‘ଗୋଟିଏ ଲୋକ, ଗୋଟିଏ ଭୋଟ’ ପାଇଁ ଡିଜିଟାଲ ଭୋଟର ତାଲିକା ଜାରି କର : ରାହୁଲ

ନୂଆଦିଲ୍ଲୀ: ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ବିରୋଧରେ ତାଙ୍କର ଆକ୍ରମଣକୁ ତୀବ୍ର କରିଛନ୍ତି। ଭୋଟ ଚୋରିକୁ ନେଇ ନିର୍ବାଚନ ଆୟୋଗ (ଇସି)ଙ୍କ ବିରୋଧରେ ନିଜର ଲଢେଇ ପାଇଁ ଜନ ସମର୍ଥନ ହାସଲ କରିବା ଲାଗି ରାହୁଲ ଏକ ୱେବସାଇଟ୍ ଜାରି କରିଛନ୍ତି। ୱେବସାଇଟ୍‌ http://votechori.in/ecdemandକୁ ଯାଇ ଜଣେ ରାହୁଲଙ୍କ ପ୍ରତି ସମର୍ଥନ ଜଣାଇପାରିବେ କିମ୍ବା ମୋବାଇଲ୍ ନମ୍ବର ୯୬୫୦୦୦୩୪୨୦କୁ ମିସ୍‌ କଲ ଦେଇ ଜଣେ ରାହୁଲଙ୍କ ଲଢେଇରେ ସାମିଲ ହୋଇପାରିବେ। ସୋସିଆଲ ମିଡିଆ ‘ଏକ୍ସ’ ପୋଷ୍ଟରେ ରାହୁଲ ଲେଖିଛନ୍ତି ଯେ ଇସିଙ୍କ ବିରୋଧରେ ସେ ଯେଉଁ ଲଢେଇ ଆରମ୍ଭ କରିଛନ୍ତି ତାହା ଦେଶର ଗଣତନ୍ତ୍ରକୁ ସୁରକ୍ଷା ଦେବା ଲାଗି ଉଦ୍ଦିଷ୍ଟ। ନିର୍ବାଚନ ଆୟୋଗ ଯେଉଁ ଭୋଟ ଚୋରି କରିଛନ୍ତି ତାହା ବିଜେପିକୁ ଫାଇଦା ହୋଇଛି। ଆମର ଗୋଟିଏ ମୌଳିକ କଥା ହେଉଛି ‘ଗୋଟିଏ ଲୋକ, ଗୋଟିଏ ଭୋଟ’। ଏକ ସ୍ବଚ୍ଛ ଓ ଅବାଧ ନିର୍ବାଚନ ପାଇଁ ସ୍ବଚ୍ଛ ଭୋଟର ତାଲିକା ଜରୁରୀ। ସ୍ବଚ୍ଛ ଭୋଟର ତାଲିକା ପାଇଁ ଡିଜିଟାଲ ଭୋଟର ତାଲିକା ଜାରି କରାଯିବା ଦରକାର। ଏହାଦ୍ବାରା ଭୋଟର ତାଲିକାକୁ ଲୋକେ ଓ ରାଜନୈତିକ ଦଳ ଯାଞ୍ଚ କରିପାରିବେ। ଇସିଙ୍କ ନିକଟରେ ରାହୁଲଙ୍କ ଡିଜିଟାଲ ଭୋଟର ତାଲିକା ଜାରି କରିବାକୁ ଦାବି କରିଛନ୍ତି।
ଗତ ଲୋକସଭା ନିର୍ବାଚନରେ ନିର୍ବାଚନ ଆୟୋଗ ବିଜେପିକୁ ସହଯୋଗ କରିବା ଲାଗି ଭୋଟ ଚୋରି କରିଥିଲେ ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ। କଂଗ୍ରେସର ଆଭ୍ୟନ୍ତରୀଣ ସମୀକ୍ଷାକୁ ଆଧାର କରି ରାହୁଲ ଅଭିଯୋଗ କରିଥିଲେ ଯେ ଇସିଙ୍କ ଭୋଟ ଚୋରି ଯୋଗୁଁ କର୍ଣ୍ଣାଟକରେ ବିଜେପି ୧୬ଟି ଆସନରେ ବିଜୟୀ ହୋଇଥିଲା। ଏଥିପାଇଁ କଂଗ୍ରେସ ୭ଟି ଆସନରେ ନିଶ୍ଚିତ ବିଜୟରୁ ବଞ୍ଚିତ ହୋଇଥିଲା। ରାହୁଲଙ୍କ ଏପରି ଅଭିଯୋଗକୁ ଇସି ଖଣ୍ଡନ କରିବା ସହିତ ଅଭିଯୋଗ ଉପରେ ଏକ ଘୋଷଣାନାମା ଦେବାକୁ କହିଛନ୍ତି। ରେଜିଷ୍ଟ୍ରେସନ ଅଫ୍ ଇଲେକ୍ଟରର୍ସ ରୁଲ୍ସ, ୧୯୬୦ ଅନୁଯାୟୀ ନକଲି ଭୋଟର ସମ୍ପର୍କରେ ନିଜର ଅଭିଯୋଗ ଉପରେ ରାହୁଲ ଘୋଷଣାନାମା ଦେବେ। ଅନ୍ୟଥା ମିଥ୍ୟା ଅଭିଯୋଗ ପାଇଁ ରାହୁଲ ଦେଶବାସୀଙ୍କୁ କ୍ଷମା ମାଗିବେ। ରାହୁଲଙ୍କ ଏହି ଭୋଟ ଚୋରି ଅଭିଯୋଗକୁ ବଳିଷ୍ଠ କରିଛନ୍ତି ଏନସିପି (ଏସ୍‌ସିପି) ମୁଖ୍ୟ ଶରଦ ପୱାର। ପୱାର କହିଛନ୍ତି ଯେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଦୁଇ ଜଣ ଲୋକ ଭେଟି ୧୬୦ଟି ଆସନରେ ନିଶ୍ଚିତ ବିଜୟୀ କରାଇବାର ଅଫର ଦେଇଥିଲେ। ତେବେ ଏପରି ଅଫରକୁ ପୱାର ଅଗ୍ରାହ୍ୟ କରିଥିଲେ। ରାହୁଲଙ୍କ ଭୋଟ ଚୋରି ଅଭିଯୋଗକୁ କର୍ଣ୍ଣାଟକ ମନ୍ତ୍ରୀ ଜି ପରମେଶ୍ବର ସମର୍ଥନ କରିଛନ୍ତି। ପରମେଶ୍ବର କହିଛନ୍ତି ଯେ ରାହୁଲଙ୍କ ଅଭିଯୋଗକୁ ନେଇ କର୍ଣ୍ଣାଟକ ରାଜ୍ୟ କଂଗ୍ରେସ ବିଧିବଦ୍ଧ ମାମଲା ରୁଜୁ କରିବ। ବିଜେପି ରାହୁଲଙ୍କ ଅଭିଯୋଗକୁ ଖଣ୍ଡନ କରିଛି। ବିଜେପି ଜାତୀୟ ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ ରାହୁଲ ବିନା ପ୍ରମାଣରେ ଦେଶର ନିର୍ବାଚନ ଆୟୋଗଙ୍କୁ ବଦ୍‌ନାମ କରୁଛନ୍ତି।

  • Related Posts

    ଜେନ୍‌-ଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ; ବାହ୍ୟଶକ୍ତିରୁ ଦୂରେଇ ରୁହ

    ଭୁବନେଶ୍ୱର: ରାଜ୍ୟବ୍ୟାପୀ ଆୟୋଜିତ ହେଉଛି ଘରେ ଘରେ ତ୍ରିରଙ୍ଗା ଅଭିଯାନ। ଆଜି ଠାରୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ତ୍ରିରଙ୍ଗା ଅଭିଯାନ। ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତର ଯାଏଁ “ଘରେ ଘରେ…

    Continue reading
    ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

    ବରଗଡ଼: ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି ଏବଂ ଦଳର ୧୫ ଜଣ ଜିଲା ପରିଷଦ ସଦସ୍ୟା ଓ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ