ବସ୍‌ ଓଲଟି ଜଣଙ୍କର ମୃତ୍ୟୁ, ୫ ଜଣ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଡୁଲିଙ୍ଗା ନିକଟରେ ଦୁର୍ଘଟଣା । ଯାତ୍ରୀବାହୀ ବସ୍‌ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, କୋଇଲା ଖଣିକୁ ଶ୍ରମିକ ନେଇ ଯାଉଥିଲା ଏକ ବସ୍‌ । ସୁନ୍ଦରଗଡ଼ ହେମଗିରି ଥାନା ଡୁଲିଙ୍ଗ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା । ଯାହାଫଳରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନଥିବା ବେଳେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ଝାରସୁଗୁଡ଼ା ସ୍ଥିତ ଏକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

  • Garvita Odia

    Related Posts

    ରାସ୍ତା କଡ଼ ନାଳକୁ ଖସିଲା ହାଇଓ୍ବା

    ଆଠଗଡ଼: ଭାରସାମ୍ୟ ହରାଇ ରାସ୍ତା କଡ଼ ନାଳକୁ ଖସିଲା ହାଇଓ୍ବା । ଦୁର୍ଘଟଣା ପରେ ଡ୍ରାଇଭର ଫେରାର । କଟକ-ନରସିଂହପୁର ମୁଖ୍ୟ ରାସ୍ତାର କରିଲୋ ବଡ଼ଶଙ୍ଖ ନିକଟରେ ଏଭଳି ଦୁର୍ଘଟଣା ଘଟିଛି ।ସୂଚନାଯୋଗ୍ୟ ଯେ, ବାଲି ବୋଝେଇ ହାଇୱାଟି କାନପୁର ପଟୁ…

    ଜେଇଇ ଆଡଭାନ୍ସଡ ପରୀକ୍ଷାଫଳ, ହଂସ ଦାରୁକା ଓଡ଼ିଶା ଟପ୍ପର

    ଭୁବନେଶ୍ବର: ଜେଇଇ ଆଡଭାନ୍ସଡ ପରୀକ୍ଷାଫଳ ପ୍ରକାଶ ପାଇଛି। ଆଇଆଇଟି କାନପୁର ଦ୍ଵାରା ପରିଚାଳିତ ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶ ପାଇଛି। ଆଇ ଆଇ ଟି ଦିଲ୍ଲୀ ଜୋନର ଛାତ୍ର ରଜିତ୍ ଗୁପ୍ତା ୩୬୦ ରୁ ୩୩୨ ମାର୍କ ରଖି ଅଲ୍ ଇଣ୍ଡିଆ…

    Leave a Reply

    Your email address will not be published. Required fields are marked *

    You Missed

    ବିଭୁ ପ୍ରସାଦ ଦେହୁରୀ ବିଜେଡିରୁ ନିଲମ୍ବିତ

    ବିଭୁ ପ୍ରସାଦ ଦେହୁରୀ ବିଜେଡିରୁ ନିଲମ୍ବିତ

    ରାସ୍ତା କଡ଼ ନାଳକୁ ଖସିଲା ହାଇଓ୍ବା

    ରାସ୍ତା କଡ଼ ନାଳକୁ ଖସିଲା ହାଇଓ୍ବା

    ସ୍ତ୍ରୀର ଛୁରାମାଡ଼ରେ ସ୍ୱାମୀ ମୃତ

    ସ୍ତ୍ରୀର ଛୁରାମାଡ଼ରେ ସ୍ୱାମୀ ମୃତ

    କରୋନା: ଦେଶରେ ଆକ୍ଟିଭ କେସ୍‌ ୪ ହଜାରର ନିକଟତର

    କରୋନା: ଦେଶରେ ଆକ୍ଟିଭ କେସ୍‌ ୪ ହଜାରର ନିକଟତର

    ଜେଇଇ ଆଡଭାନ୍ସଡ ପରୀକ୍ଷାଫଳ, ହଂସ ଦାରୁକା ଓଡ଼ିଶା ଟପ୍ପର

    ଜେଇଇ ଆଡଭାନ୍ସଡ ପରୀକ୍ଷାଫଳ, ହଂସ ଦାରୁକା ଓଡ଼ିଶା ଟପ୍ପର

    ବଢ଼ିଲା ଯୁକ୍ତ ୩ ନାମଲେଖା ଅବଧି