କେବଳ ରାଜନୈତିକ ଫାଇଦା ପାଇଁ ସୁଭଦ୍ରା ଯୋଜନା :ପ୍ରସନ୍ନ ଆଚାର୍ୟ୍ୟ

ଭୁବନେଶ୍ବର : ଜୟପୁର ଠାରେ ସୁଭଦ୍ରା ଯୋଜନାର ୩ୟ କିସ୍ତି ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ସୁଭଦ୍ରା ଯୋଜନାର ୩ୟ କିସ୍ତିକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେଡି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି, ସୁଭଦ୍ରା ଯୋଜନା କେବଳ ରାଜନୈତିକ ଫାଇଦା ପାଇଁ କାର୍ୟ୍ୟକାରୀ କରାଯାଇଛି । ସୁଭଦ୍ରା ଟଙ୍କା କେମିତି ଖର୍ଚ୍ଚ ହେଉଛି ତାର ସର୍ଭେ କରାଯିବା ଉଚିତ । ଯେତିକି ଟଙ୍କା ଦିଆଯାଉଛି ସେଥିରେ ମହିଳା ମାନେ ବ୍ୟବସାୟରେ ଲଗେଇ ପାରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ନିର୍ବାଚନ ସମୟରେ ଯାହା କହିଥିଲେ ତାହା ଦେଲେ ନାହିଁ । ଏବେ ୫ ହଜାର ଟଙ୍କା ନେଇ କ’ଣ କଜଳ, ଚୁଡ଼ି କିଣିବେ ବୋଲି ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି । ତାର ରିଟର୍ଣ୍ଣି କେମିତି ଆସିବ ସେ ବ୍ୟବସ୍ଥା ହେବା ଉଚିତ । କିନ୍ତୁ ଯେଉଁ ଟଙ୍କା ବିନିଯୋଗ ହେଉଛି ତାହାର ରିଟର୍ଣ୍ଣି କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି । ଯାହାଦ୍ୱାରା ସେମାନେ ଲାଭ ପାଇବେ । ଏପରି ଭାବେ ସହାୟତା ଦିଆଯିବା ଉଚିତ ଯେମିତି ସେଥିରୁ କିଛି ଉତ୍ପାଦନ କରିପାରିବେ । ରାଜକୋଷରୁ ଟଙ୍କା ଖର୍ଚ୍ଚ ହେବ ହେଲେ ତାହାର ରିଟର୍ଣ୍ଣି ନ ଆସିଲେ ତାର ଲାଭ କ’ଣ । ଏହା କେବଳ ଭୋଟ୍‌ ରାଜନୀତି ପାଇଁ ବ୍ୟବସ୍ଥା ବୋଲି ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି ।

  • Related Posts

    ଭାରତ ଦୂତାବାସକୁ ଗ୍ୟାସ, ପାଣି ଯୋଗାଣ ବନ୍ଦ କଲେ ପାକିସ୍ତାନ ସରକାର

    ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଭାରତ ଓ ପାକିସ୍ତାନ ମ୍ମରେ କୂଟନୈତିକ ଲଢେଇ ତୀବ୍ର ହୋଇଛି । ରିପୋର୍ଟ ଅନୁଯାୟୀ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟକୁ ପାକିସ୍ତାନ ସରକାର ପାଣି ଓ ଗ୍ୟାସ ଯୋଗାଣ ବନ୍ଦ କରିଦେଇଥିବା ଜଣାପଡିଛି । ଏହା…

    Continue reading
    ‘ଗୋଟିଏ ଲୋକ, ଗୋଟିଏ ଭୋଟ’ ପାଇଁ ଡିଜିଟାଲ ଭୋଟର ତାଲିକା ଜାରି କର : ରାହୁଲ

    ନୂଆଦିଲ୍ଲୀ: ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ବିରୋଧରେ ତାଙ୍କର ଆକ୍ରମଣକୁ ତୀବ୍ର କରିଛନ୍ତି। ଭୋଟ ଚୋରିକୁ ନେଇ ନିର୍ବାଚନ ଆୟୋଗ (ଇସି)ଙ୍କ ବିରୋଧରେ ନିଜର ଲଢେଇ ପାଇଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    CM Launches Odisha Marine Biotechnology Research & Innovation Corridor

    ସର୍ବସାଧାରଣ ସ୍ଥାନରୁ ବୁଲା କୁକୁର ହଟାଇବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

    ଭାରତ ଦୂତାବାସକୁ ଗ୍ୟାସ, ପାଣି ଯୋଗାଣ ବନ୍ଦ କଲେ ପାକିସ୍ତାନ ସରକାର

    ୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହେବ ମାଆ କଟକ ଚଣ୍ଡୀଙ୍କ ମନ୍ଦିର ଉନ୍ନତିକରଣ

    ରାଜନଗରରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

    ଇସ୍ରାଏଲ ଆକ୍ରମଣରେ ୫ ଅଲ୍‌ ଜଜିରା ସାମ୍ବାଦିକ ମୃତ