କୋଶଳୀକୁ ମିଳିବନି ରାଜ୍ୟ ଭାଷା ମାନ୍ୟତା

ଭୁବନେଶ୍ୱର: ସମ୍ବଲପୁରୀ-କୋଶଳୀ ଭାଷାକୁ ରାଜ୍ୟ ଭାଷାର ମାନ୍ୟତା ଦାବି ସଂକ୍ରାନ୍ତୀୟ କୌଣସି ପ୍ରସ୍ତାବ ସରକାରଙ୍କ ହସ୍ତଗତ ହୋଇନାହିଁ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ କହିଛନ୍ତି। ଶୁକ୍ରବାର ଗୃହରେ ବିିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସୂରଜ କହିଛନ୍ତି ଯେ, ଏସମ୍ପର୍କିତ ପ୍ରସ୍ତାବ ଏବେ ସରକାରଙ୍କ ପାଖରେ ନାହିଁ। ଅନ୍ୟପକ୍ଷରେ ମନ୍ତ୍ରୀଙ୍କ ଉତ୍ତର ପରେ ଭାଜପା ସଦସ୍ୟ ଜୟନାରାୟଣ ମିଶ୍ର କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରୀ-କୋଶଳୀ ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ଅବସରରେ ସେ ପୁରୁଣା କଥାକୁ ଦୋହରାଇ କହିଲେ, ଓଡ଼ିଶା ଗଠନ ହୋଇଛି ଉତ୍କଳ, କଳିଙ୍ଗ ଓ କୋଶଳକୁ ନେଇ। ଏବେ ସରକାର କହୁଛନ୍ତି, ଏହା ମୋ ବ୍ୟକ୍ତିଗତ ମତ କିନ୍ତୁ ଆଗକୁ ଏହା ସାମୁହିକ ମତ ହେବ ବୋଲି ଜୟନାରାୟଣ କହିଛନ୍ତି।

  • Related Posts

    ଏଣିକି ସ୍କୁଲ୍‌ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ

    ଭୁବନେଶ୍ବର: ଏଣିକି ପିଏମ୍‌ ପୋଷଣ ସ୍କିମ୍‌ରେ ସ୍କୁଲ୍‌ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ । ଯେଉଁଦିନ ଅଣ୍ଡା ଦିଆଯାଉଥିଲା, ସେହିଦିନ ଫଳ ଯୋଗାଇବାକୁ ନିର୍ଦ୍ଦେଶ । ଶିଶୁ ବାଟିକା ଠାରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ଅଣ୍ଡା ଖାଉ…

    କମିସନରେଟ ପୁଲିସରେ ଅଦଳବଦଳ

    ଭୁବନେଶ୍ୱର: କମିସନରେଟ ପୁଲିସର ଏସିପି ଓ ଇନ୍‌ସପେକ୍ଟର ସ୍ତରରେ ଛୋଟିଆ ଅଦଳବଦଳ ହୋଇଛି । ଚନ୍ଦକା ଥାନା ଅଧିକାରୀ ତଥା ଏସିପି(ଇନଚାର୍ଜ) ଭାବେ କାର୍ୟ୍ୟରତ ବିଶ୍ୱଜିତ୍‌ ମନବୋଧଙ୍କୁ ଡିସିପି ଅଫିସକୁ ବଦଳି ହୋଇଛି । ନନ୍ଦନକାନନ ଥାନା ଅଧିକାରୀ ସମିତା ମିଶ୍ରଙ୍କୁ…

    Leave a Reply

    Your email address will not be published. Required fields are marked *

    You Missed

    ଅପରାଧୀଙ୍କୁ ସୁରକ୍ଷା ସହ କ୍ଲିନଚିଟ୍ ଦେବା ରାଜ୍ୟ ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବା

    ଅପରାଧୀଙ୍କୁ ସୁରକ୍ଷା ସହ କ୍ଲିନଚିଟ୍ ଦେବା ରାଜ୍ୟ ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବା

    ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

    ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

    କେନାଲକୁ ଖସିଲା କାର୍:୧୧ ମୃତ

    କେନାଲକୁ ଖସିଲା କାର୍:୧୧ ମୃତ

    ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    କାହା ଜୀବନକୁ ନେଇ ରାଜନୀତି କରିବା ଅନୁଚିତ୍‌:ଉପ-ମୁଖ୍ୟମନ୍ତ୍ରୀ

    କାହା ଜୀବନକୁ ନେଇ ରାଜନୀତି କରିବା ଅନୁଚିତ୍‌:ଉପ-ମୁଖ୍ୟମନ୍ତ୍ରୀ