ଜଘନ୍ୟ: ୨୫ କୁକୁରଙ୍କୁ ଗୁଳି କରି ହତ୍ୟା କଲେ ୨ ଯୁବକ

ରାଜସ୍ଥାନ: ରାଜସ୍ଥାନରେ ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇ ଜଣ ଯୁବକ ବାଇକରେ ଗୋଡ଼ାଇ ଗୋଡ଼ାଇ ବୁଲା କୁକୁରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ରାଜସ୍ଥାନର ଝୁନଝୁନୁ ଜିଲା ଅନ୍ତର୍ଗତ କୁମାବାସ ଗ୍ରାମରେ ଏହି ଘଟଣା ଘଟିଛି। ଅନ୍ୟ ୨ ଜଣ ଯୁବକ ଏହି ଘଟଣାର ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ପ୍ରଘଟ କରିଛି। ଗତ ୨ କିମ୍ବା ୩ ତାରିଖରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ପୁଲିସ ସାମାଜିକ ଗଣମାଧ୍ୟମରୁ ଭିଡିଓ ଦେଖିବା ପରେ କାର୍ୟ୍ୟାନୁଷ୍ଠାନ ନେବା ଦିଗରେ ତତ୍ପରତା ପ୍ରକାଶ କରିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୁଇଜଣ ଯୁବକ ଏକ ବାଇକରେ ବୁଲା କୁକୁରମାନଙ୍କୁ ଗୋଡ଼ାଉଛନ୍ତି। ପରେ ସେମାନଙ୍କୁ ଗୁଳି କରି ହତ୍ୟା କରୁଛନ୍ତି। ହତ୍ୟା କରିବା ପରେ କୁକୁରଙ୍କ ମୃତଦେହକୁ ଗାଁରେ ଏବଂ ପଡ଼ିଆରେ ଫିଙ୍ଗୁଛନ୍ତି। ପଛରେ ଯାଉଥିବା ଅନ୍ୟ ୨ ଯୁବକ ଏହାର ଭିଡିଓ କରୁଛନ୍ତି। କିନ୍ତୁ ସେମାନେ ଏହି ଅପରାଧରେ ସାମିଲ ଅଛନ୍ତି କି ନାହିଁ ତାହା ଜଣାପଡ଼ିନାହିଁ।
ପୁଲି ଜଣେ ଅଭିଯୁକ୍ତକୁ ଚିହ୍ନଟ କରିଚି। ଅଭିଯୁକ୍ତ ହେଉଛି ଡୁମରା ଗାଁର ଶ୍ୟୋଚାନ୍ଦ ଭାବରିୟା। ତା’ ନାଁରେ ପଶୁ କ୍ରୁରତା ଆଇନ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଆଧାରରେ ମାମଲା ରୁଜୁ ହୋଇଛି। ଅନ୍ୟ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିବାକୁ ଉଦ୍ୟମ ଚାଲିଥିବା ପୁଲିସ କହିଛି।

  • Related Posts

    ଟ୍ରମ୍ପଙ୍କୁ ଝଟକା, ଆମେରିକା ସହ ବୋଇଂ ଡିଲ ରଦ୍ଦ

    ନୂଆଦିଲ୍ଲୀ: ଟାରିଫରେ ଡୋନାଲ୍ଡ ଟ୍ରମ୍ପଙ୍କୁ ନରେନ୍ଦ୍ର ମୋଦି ବଡ଼ ଝଟକା ଦେଇଛନ୍ତି। ଆମେରିକା ସହ ଭାରତ ୩୧,୫୦୦ କୋଟି ଟଙ୍କାର ବୋଇଂ ଡିଲ ରଦ୍ଦ କରିଦେଇଛି। ଭାରତ ଏହି ନିଷ୍ପତ୍ତି ସେତେବେଳେ ନେଇଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ଅତିରିକ୍ତ…

    ଓଡ଼ିଶାର ହସ୍ତତନ୍ତ କାଳଜୟୀ ସୌନ୍ଦର୍ୟ୍ୟ ଓ ପରମ୍ପରାର ନିଚ୍ଛକ ନିଦର୍ଶନ : ଧର୍ମେନ୍ଦ୍ର

    ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ଜାତୀୟ ହସ୍ତତନ୍ତ ଦିବସ’ ଅବସରରେ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ପିନ୍ଧି ସଂସଦ କାର୍ୟ୍ୟରେ ସାମିଲ ହୋଇ ଖୁସି ପ୍ରକାଶ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ସାଂସଦମାନଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    MoU signed to foster Bio-economy in state

    Odisha Eyes Greener Roads: Plastic Waste to Pave the Way

    Pavitra Mohan Pradhan Medical College (PMPMC) will have 200 MBBS students in 2025-26

    ନାଟର ଗୋବର୍ଦ୍ଧନ ଅପରାଜିତା

    Breastfeeding brings the child closer to the mother’s heart : Dy CM Smt. Pravati Parida

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”