ଘାଟିକିଆ ଓ ଗାଡ଼କଣଠାରେ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଘାଟିକିଆ ଓ ଗାଡ଼କଣଠାରେ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଉପକୃତ ହେବେ ୧,୬୦୮ ପରିବାର

PMAY-Urban BANDHU” ଯୋଜନାରେ ଗାଡ଼କଣଠାରେ ସୁଲଭ ଭଡ଼ା ଆବାସ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

କ୍ରୀଡ଼ା ଓ ସୁସ୍ଥତା ପାଇଁ ରାଜଧାନୀ ଓ ଆଖପାଖ ଅଞ୍ଚଳରେ ୧୨ଟି ଅତ୍ୟାଧୁନିକ ଖେଳପଡ଼ିଆ ଉତ୍ସର୍ଗୀକୃତ

ସମାଜର ପ୍ରତ୍ୟେକ ବର୍ଗଙ୍କୁ ସୁରକ୍ଷା ଓ ସମ୍ମାନର ସହିତ ପକ୍କା ଘର ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିବଦ୍ଧ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର
୧୩ ଅକ୍ଟୋବର ୨୦୨୬

ଆମେ ଏପରି ଏକ ଭୁବନେଶ୍ଵର ଗଢିବାକୁ ଚାହୁଁଛୁ, ଯେଉଁଠି ଗରିବ ପରିବାର ସମ୍ମାନର ସହ ରହି ପାରିବେ, ଶ୍ରମିକ ମାନେ ସୁଲଭ ଅବାସ ପାଇ ପାରିବେ, ଯୁବପିଢି ନିଜ ପ୍ରତିଭା ବିକଶିତ କରିପାରିବେ ଏବଂ ପ୍ରତ୍ୟେକ ନାଗରିକ ସୁସ୍ଥ ଓ ଉନ୍ନତ ଜୀବନଯାପନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଘାଟିକିଆ ଠାରେ ସୁଲଭ ଆବାସିକ ପ୍ରକଳ୍ପ ଲୋକାର୍ପଣ ଅବସରରେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଘାଟିକିଆଠାରେ ‘ନୀଳକଣ୍ଠେଶ୍ୱର ନିବାସ’ ଏବଂ ଗାଡ଼କଣଠାରେ ‘ମୁକ୍ତେଶ୍ୱର ରେସିଡେନ୍ସି’ ନାମକ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପ
ଆଜି ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି | ଗାଡ଼କଣରେ ୬ ଏକରରୁ ଅଧିକ ଜମି ଉପରେ ପ୍ରାୟ ୯୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୮୦ଟି ଆବାସ ଗୃହ ଏବଂ ଘାଟିକିଆରେ ୫ ଏକରରୁ ଅଧିକ ଜମି ଉପରେ ୬୬ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯୨୮ଟି ଆବାସ, ଅର୍ଥାତ୍ ମୋଟ ୧,୬୦୮ଟି ସୁଲଭ ଆବାସ ସହ ଭୁବନେଶ୍ଵର ଓ ଏହାର ଆଖପାଖ ଅଞ୍ଚଳରେ ୧୨ଟି ଅତ୍ୟାଧୁନିକ ଖେଳ ପଡିଆ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିସହିତ ବୁଦ୍ଧ ବିହାର, ନୀଳମାଧବ, ସୁବୁଦ୍ଧିପୁର ଓ ଶାନ୍ତିପଲ୍ଲୀଠାରେ ମଧ୍ୟ ୯୬୨ଟି ପରିବାରକୁ ଗୃହପ୍ରବେଶ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଖାଦ୍ୟ ପରେ ଜଣେ ବ୍ୟକ୍ତିଙ୍କ ପାଇଁ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଆବଶ୍ୟକତା ହେଉଛି ‘ମୁଣ୍ଡ ଉପରେ ଛାତ’। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେବଳ ଘର ନିର୍ମାଣ ନୁହେଁ, ବରଂ ଶୌଚାଳୟ, ପାଇପ୍‌ ଯୋଗେ ପିଇବା ପାଣି, ବିଦ୍ୟୁତ୍ ଏବଂ ରନ୍ଧନ ଗ୍ୟାସ ଯୋଗାଇ ଦେଇ ଗରିବ ପରିବାରଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରୁଛନ୍ତି। ଓଡ଼ିଶା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧୀନରେ ୨ ଲକ୍ଷରୁ ଅଧିକ ଘର ମଞ୍ଜୁର ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ପ୍ରାୟ ପାଞ୍ଚ ଲକ୍ଷ ଘର ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

କେବଳ ଆବାସ ନୁହେଁ, ପିଲାମାନଙ୍କ କ୍ରୀଡ଼ା ପ୍ରତିଭା ବିକଶିତ କରିବା ଏବଂ ବରିଷ୍ଠ ନାଗରିକଙ୍କ ସୁସ୍ଥତା ପାଇଁ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ବିଡ଼ିଏ ଦ୍ଵାରା ସମ୍ପୂର୍ଣ୍ଣ ହୋଇଥିବା ୧୨ଟି ଅତ୍ୟାଧୁନିକ ଖେଳପଡ଼ିଆକୁ ମଧ୍ୟ ଲୋକଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଉତ୍ସର୍ଗ କରିଛନ୍ତି। ଏହି ଖେଳପଡ଼ିଆଗୁଡ଼ିକ ମଧ୍ୟରେ ବଜରଙ୍ଗୀ, କେ-୪, କୋଳଥିଆ, ତମାଣ୍ଡୋ, ନଖରା, ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟ, ଯଦୁପୁର, ଡମଣା ହାଇସ୍କୁଲ, ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟ, ଭୁବନେଶ୍ୱର ସେଣ୍ଟ୍ରାଲ ୟୁପି ସ୍କୁଲ, ଘାଟିକିଆ, ୟୁନିଟ୍-୮ ବାଳକ ଉଚ୍ଚ ବିଦ୍ୟାଳୟ ଏବଂ ସହିଦ ନଗର ହାଇସ୍କୁଲ ଖେଳପଡ଼ିଆ ଅନ୍ତର୍ଭୁକ୍ତ। ଏହି ସମସ୍ତ ପଦକ୍ଷେପ ଭୁବନେଶ୍ୱରକୁ ଏକ ସୁରକ୍ଷିତ, ସମାବେଶୀ ଓ ସନ୍ତୁଳିତ ସହର ଭାବେ ଗଢ଼ିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ସହରରେ ପ୍ରବାସୀ ଶ୍ରମିକ ଓ ନିମ୍ନ ଆୟବର୍ଗର ପରିବାରଙ୍କୁ ସୁଲଭ ଭଡ଼ାରେ ଘର ଯୋଗାଇ ଦେବା ପାଇଁ “PMAY -Urban BANDHU” ଯୋଜନା ଆରମ୍ଭ କରାଯାଇଥିବା କଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଗାଡ଼କଣଠାରେ ସୁଲଭ ଭଡ଼ା ଆବାସ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାଦ୍ୱାରା ଶ୍ରମିକମାନେ ନିଜ କାର୍ଯ୍ୟସ୍ଥଳୀ ନିକଟରେ କମ୍ ଭଡ଼ାରେ ନିଶ୍ଚିନ୍ତରେ ରହିପାରିବେ। ଏହାଛଡ଼ା ହିତାଧିକାରୀମାନଙ୍କୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ମାଧ୍ୟମରେ ଗୃହ ଋଣ ପ୍ରଦାନ କରାଯାଇଛି, ଯାହାଦ୍ୱାରା ସେମାନେ ନିଜର ଅଂଶ ଟଙ୍କା ପରିଶୋଧ କରି ନିଜ ଘରର ମାଲିକ ହୋଇପାରିବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମଞ୍ଚରେ ଉପସ୍ଥିତ ରହି ଘାଟିକିଆସ୍ଥିତ ‘ନୀଳକଣ୍ଠେଶ୍ୱର ରେସିଡେନ୍ସି’ର ହିତାଧିକାରୀ ଲକ୍ଷ୍ମୀଧର ସେଠୀ, ନଇମୁଦ୍ଦିନ ଖାନ୍, ରାମଚନ୍ଦ୍ର ସେଠୀ ଓ ରସିକ ଖଣ୍ଡାୟତରାୟ ଏବଂ ଗାଡ଼କଣାସ୍ଥିତ ‘ମୁକ୍ତେଶ୍ୱର ରେସିଡେନ୍ସି’ର ନିର୍ମଳା ବାରିକ, ଶଶ୍ମିତା ପାତ୍ର, ରୂପା ସାହୁ ଓ ଦ୍ରୌପଦୀ ଦେବୀଙ୍କୁ ସିଧା ସଳଖ ଭାବେ ବାସଗୃହ ଆବଣ୍ଟନ କରିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ ବୁଦ୍ଧବିହାର ବାସିନ୍ଦା ତୁଳସୀ ତିରିଆଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା, ଦୁର୍ଗା ଚରଣ ସିଂହଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା, ରଶ୍ମିକା ନାଏକଙ୍କୁ ୧ ଲକ୍ଷ ୩୫ ହଜାର ଟଙ୍କା, ସର୍ବେଶ୍ୱର ଗୟାଙ୍କୁ ୧ ଲକ୍ଷ ୨୫ ହଜାର ଟଙ୍କା ଏବଂ ପ୍ରଫୁଲ୍ଲ ମହାରଣାଙ୍କୁ ୧ ଲକ୍ଷ ୩୫ ହଜାର ଟଙ୍କାର ବ୍ୟାଙ୍କ ଋଣ ସହାୟତା ରାଶି ମଧ୍ୟ ନିଜ ହସ୍ତରେ ବିତରଣ କରିଛନ୍ତି ।

ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ଏହି ବାସଗୃହଗୁଡ଼ିକ ବସ୍ତି ବାସିନ୍ଦାମାନଙ୍କୁ ଏକ ନୂଆ ପରିଚୟ ପ୍ରଦାନ କରିବ | ସମସ୍ତ ବସ୍ତି ବାସିନ୍ଦାଙ୍କୁ ସୁନ୍ଦର ତଥା ସୁଲଭ ମୂଲ୍ୟରେ ବାସଗୃହ ଯୋଗାଇ ଦେବା ପାଇଁ ଆମ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦେଖିଛନ୍ତି, ଯାହାଦ୍ୱାରା କେହି ବି ସେମାନଙ୍କର ଜୀବନଶୈଳୀ ଉପରେ ପ୍ରଶ୍ନ ଉଠାଇ ପାରିବେ ନାହିଁ। ସେମାନେ ଏକ ସଠିକ୍ ଠିକଣା ସହିତ ଏକ ଉପଯୁକ୍ତ ଘର ପାଇବେ, ଯାହା ସେମାନଙ୍କର ଶିକ୍ଷା ଓ ସାମାଜିକ ପ୍ରତିଷ୍ଠା ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବ।

ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ କହିଥିଲେ ଯେ, ଆପଣମାନଙ୍କର ସ୍ୱପ୍ନ ଖୁବ୍‌ଶୀଘ୍ର ପୂରଣ ହେଲା । ଭୁବନେଶ୍ୱରରେ ନିଜର ଏକ ଘରଟିଏ କରିବା ସମସ୍ତଙ୍କ ପାଇଁ ଏକ ବଡ଼ ସ୍ୱପ୍ନ ହୋଇଥାଏ, ତେଣୁ ଯେତେବେଳେ ଜଣେ ଗରିବ ଲୋକ ଭୁବନେଶ୍ୱରରେ ନିଜର ଘରଟିଏ ପାଇବ, ସେ ନିଶ୍ଚିତ ଭାବରେ ଅତ୍ୟନ୍ତ ଆନନ୍ଦିତ ହେବ । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଆମକୁ ୨୪ ବର୍ଷର ସମୟ ଦରକାର ନାହିଁ, ବରଂ ୨୪ ମାସର ସମୟ ହିଁ ଯଥେଷ୍ଟ ଥିଲା |

ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ କହିଥିଲେ ଯେ, ସମସ୍ତଙ୍କୁ ଉତ୍ତମ ଖାଦ୍ୟ, ବାସଗୃହ ଓ ପୋଷାକ ଯୋଗାଇଦେବା ଆମର ମୂଳ ଲକ୍ଷ୍ୟ ଏବଂ ଏହା ପ୍ରତ୍ୟେକ ନାଗରିକଙ୍କର ଏକ ମୌଳିକ ଅଧିକାର ।

ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଥିଲେ ଯେ, ଭୁବନେଶ୍ୱରବାସୀଙ୍କ ପାଇଁ ଏହା ଅତ୍ୟନ୍ତ ଖୁସିର ମୁହୂର୍ତ୍ତ ଏବଂ ଆପଣ ସମସ୍ତଙ୍କ ପାଇଁ ଏହା ଏକ ପୂଜା ଭେଟି ଅଟେ । ଆପଣ ମାନଙ୍କୁ ସମ୍ମାନଜନକ ଜୀବନ ଜିଇଁବା ପାଇଁ ଏହା ମାର୍ଗ ପ୍ରଶସ୍ତ କରିବ ।

BDAର ଭାଇସ୍‌ ଚେୟାରମ୍ୟାନ୍ ତଥା ଭୁବନେଶ୍ୱର ମହାନଗର ନିଗମ କମିଶନର୍ ଶ୍ରୀ ଚଞ୍ଚଲ ରାଣା ସ୍ୱାଗତ ଭାଷଣ ଦେଇଥିଲେ ଓ BDAର ସଚିବ ଶ୍ରୀ ମାନସ ରଞ୍ଜନ ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

  • Related Posts

    “ମୁକ୍ତ ବାଣିଜ୍ୟ ଚୁକ୍ତି ସୁଯୋଗର ସଦୁପଯୋଗ” ଶୀର୍ଷକ କର୍ମଶାଳା

    ବିଶ୍ଵ ବଜାର ସମୃଦ୍ଧିର ନୂଆ ଦିଗନ୍ତ : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଭୁବନେଶ୍ୱର, ତା: ୧୩/୧୦/୨୦୨୬: ଓଡ଼ିଶାର ବ୍ୟବସାୟ ଓ ରପ୍ତାନି କ୍ଷେତ୍ରକୁ ବିଶ୍ୱ ବଜାରରେ ଏକ ନୂତନ ପରିଚୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ମେ’ଫେୟାର୍ କନଭେନସନଠାରେ “ମୁକ୍ତ ବାଣିଜ୍ୟ…

    Continue reading
    ବ୍ରଜ ମୋହନ ଓଡ଼ିଶାର ନୂଆ ରାଜ୍ୟପାଳ

    ୪ ରାଜ୍ୟରେ ବଦଳିଲେ ରାଜ୍ୟପାଳ ନୂଆଦିଲ୍ଲୀ: ଓଡ଼ିଶାର ରାଜ୍ୟପାଳ ବଦଳି ଯାଇଛନ୍ତି । ହରିବାବୁ କମ୍ଭମ୍‌ପଟିଙ୍କ ବଦଳରେ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛଅ ରାଜ୍ୟ ପାଇଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ