ଡାଇରିଆ ସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଡାଇରିଆ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯେଉଁଥିରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତି ରହିବେ ।

ଯାଜପୁର ଜିଲ୍ଲାରେ ଜୁନ୍ ୧୦ ତାରିଖରେ ପ୍ରଥମ ଥର ପାଇଁ ଡାଇରିଆ ରୋଗ ଦେଖାଯାଇଥିଲା । ଜୁନ୍ ୧୦ ତାରିଖରେ ରୋଗର ପ୍ରଥମ ରିପୋର୍ଟିଂରେ ୧୨୬ ଟି ମାମଲା ରେକର୍ଡ କରାଯାଇଥିଲା। ଜୁନ୍ ୧୧ ତାରିଖରେ ୧୫୦ ଟି ନୂତନ ମାମଲା ସହିତ ଏହା ଶୀର୍ଷରେ ପହଞ୍ଚିଥିଲା। ଦାନଗଦୀ, କୋରେଇ, ଧର୍ମଶାଳା ଏବଂ ବ୍ୟାସନଗର ଭଳି ଅଞ୍ଚଳରେ ୧୨ ଜୁନ୍ ଠାରୁ ମାମଲା ସଂଖ୍ୟା ହ୍ରାସ ପାଇଥିଲା । ସେହି ଦିନ ଡାକ୍ତରଖାନା ଗୁଡ଼ିକରେ ମୋଟ ୧୩୫ ଟି ନୂତନ ମାମଲା ଭର୍ତ୍ତି ହୋଇଥିଲା । ଯାହା ୧୫ ଜୁନରେ ୧୨୧ ଏବଂ ୧୮ ଜୁନ୍ ରେ ଏହା ହ୍ରାସ ପାଇ ୯୧ଟି ହୋଇଥିଲା । ଗତକାଲି ସନ୍ଧ୍ୟା ସୁଦ୍ଧା ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ୭୧ଟି ନୂତନ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗତକାଲି ରାତି ପର୍ୟ୍ୟନ୍ତ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ୧୧୨୭ ଜଣଙ୍କୁ ଭର୍ତ୍ତି କରାଯାଇଥିଲା। ଯେଉଁଥିରୁ ୧୦୪୫ ଜଣଙ୍କୁ ସୁସ୍ଥ ହେବା ପରେ ଡିସଚାର୍ଜ କରାଯାଇଥିଲା। ଏବେ ୮୨ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି।

କେନ୍ଦୁଝର ଜିଲ୍ଲାରେ ମଧ୍ୟ ସମାନ ଭାବରେ ରୋଗର ହ୍ରାସ ପାଇଛି । ୧୦ ଜୁନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୭୯ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୧୨ ଜୁନରେ ୪୪ କୁ ହ୍ରାସ ପାଇଥିଲା ଏବଂ ୧୮ ଜୁନରେ ଏହା ଆହୁରି ହ୍ରାସ ପାଇ ୩୮ରେ ପହଞ୍ଚିଥିଲା। ଗତକାଲି ରାତି ପର୍ୟ୍ୟନ୍ତ ଜିଲ୍ଲାରେ ମୋଟ ନୂତନ ମାମଲା କେବଳ ୧୭ କୁ ସୀମିତ ଥିଲା। ଗତକାଲି ରାତି ସୁଦ୍ଧା, ବିଭିନ୍ନ ଡାକ୍ତରଖାନାରେ ୪୯୭ ଜଣଙ୍କୁ ଭର୍ତ୍ତି କରାଯାଇଥିଲା। ଯାହା ମଧ୍ୟରୁ ୪୫୪ ଜଣଙ୍କୁ ସୁସ୍ଥ ହେବା ପରେ ଘରକୁ ପଠାଇ ଦିଆଯାଇଥିଲା । ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ୩୪ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି ।
ବର୍ତ୍ତମାନ ସୁଧା ଯାଜପୁର, କେନ୍ଦୁଝର, ଭଦ୍ରକ, କଟକ ଏବଂ ଢେଙ୍କାନାଳ ଭଳି ଜିଲ୍ଲା ଏବେବି ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଛି । ଏହି ଜିଲ୍ଲା ଗୁଡିକ ଉପରେ ବିଶେଷ ଧ୍ୟାନ ଦେଇ ସମଗ୍ର ରାଜ୍ୟରେ ଡାଇରିଆ ବିରୋଧୀ ଅଭିଯାନ ଚାଲିଛି ।

  • Garvita Odia

    Related Posts

    ଆଜି ମହାପ୍ରଭୁଙ୍କ ଖଳିଲାଗି ଏକାଦଶୀ

    ପୁରୀ : ସ୍ନାନ ପୂର୍ଣ୍ଣିମା ଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତୀ ଦଶମୀ ତିଥିରେ ଶଯ୍ୟା ଛାଡିଛନ୍ତି। ଅଣସର ଘରେ ଚକାରେ ବିଜେ ହୋଇଛନ୍ତି ଶ୍ରୀବିଗ୍ରହ। ଆଜି ଖଳିଲାଗି ଏକାଦଶୀ। ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଦଶମୂଳ ସେବନ ପରେ…

    ଗୋପାଳପୁରେ ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟି

    ଭୁବନେଶ୍ୱର: ଗୋପାଳପୁର ଗଣଦୁଷ୍କର୍ମ ଘଟଣାସ୍ଥଳକୁ ଗସ୍ତ କଲା ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟି । ୪ ଦିନିଆ ଗସ୍ତରେ ଆସିଥିବା ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟିର ଆବାହକ ଓ ସଦସ୍ୟଙ୍କ ସହ ପିସିସି ସଭାପତି ଭକ୍ତ ଚରଣ ଦାସ ଶନିବାର ସକାଳ…

    Leave a Reply

    Your email address will not be published. Required fields are marked *

    You Missed

    ମୋଦିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

    ମୋଦିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

    ଗୋପାଳପୁର ଗଣବଳାତ୍କାର ଘଟଣା:୬ ଅଭିଯୁକ୍ତଙ୍କୁ ଚିହ୍ନିଲେ ପୀଡ଼ିତା

    ଗୋପାଳପୁର ଗଣବଳାତ୍କାର ଘଟଣା:୬ ଅଭିଯୁକ୍ତଙ୍କୁ ଚିହ୍ନିଲେ ପୀଡ଼ିତା

    ଆଜି ମହାପ୍ରଭୁଙ୍କ ଖଳିଲାଗି ଏକାଦଶୀ

    ଆଜି ମହାପ୍ରଭୁଙ୍କ ଖଳିଲାଗି ଏକାଦଶୀ

    ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଟାଙ୍ଗିଦେଲା ସ୍ତ୍ରୀ

    ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଟାଙ୍ଗିଦେଲା ସ୍ତ୍ରୀ

    ନବ ଦାସଙ୍କ ଘରେ ତୃତୀୟ ଦିନରେ ଆୟକର ବିଭାଗର ରେଡ୍‌

    ନବ ଦାସଙ୍କ ଘରେ ତୃତୀୟ ଦିନରେ ଆୟକର ବିଭାଗର ରେଡ୍‌

    ଡାଇରିଆ ସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

    ଡାଇରିଆ ସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ