ପୁରୀରେ ପହଞ୍ଚିଲା ରଥକାଠ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରଥ ନିର୍ମାଣ ପାଇଁ ମଙ୍ଗଳବାର ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଦଶପଲ୍ଲା ବନାଞ୍ଚଳରୁ ୩ ଟ୍ରକ୍‌ରେ ୧୦୧ ଖଣ୍ଡ କାଠ ଆସି ପୁରୀ ପହଞ୍ଚିଛି। ସେଗୁଡ଼ିକୁ ବଡ଼ଦାଣ୍ଡ ରଥଖଳାରେ ରଖାଯାଇଛି। ସେଥିରେ ୪୮ ଅସନ ଓ ୫୩ ଧଉରା କାଠ ରହିଛି। ପରମ୍ପରା ଅନୁଯାୟୀ ଆଗାମୀ ୨ରେ ଶ୍ରୀପଞ୍ଚମୀ ତିଥିରେ ତିନୋଟି ୧୨ ଫୁଟିଆ ଧଉରା କାଠ ପୂଜା କରାଯିବ। ଜୁନ୍‌ ୨୭ରେ ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ହେବ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ଶ୍ରୀ ବଳଭଦ୍ରଙ୍କ ତାଳଧ୍ବଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ ଅସନ, ଧଉରା ଓ ଫାଶୀ କାଠର ଆବଶ୍ୟକତା ରହିଛି। ଏହି ରଥ ନିର୍ମାଣ ପାଇଁ ୨୬୩ ବର୍ଷ ହେଲା ପାରମ୍ପରିକ ରୀତିରେ ଦଶପଲ୍ଲା ବନାଞ୍ଚଳରୁ କାଠ ଯୋଗାଣ ହେଉଛି। ଦଶପଲ୍ଲା ବନାଞ୍ଚଳର ଟାକରା ଓ ପୋଖରୀଗୋଚ୍ଛା ଜଙ୍ଗଲରୁ ୪୮ ଖଣ୍ଡ ଅସନ ଓ ୫୩ ଖଣ୍ଡ ଧଉରା କାଠ ୩ଟି ଟ୍ରକରେ ଅଣାଯାଇ ମଙ୍ଗଳବାର ଦଶପଲ୍ଲାର ଆରାଧ୍ୟ ଦେବ ଶ୍ରୀରଘୁନାଥଜୀଉ ଓ ଶ୍ରୀମହାବୀର ଜୀଉଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ୩ ଟ୍ରକ୍‌ରେ ୧୦୧ ଖଣ୍ଡ କାଠ ପୁରୀ ପଠାଯାଇଥିଲା। ଗତବର୍ଷଠାରୁ ବ୍ୟବହାର ନ ହୋଇ ୫୧ ଖଣ୍ଡ କାଠ ବଳକା ରହିଛି। ଅବଶିଷ୍ଟ ୮୧୪ ଖଣ୍ଡ କାଠ ଯୋଗାଇବାକୁ ଚଳିତବର୍ଷ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ବରାଦ କରାଯାଇଛି। ଖୁବ୍‍ଶୀଘ୍ର ଦ୍ବିତୀୟ ପର୍ୟ୍ୟାୟ ରଥ କାଠ ଆସି ପହଞ୍ଚିବ ବୋଲି ଅଧୀକ୍ଷକ ସୁଦର୍ଶନ ମେକାପ କହିଛନ୍ତି। ଶ୍ରୀରାମ ନବମୀ ତିଥିରେ ଖପୁରିଆ କରତ କଳରେ ରଥ କାଠ ଚିରଟ ଆରମ୍ଭ ହେବ। ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ ଅନୁକୂଳ କରାଯିବ।

  • Related Posts

    ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଶତପ୍ରତିଶତ ଅନ୍‌ଲାଇନ୍‌ରେ ହେବ ଫର୍ମପୂରଣ

    ଭୁବନେଶ୍ବର: ୨୦୨୫-୨୬ ଶିକ୍ଷାବର୍ଷରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ଫର୍ମପୂରଣ ପାଇଁ ଅଫ୍‌ଲାଇନ୍‌ରେ ଫର୍ମପୂରଣ ହେବନି ବରଂ ଶତପ୍ରତିଶତ ଅନ୍‌ଲାଇନ୍‌ରେ ଫର୍ମପୂରଣ କରାଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ଫର୍ମପୂରଣ କ୍ଷେତ୍ରରେ ଆସିବ…

    ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ପୁରୁଷ ଯୌନ ଅକ୍ଷମତା ଏବଂ ବନ୍ଧ୍ୟାତ୍ୱ ସମ୍ପର୍କିିତ ସିଏମ୍‌ଇ ଆଣ୍ଡ୍ରୋଏକ୍ସଏଲ୍ ୨୦୨୫ ଆୟୋଜିତ

    ଭୁବନେଶ୍ୱର, ଅଗଷ୍ଟ ୧୦: ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ପୁରୁଷ ଯୌନ ଅକ୍ଷମତା ଏବଂ ବନ୍ଧ୍ୟାତ୍ୱ ସମ୍ପର୍କିତ କର୍ମଶାଳା ଏବଂ ସିଏମ୍‌ଇ ଆଣ୍ଡ୍ରୋଏକ୍ସଏଲ୍ ୨୦୨୫ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି ଦିନିକିଆ କର୍ମଶାଳାରେ ଓଡିଶାର ବିଭିନ୍ନ ସ୍ଥାନରୁ ପୁରୁଷ ଚିକିତ୍ସାବିଜ୍ଞାନୀ…

    Leave a Reply

    Your email address will not be published. Required fields are marked *

    You Missed

    Aishwarya Rai, Abhishek Bachchan& Aaradhya’s rare appearance at Mumbai airport goes viral

    ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠରେ ଝୁଲଣ ପର୍ବ

    ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଶତପ୍ରତିଶତ ଅନ୍‌ଲାଇନ୍‌ରେ ହେବ ଫର୍ମପୂରଣ

    ଫଳାଫଳକୁ ୨ ମାସ ପୁରିଲା, ନିଯୁକ୍ତି ପତ୍ର ଅପେକ୍ଷାରେ ଫାର୍ମାସି ଅଫିସର ଓ ବହୁମୁଖୀ ପୁରୁଷ ସ୍ଵାସ୍ଥ୍ୟକର୍ମୀ

    SUM Ultimate Medicare Hosts Landmark CME on Male Sexual Dysfunction and Male Infertility – AndroXcell 2025

    ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ପୁରୁଷ ଯୌନ ଅକ୍ଷମତା ଏବଂ ବନ୍ଧ୍ୟାତ୍ୱ ସମ୍ପର୍କିିତ ସିଏମ୍‌ଇ ଆଣ୍ଡ୍ରୋଏକ୍ସଏଲ୍ ୨୦୨୫ ଆୟୋଜିତ