଚିମ ଦ୍ୱାର ନିକଟରୁ ଧରାପଡିଛି ହିଡେନ୍‍ କ୍ୟାମେରା । ଚଷମାରେ ହିଡେନ୍‍ କ୍ୟାମେରା ଲଗାଇ ପ୍ରବେଶ କରିଥିଲେ ପଶ୍ଚିମବଙ୍ଗର ଜଣେ ଯୁବକ । ସଂପୃକ୍ତ ଯୁବକଙ୍କୁ ସିଂହଦ୍ୱାର ଥାନା ପୁଲିସ ଅଟକାଇ ମୋବାଇଲ ଜବତ କରି ଯାଞ୍ଚ କରୁଛି । ଗତକାଲି ଗୁଜୁରାଟର ଜଣେ ବ୍ୟକ୍ତି ମଧ୍ୟ ଅନୁରୂପ କାର୍ୟ୍ୟ ପାଇଁ ଧରାପଡିଥିଲେ ।

  • Related Posts

    ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଜରିଆରେ ସାମାଜିକ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବୈଠକ- ‘ପ୍ରୟାସ’

    ତୃଣମୂଳ ସ୍ତରରେ ସମସ୍ୟାକୁ ଚିହ୍ନଟ କରି ଏହାର ସମାଧାନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ ‘ସୁପୋଷିତ ଓଡ଼ିଶା’, ପ୍ରାଥମିକ ସ୍ତରରୁ ଶିକ୍ଷାର ମାନ ବୃଦ୍ଧି ପାଇଁ ଅଭିଯାନକୁ ଜୋରଦାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର ୮ ଅକ୍ଟୋବର ୨୦୨୬ ଆଜି ଲୋକସେବା…

    Continue reading
    ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ମୃତ

    ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଳି ଛକ ୩୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ପ୍ରାଣ ହରାଇଛନ୍ତି । ଆଜି ସକାଳ ୫ ଘଣ୍ଟା ୩୦ ମିନିଟ୍ ସମୟରେ ଅଜଣା ଟ୍ରକ ଧକ୍କା ଦେଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ