ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୫ ପରୀକ୍ଷା ପାଇଁ କାର୍ୟ୍ୟସୂଚୀ ପ୍ରକାଶ ପାଇଛି । ଆସନ୍ତା ମେ ୨ ତାରିଖରୁ ପରୀକ୍ଷା ହେବ । ୧୨ ତାରିଖ ଯାଏ ୩ଟି ସିଫ୍ଟରେ ପରୀକ୍ଷା ହେବ । ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମୋଡ୍‌ରେ କରାଯିବ । ଛାତ୍ରଛାତ୍ରୀ ୱେବ୍‌ସାଇଟ୍‌ରୁ ନିଜର ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
କାର୍ୟ୍ୟସୂଚୀ ଅନୁଯାୟୀ, ପ୍ରଥମ ସିଫ୍ଟ ପରୀକ୍ଷା ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା । ଦ୍ୱିତୀୟ ସିଫ୍ଟ ମଧ୍ୟାହ୍ନ ସାଢ଼େ ୧୨ଟାରୁ ଅପରାହ୍ନ ସାଢ଼େ ୨ଟା ଓ ତୃତୀୟ ସିଫ୍ଟ ଅପରାହ୍ନ ସାଢ଼େ ୪ଟାରୁ ସନ୍ଧ୍ୟା ସାଢ଼େ ୬ଟା ଯାଏ ହେବ । ମେ ୨ ତାରିଖରେ ୩ଟି ଯାକ ସିଫ୍ଟରେ ବି ଫାର୍ମାର ପରୀକ୍ଷା ହେବ । ୩ ତାରିଖରେ ପ୍ରଥମ ସିଫ୍ଟରେ ବି ଫାର୍ମା/ ଏଲ୍‌ଇ ଫାର୍ମା (ଏକ ଘଣ୍ଟାର ପରୀକ୍ଷା), ଦ୍ୱିତୀୟ ଓ ତୃତୀୟ ସିଫ୍ଟରେ ଏମ୍‌ବିଏ ପରୀକ୍ଷା ରହିଛି । ୫ ତାରିଖରେ ପ୍ରଥମ ସିଫ୍ଟରେ ଏଲ୍‌ ଟେକ୍‌ (ଡିପ୍ଲୋମା), ଦ୍ୱିତୀୟ ସିଫ୍ଟରେ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ (ଏକ ଘଣ୍ଟା ପରୀକ୍ଷା), ତୃତୀୟ ସିଫ୍ଟରେ ବି କ୍ୟାଟ୍‌ (ସିନେମାଟୋଗ୍ରାଫି/ସାଉଣ୍ଡ ରେକର୍ଡିଂ ଆଣ୍ଡ ଡିଜାଇନ୍‌), ଏଲ୍‌ଟେକ୍‌ ବିଏସ୍‌ସି, ୬ ତାରିଖରେ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ଏମ୍‌ସିଏ ପରୀକ୍ଷା, ତୃତୀୟ ସିଫ୍ଟରେ ବି କ୍ୟାଟ୍‌ (ଫିଲ୍ମ ଏଡିଟିଂ), ଏମ୍‌ ଆର୍କ, ଏମ୍‌ ପ୍ଲାନ୍‌ ଓ ଏମ୍‌ଟେକ୍‌ ପରୀକ୍ଷା ରହିଛି ।
ସେହିପରି ୧୦ ତାରିଖରେ ତିନୋଟି ଯାକ ସିଫ୍ଟରେ ବେସିକ୍‌ ବିଏସ୍‌ସି ନର୍ସିଂ ପରୀକ୍ଷା ଥିବାବେଳେ ୧୧ ତାରିଖ ପ୍ରଥମ ସିଫ୍ଟରେ ବେସିକ୍‌ ବିଏସ୍‌ସି ନର୍ସିଂ/ପୋଷ୍ଟ ବେସିକ୍‌ ଡିପ୍ଲୋମା ନର୍ସିଂ, ଦ୍ୱିତୀୟ ସିଫ୍ଟରେ ବେସିକ୍‌ ବିଏସ୍‌ସି ନର୍ସିଂ/ଏମ୍‌ଏସ୍‌ସି ନର୍ସିଂ, ତୃତୀୟ ସିଫ୍ଟରେ ପୋଷ୍ଟ ବେସିକ୍‌ ବିଏସ୍‌ସି ନର୍ସିଂ ପରୀକ୍ଷା ରହିଛି । ୧୨ ତାରିଖରେ ଏଲ୍‌ଇ ଟେକ୍‌ (ଡିପ୍ଲୋମା) ପରୀକ୍ଷା ତିନୋଟି ଯାକ ସିଫ୍ଟରେ ରହିଛି ।

  • Related Posts

    ପ୍ରାକ୍‌ ନିର୍ବାଚନୀ ହିଂସା: ବ୍ୟାସନଗର ମହାବିଦ୍ୟାଳୟରେ ଫୁଟିଲା ବୋମା

    ଯାଜପୁର: ଦୀର୍ଘ 8 ବର୍ଷ ପରେ ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟରେ ହେବାକୁ ଯାଉଛି ଛାତ୍ର ସଂସଦ ନିର୍ବାଚନ । ଏହା ପୂର୍ବରୁ କଲେଜ ମାନଙ୍କରେ ଦେଖିବାକୁ ମିଳିଲାନି ପ୍ରାକ୍‌ ନିର୍ବାଚନୀ ହିଂସା । ଆଜି(ଗୁରୁବାର) ଭୋର୍‌ ସମୟରେ ଯାଜପୁର ଜିଲ୍ଲାର…

    Continue reading
    ୧୨ ତାରିଖ ବେଳକୁ ଘୂର୍ଣ୍ଣିବଳୟ!

    ଭୁବନେଶ୍ୱର: ୧୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରେ ଆଣ୍ଡାମାନ ସାଗରରେ ଲଘୁଚାପ ହୋଇପାରେ । କିନ୍ତୁ ଏହା କେତେ ଶକ୍ତିଶାଳୀ ହେବ ଆଉ କେଉଁ ଦିଗକୁ ଯିବ, ତାହା ଏବେଠୁ କହିବା ମୁସ୍କିଲ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ