ଟ୍ରମ୍ପଙ୍କୁ ଏଭଳି ଜବାବ ଦେଲେ ମୋଦୀ

ନୂଆଦିଲ୍ଲୀ:: ଆମ କୃଷକମାନଙ୍କ ସ୍ୱାର୍ଥ ଆମର ସର୍ବୋଚ୍ଚ ପ୍ରାଥମିକତା । ଭାରତ କେବେବି ଏହାର ଚାଷୀ, ପଶୁପାଳନ ଚାଷୀ ଏବଂ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ସହିତ କୌଣସି ପ୍ରକାର ସାଲିସ କରିବ ନାହିଁ ବୋଲ ସ୍ପଷ୍ଟ ଭାବେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ଜାଣେ ମୋତେ ବ୍ୟକ୍ତିଗତ ଭାବରେ ଏକ ବଡ ମୂଲ୍ୟ ଦେବାକୁ ପଡିବ, କିନ୍ତୁ ମୁଁ ଏଥିପାଇଁ ପ୍ରସ୍ତୁତ । ଦେଶର ମତ୍ସ୍ୟଜୀବୀମାନଙ୍କ ପାଇଁ ଏବଂ ପଶୁପାଳକଙ୍କ ପାଇଁ ବହୁ ମୂଲ୍ୟ ଦେବାକୁ ପ୍ରସ୍ତୁତ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏଭଳି ମନ୍ତବ୍ୟକୁ ଟ୍ରମ୍ପଙ୍କ ଶୁଳ୍କ ଦ୍ୱିଗୁଣିତ କରିବାର ଘୋଷଣା ସହିତ ଯୋଡାଯାଇଛି । ଆଜି ଅର୍ଥାତ ଅଗଷ୍ଟ ୭ରୁ ଭାରତରୁ ଆମେରିକା ପଠାଯାଉଥିବା ସାମଗ୍ରୀ ଉପରେ ୨୫ପ୍ରତିଶତ ଶୁଳ୍କ ଲାଗୁ ହେଉଛି । ଟ୍ରମ୍ପଙ୍କ ଟାରିଫକୁ ମୋଦୀ କଡା ଜବାବ ଦେଇଛନ୍ତି । ସେହିପରି ଆସନ୍ତ ୨୭ତାରିଖରୁ ଅତିରିକ୍ତ ଶୁଳ୍କ ୨୫% ଲାଗୁ ହେବ । ଏହା ଯୋଗୁଁ ଆମେରିକୀୟ ବଜାରରେ ଭାରତୀୟ ସାମଗ୍ରୀ ମହଙ୍ଗା ହୋଇଯିବ । ଫଳରେ ସେମାନଙ୍କର ଚାହିଦା ହ୍ରାସ ପାଇପାରେ । ସେଠାକାର ଆମଦାନୀକାରୀମାନେ ଅନ୍ୟ ଦେଶରୁ ସାମଗ୍ରୀ ଅର୍ଡର କରିପାରନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଦିଲ୍ଲୀରେ ଅନୁଷ୍ଠିତ ଏମ୍‍ଏସ୍‍ ସ୍ୱାମୀନାଥନ୍‍ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ମୋଦୀ କହିଥିଲେ ଯେ କିଛି ବ୍ୟକ୍ତିତ୍ୱ ଅଛନ୍ତି ଯାହାଙ୍କ ଅବଦାନ କୌଣସି ଗୋଟିଏ ଯୁଗ କିମ୍ବା କୌଣସି ଗୋଟିଏ କ୍ଷେତ୍ର ପର୍ୟ୍ୟନ୍ତ ସୀମିତ ନୁହେଁ । ପ୍ରଫେସର ଏମ୍‍ଏସ୍‍ ସ୍ୱାମୀନାଥନ୍‍ ଜଣେ ଏପରି ମହାନ ବୈଜ୍ଞାନିକ ଥିଲେ । ସେ ବିଜ୍ଞାନକୁ ଜନସେବାର ମାଧ୍ୟମ କରିଥିଲେ । ମୋଦୀ କହିଛନ୍ତି ଯେ ସ୍ୱାମୀନାଥନ୍‍ ଦେଶର ଖାଦ୍ୟ ସୁରକ୍ଷାକୁ ତାଙ୍କ ଜୀବନର ଲକ୍ଷ୍ୟ କରିଥିଲେ । ସେ ଏପରି ଏକ ଚେତନା ଜାଗ୍ରତ କରିଥିଲେ ଯାହା ଆଗାମୀ ଶତାଦ୍ଦୀ ପାଇଁ ଭାରତର ନୀତି ଏବଂ ପ୍ରାଥମିକତାକୁ ମାର୍ଗଦର୍ଶନ କରି ଚାଲିବା । ସ୍ୱାମୀନାଥନଙ୍କ ସହ ମୋଦୀଙ୍କ ସମ୍ପର୍କ ବହୁ ବର୍ଷ ପୁରୁଣା । ଅନେକ ଲୋକ ଗୁଜୁରାଟର ପୁରୁଣା ପରିସ୍ଥିତି ସହିତ ପରିଚିତ । ପୂର୍ବରୁ ମରୁଡି ଏବଂ ଘୂର୍ଣ୍ଣିବାତ୍ୟା ଯୋଗୁଁ କୃଷିକୁ ବହୁତ ସଙ୍କଟର ସମ୍ମୁଖୀନ ହେବାକୁ ପଡୁଥିଲା । ଯେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲି ସେତେବେଳେ ଆମେ ମୂର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ଉପରେ କାମ ଆରମ୍ଭ କରିଥିଲୁ । ପ୍ରଫେସର ସ୍ୱାମୀନାଥନ୍‍ ଏଥିରେ ବହୁତ ଆଗ୍ରହ ଦେଖାଇଥିଲେ, ସେ ଆମକୁ ମୁକ୍ତ ଭାବରେ ପରାମର୍ଶ ଦେଇଥିଲେ ଏବଂ ମାର୍ଗଦର୍ଶନ କରିଥିଲେ । ତାଙ୍କ ଅବଦାନ ଯୋଗୁଁ ଏହି ପ୍ରୟାସ ଏକ ବଡ ସଫଳତା ପାଇଥିଲା ।

  • Related Posts

    ଟ୍ରମ୍ପଙ୍କୁ ଝଟକା, ଆମେରିକା ସହ ବୋଇଂ ଡିଲ ରଦ୍ଦ

    ନୂଆଦିଲ୍ଲୀ: ଟାରିଫରେ ଡୋନାଲ୍ଡ ଟ୍ରମ୍ପଙ୍କୁ ନରେନ୍ଦ୍ର ମୋଦି ବଡ଼ ଝଟକା ଦେଇଛନ୍ତି। ଆମେରିକା ସହ ଭାରତ ୩୧,୫୦୦ କୋଟି ଟଙ୍କାର ବୋଇଂ ଡିଲ ରଦ୍ଦ କରିଦେଇଛି। ଭାରତ ଏହି ନିଷ୍ପତ୍ତି ସେତେବେଳେ ନେଇଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ଅତିରିକ୍ତ…

    ଓଡ଼ିଶାର ହସ୍ତତନ୍ତ କାଳଜୟୀ ସୌନ୍ଦର୍ୟ୍ୟ ଓ ପରମ୍ପରାର ନିଚ୍ଛକ ନିଦର୍ଶନ : ଧର୍ମେନ୍ଦ୍ର

    ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ଜାତୀୟ ହସ୍ତତନ୍ତ ଦିବସ’ ଅବସରରେ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ପିନ୍ଧି ସଂସଦ କାର୍ୟ୍ୟରେ ସାମିଲ ହୋଇ ଖୁସି ପ୍ରକାଶ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ସାଂସଦମାନଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    MoU signed to foster Bio-economy in state

    Odisha Eyes Greener Roads: Plastic Waste to Pave the Way

    Pavitra Mohan Pradhan Medical College (PMPMC) will have 200 MBBS students in 2025-26

    ନାଟର ଗୋବର୍ଦ୍ଧନ ଅପରାଜିତା

    Breastfeeding brings the child closer to the mother’s heart : Dy CM Smt. Pravati Parida

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”