୧୨ ତାରିଖ ବେଳକୁ ଘୂର୍ଣ୍ଣିବଳୟ!

ଭୁବନେଶ୍ୱର: ୧୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରେ ଆଣ୍ଡାମାନ ସାଗରରେ ଲଘୁଚାପ ହୋଇପାରେ । କିନ୍ତୁ ଏହା କେତେ ଶକ୍ତିଶାଳୀ ହେବ ଆଉ କେଉଁ ଦିଗକୁ ଯିବ, ତାହା ଏବେଠୁ କହିବା ମୁସ୍କିଲ । ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ ହେଲେ ଓଡ଼ିଶା ଉପରେ ପ୍ରଭାବ ପଡ଼ିବ । କିନ୍ତୁ ଓଡ଼ିଶା ଉପରେ ବିପଦର ବିଶେଷ ଆଶଙ୍କା ନାହିଁ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ଆକଳନ କରିଛନ୍ତି ।ବିଶ୍ୱର ବିଭିନ୍ନ ପାଣିପାଗ ମଡେଲକୁ ଅନୁଶୀଳନ କରି ସେ କହିଛନ୍ତି, ବଙ୍ଗୋପସାଗରରେ ସିଷ୍ଟମ ଗଠନର ଆଶଙ୍କା ରହିଛି । ପୂର୍ବ ଅପେକ୍ଷା ଏହି ଆଶଙ୍କା ବଢ଼ିଛି । ନ୍ୟାସନାଲ ଓସେନିକ୍ ଆଣ୍ଡ ଆଟମୋସ୍ପିୟରିକ୍ ଆଡମିନଷ୍ଟ୍ରେସନ (ଏନଓଏଏ) ପୂର୍ବାନୁମାନ ଅନୁସାରେ ଆସନ୍ତା ୧୪ରୁ ୨୦ ତାରିଖ ମଧ୍ୟରେ ଉତ୍ତର ଭାରତ ମହାସାଗରରେ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୋଇପାରେ । ଏହା ସୃଷ୍ଟି ହେବାର ସମ୍ଭାବନା ୨୦ରୁ ୪୦% । ଲଘୁଚାପ ଗଠନ ପାଇଁ ପାଣିପାଗ ସ୍ଥିତି ଅନୁକୂଳ ରହିଥିବା କୁହାଯାଇଛି ।ସମ୍ଭାବ୍ୟ ଲଘୁଚାପ କେଉଁଠାରେ ସୃଷ୍ଟି ହେବ ଓ ଗଠିତ ହେବ ଓ ଭର୍ଟିକାଲ ୱିଣ୍ଡ ସିଅର(ଲମ୍ବା ବାୟୁ ପ୍ରବାହର ପରିବର୍ତ୍ତନ) କମିଲେ ସମ୍ଭାବ୍ୟ ଲଘୁଚାପ ଅଧିକ ଶକ୍ତିଶାଳୀ ହୋଇପାରେ । ୮୫୦ ୨୦୦ ଏଚ୍‌ପିଏ ସ୍ତରରେ ପବନର ବେଗ ଓ ଦିଗର ବ୍ୟବଧାନ କମି ଅନୁକୂଳ ହେଲେ ସିଷ୍ଟମ୍ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ବଢ଼ିବ । ତେବେ ୧୦ରୁ ୧୨ ତାରିଖ ବେଳକୁ ଲଘୁଚାପର କେତେ ପ୍ରଭାବୀ ହେବ, ସେ ଚିତ୍ର ଅଧିକ ସ୍ପଷ୍ଟ ହୋଇପାରେ ।ବଙ୍ଗୋପସାଗର ଉପରେ ମୌସୁମୀ ବାୟୁ ଦୁର୍ବଳ ହୋଇ ପବନର ଢାଞ୍ଚା ବଦଳୁଛି । ଭାରତ ମହାସାଗର ଉପରେ ଏମ୍‌ଜେ ଓ ଅଧିକ ଅନୁକୂଳ ହୋଇପାରେ । ଇସିଏମଡବ୍ଲୁଏଫ୍ ଓ ଜିଇଏଫଏସ୍ ମଡେଲ ଅନୁସାରେ, ଲଘୁଚାପ ଗଠନ ପାଇଁ ପରିବେଶ ଅନୁକୂଳ ଅଛି । ଏବେ ଓଡ଼ିଶା ଉପରେ ସିଧାସଳଖ ବିପଦର ଆଶଙ୍କା ନାହିଁ ।

  • Related Posts

    ପ୍ରାକ୍‌ ନିର୍ବାଚନୀ ହିଂସା: ବ୍ୟାସନଗର ମହାବିଦ୍ୟାଳୟରେ ଫୁଟିଲା ବୋମା

    ଯାଜପୁର: ଦୀର୍ଘ 8 ବର୍ଷ ପରେ ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟରେ ହେବାକୁ ଯାଉଛି ଛାତ୍ର ସଂସଦ ନିର୍ବାଚନ । ଏହା ପୂର୍ବରୁ କଲେଜ ମାନଙ୍କରେ ଦେଖିବାକୁ ମିଳିଲାନି ପ୍ରାକ୍‌ ନିର୍ବାଚନୀ ହିଂସା । ଆଜି(ଗୁରୁବାର) ଭୋର୍‌ ସମୟରେ ଯାଜପୁର ଜିଲ୍ଲାର…

    Continue reading
    ଓଡ଼ିଶା ଡିଜିପି ମାମଲା, ଆଜି ଆସିପାରେ ସୁପ୍ରିମକୋର୍ଟଙ୍କ ରାୟ

    ନୂଆଦିଲ୍ଲୀ: ଆଜି ଓଡ଼ିିଶା ଡିଜିପି  ଚୟନ ପ୍ରକ୍ରିୟା ମାମଲା ନେଇ  ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶିତ ହେବାର ସମ୍ଭାବନା ରହିଛି । ଓଡିଶା  ଡିଜିପି ଚୟନ ପ୍ରକ୍ରିୟା ସମ୍ବନ୍ଧିତ ପ୍ରକାଶ  ସିଂହ ମାମଲା ସୁପ୍ରିମକୋର୍ଟଙ୍କ ଗୁରୁବାର  ତାଲିକାରେ ସମ୍ମିଳିତ କରାଯାଇଛି ।  ଡିଜିପି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ