ଓଡ଼ିଶା ସରକାର ସ୍ଥାପନ କରିବେ ୨୪ ହଜାର ନୂଆ ନଳକୂପ

ଭୁବନେଶ୍ବର: ଖରାଦିନେ ରାଜ୍ୟରେ ରହିବ ନାହିଁ ଜଳ ସଂକଟ । ସୁବିଧାରେ ସମସ୍ତଙ୍କ ପାଣି ମିଳିବ । ଜଳ ଯୋଗାଣରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟରେ ୨୪ ହଜାର ନୂଆ ନଳକୂପ ସ୍ଥାପନ କରାଯାଉଛି । ସେହିପରି ଅନ୍ତୋଦୟ ଗୃହ ଯୋଜନାରେ ୫ ଲକ୍ଷ ଘର ଦିଆଯିବ । ଯେଉଁ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି, ଖୋଜିଖୋଜି ସମସ୍ତଙ୍କୁ ଘର ପ୍ରଦାନ କରାଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି, “ପାଣି ପାଇଁ ଲୋକ ଯେପରି କଷ୍ଟ ନ ପାଆନ୍ତି, ସରକାର ଏ ଦିଗରେ ପଦକ୍ଷେପ ନେଉଛନ୍ତି । ଗ୍ରୀଷ୍ମ ପ୍ରବାହରକୁ ନେଇ ରାଜ୍ୟରେ ଜଳ ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ । ପୂର୍ବ ସରକାର ସମୟରେ ଓଡ଼ିଶାରେ ୫ ଲକ୍ଷ ନଳକୂପ ଥିଲା । ଚଳିତ ବର୍ଷ ନୂଆ ସରକାରରେ ୨୪ ହଜାର ନୂଆ ନଳକୂପ ସ୍ଥାପନ କରାଯାଉଛି । ମୁଁ ବିଧାୟକ ଥିବା ସମୟରେ ୫ଟି ନଳକୂପ ପାଇଁ ନେହୁରା ହେଉଥିଲୁ, କିନ୍ତୁ ମିଳୁ ନ ଥିଲା । ବର୍ତ୍ତମାନ ସରକାରରେ ୨୪ ହଜାର ନୂଆ ନଳକୂପ ସ୍ଥାପନ ହେବାକୁ ଯାଉଥିବା ବେଳେ ସେଥି ମଧ୍ୟରୁ ୯ ହଜାର ନଳକୂପ ସ୍ଥାପନ ହୋଇ ସାରିଛି । ବାକି ୧୫ ଦିନ ଭିତରେ ଅନ୍ୟ ସବୁ ନଳକୂପ ସ୍ଥାପନ ହେବ ।’

‘ଏହାକୁ ନେଇ ସାଢେ ୫ ଶହ କୋଟି ଟଙ୍କା ବିଭିନ୍ନ ଜିଲ୍ଲାପାଳଙ୍କ ଆକାଉଣ୍ଟକୁ ପଠାଯାଇଛି । ନଳକୂପ ଖୋଳିବା ପାଇଁ ଜିଲ୍ଲାପାଳଙ୍କୁ ନେଇ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୱାଟର ସପ୍ଲାଇ ନେଇ ଯେଉଁ ୨୭୨ ମେଗା ପ୍ରକଳ୍ପ ଚାଲିଛି । ଯେଉଁ ଜାଗାରେ ପାଣି ମିଳୁ ନ ଥିବ ସେଠାରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ । ସୋସିଆଲ ମିଡ଼ିଆ ଏବଂ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ବିଭାଗ ପକ୍ଷରୁ ମନିଟରିଙ୍ଗ କରାଯାଉଛି । ସେହି ଆଧାରରେ ମଧ୍ୟ ପଦକ୍ଷେପ ନିଆଯାଉଛି ।”

  • Related Posts

    ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ମୃତ

    ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଳି ଛକ ୩୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ପ୍ରାଣ ହରାଇଛନ୍ତି । ଆଜି ସକାଳ ୫ ଘଣ୍ଟା ୩୦ ମିନିଟ୍ ସମୟରେ ଅଜଣା ଟ୍ରକ ଧକ୍କା ଦେଇ…

    Continue reading
    ଓଡ଼ିଶାରୁ ବିଦାୟ ନେଉଛି ମୌସୁମୀ

    ଭୁବନେଶ୍ୱର: ଓଡ଼ିଶାରୁ କିଛି ଅଞ୍ଚଳରୁ ମୌସୁମୀ ବିଦାୟ ନେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ସୁନ୍ଦରଗଡ଼ ଓ ବରଗଡ଼ରୁ ମୌସୁମୀ ବିଦାୟ ନେଇଥିବା ଜଣାଯାଇଛି । ତେବେ ଆସନ୍ତା ୩ରୁ ୪ ଦିନ ଭିତରେ ପୂରା ଓଡ଼ିଶାରୁ ମୌସୁମୀ ବିଦାୟ ନେବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ