ଡାଇରିଆ ସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଡାଇରିଆ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯେଉଁଥିରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତି ରହିବେ ।

ଯାଜପୁର ଜିଲ୍ଲାରେ ଜୁନ୍ ୧୦ ତାରିଖରେ ପ୍ରଥମ ଥର ପାଇଁ ଡାଇରିଆ ରୋଗ ଦେଖାଯାଇଥିଲା । ଜୁନ୍ ୧୦ ତାରିଖରେ ରୋଗର ପ୍ରଥମ ରିପୋର୍ଟିଂରେ ୧୨୬ ଟି ମାମଲା ରେକର୍ଡ କରାଯାଇଥିଲା। ଜୁନ୍ ୧୧ ତାରିଖରେ ୧୫୦ ଟି ନୂତନ ମାମଲା ସହିତ ଏହା ଶୀର୍ଷରେ ପହଞ୍ଚିଥିଲା। ଦାନଗଦୀ, କୋରେଇ, ଧର୍ମଶାଳା ଏବଂ ବ୍ୟାସନଗର ଭଳି ଅଞ୍ଚଳରେ ୧୨ ଜୁନ୍ ଠାରୁ ମାମଲା ସଂଖ୍ୟା ହ୍ରାସ ପାଇଥିଲା । ସେହି ଦିନ ଡାକ୍ତରଖାନା ଗୁଡ଼ିକରେ ମୋଟ ୧୩୫ ଟି ନୂତନ ମାମଲା ଭର୍ତ୍ତି ହୋଇଥିଲା । ଯାହା ୧୫ ଜୁନରେ ୧୨୧ ଏବଂ ୧୮ ଜୁନ୍ ରେ ଏହା ହ୍ରାସ ପାଇ ୯୧ଟି ହୋଇଥିଲା । ଗତକାଲି ସନ୍ଧ୍ୟା ସୁଦ୍ଧା ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ୭୧ଟି ନୂତନ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗତକାଲି ରାତି ପର୍ୟ୍ୟନ୍ତ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ୧୧୨୭ ଜଣଙ୍କୁ ଭର୍ତ୍ତି କରାଯାଇଥିଲା। ଯେଉଁଥିରୁ ୧୦୪୫ ଜଣଙ୍କୁ ସୁସ୍ଥ ହେବା ପରେ ଡିସଚାର୍ଜ କରାଯାଇଥିଲା। ଏବେ ୮୨ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି।

କେନ୍ଦୁଝର ଜିଲ୍ଲାରେ ମଧ୍ୟ ସମାନ ଭାବରେ ରୋଗର ହ୍ରାସ ପାଇଛି । ୧୦ ଜୁନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୭୯ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୧୨ ଜୁନରେ ୪୪ କୁ ହ୍ରାସ ପାଇଥିଲା ଏବଂ ୧୮ ଜୁନରେ ଏହା ଆହୁରି ହ୍ରାସ ପାଇ ୩୮ରେ ପହଞ୍ଚିଥିଲା। ଗତକାଲି ରାତି ପର୍ୟ୍ୟନ୍ତ ଜିଲ୍ଲାରେ ମୋଟ ନୂତନ ମାମଲା କେବଳ ୧୭ କୁ ସୀମିତ ଥିଲା। ଗତକାଲି ରାତି ସୁଦ୍ଧା, ବିଭିନ୍ନ ଡାକ୍ତରଖାନାରେ ୪୯୭ ଜଣଙ୍କୁ ଭର୍ତ୍ତି କରାଯାଇଥିଲା। ଯାହା ମଧ୍ୟରୁ ୪୫୪ ଜଣଙ୍କୁ ସୁସ୍ଥ ହେବା ପରେ ଘରକୁ ପଠାଇ ଦିଆଯାଇଥିଲା । ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ୩୪ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି ।
ବର୍ତ୍ତମାନ ସୁଧା ଯାଜପୁର, କେନ୍ଦୁଝର, ଭଦ୍ରକ, କଟକ ଏବଂ ଢେଙ୍କାନାଳ ଭଳି ଜିଲ୍ଲା ଏବେବି ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଛି । ଏହି ଜିଲ୍ଲା ଗୁଡିକ ଉପରେ ବିଶେଷ ଧ୍ୟାନ ଦେଇ ସମଗ୍ର ରାଜ୍ୟରେ ଡାଇରିଆ ବିରୋଧୀ ଅଭିଯାନ ଚାଲିଛି ।

  • Related Posts

    “ମୁକ୍ତ ବାଣିଜ୍ୟ ଚୁକ୍ତି ସୁଯୋଗର ସଦୁପଯୋଗ” ଶୀର୍ଷକ କର୍ମଶାଳା

    ବିଶ୍ଵ ବଜାର ସମୃଦ୍ଧିର ନୂଆ ଦିଗନ୍ତ : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଭୁବନେଶ୍ୱର, ତା: ୧୩/୧୦/୨୦୨୬: ଓଡ଼ିଶାର ବ୍ୟବସାୟ ଓ ରପ୍ତାନି କ୍ଷେତ୍ରକୁ ବିଶ୍ୱ ବଜାରରେ ଏକ ନୂତନ ପରିଚୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ମେ’ଫେୟାର୍ କନଭେନସନଠାରେ “ମୁକ୍ତ ବାଣିଜ୍ୟ…

    Continue reading
    ଘାଟିକିଆ ଓ ଗାଡ଼କଣଠାରେ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଘାଟିକିଆ ଓ ଗାଡ଼କଣଠାରେ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ଉପକୃତ ହେବେ ୧,୬୦୮ ପରିବାର PMAY-Urban BANDHU” ଯୋଜନାରେ ଗାଡ଼କଣଠାରେ ସୁଲଭ ଭଡ଼ା ଆବାସ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କ୍ରୀଡ଼ା ଓ ସୁସ୍ଥତା ପାଇଁ ରାଜଧାନୀ ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ