ବିସ୍ଫୋରକ ଭର୍ତ୍ତି ଦୁଇ ମିନି ଟ୍ରକ୍ ଜବତ

ରାଉରକେଲା: ବିସ୍ଫୋରକ ଲୁଟ୍‌ ଘଟଣାରେ ନୂଆ ଟ୍ବିଷ୍ଟ । ଆଜି ଧରାପଡ଼ିଛି ଦୁଇଟି ମିନି ଟ୍ରକରେ ଭର୍ତ୍ତି ବିସ୍ପୋରକ। ସୁନ୍ଦରଗଡ଼ ରଘୁନାଥପାଲି ଥାନା ବାଲୁଘାଟ ଜାତୀୟ ରାଜପଥର ରାଉରକେଲା ପିଉସ ପେଟ୍ରୋଲ ପମ୍ପରୁ ଏହାକୁ ଜବତ କରିଛି ରାଉରକେଲା ପୋଲିସର ସ୍ଵତନ୍ତ୍ର ଟିମ୍‌ । ଦୁଇ ଦିନ ହେଲା ପେଟ୍ରୋଲ ପମ୍ପରେ ବେଆଇନ ବିସ୍ପୋରକ ଭର୍ତ୍ତି ଏହି ଦୁଇଟି ମିନି ଟ୍ରକ୍ ରଖାଯାଇଥିଲା। ଦୁଇଟି ଟ୍ରକରେ ପାଖାପାଖି ୮ ଟନ୍ ବିସ୍ଫୋରକ ରହିଛି । ତେବେ କିଏ ଏଠାରେ ଏମିତି ବେଆଇନ ଭାବେ ଏତେ ପରିମାଣର ବିସ୍ଫୋରକ ଭର୍ତ୍ତି ଗାଡି଼ ରଖିଥିଲା । ବାଙ୍କୋ ନିକଟ ଜଙ୍ଗଲରୁ ଲୁଟ୍‌ ହୋଇଥିବା ବିସ୍ଫୋରକ ସହ ଏହାର କିଛି ସଂପୃକ୍ତି ରହିଛି କି ? ଏହି ବିସ୍ଫୋରକକୁ ବାହାର ରାଜ୍ୟକୁ ଚୋରା ଚାଲଣ ହେଉଥିଲା କି ? ଏଭଲି ନାନା ସନ୍ଦେହ ଉପୁଜଛି । ପୋଲିସ ଟ୍ରକ ଦୁଇଟିର ଯାଞ୍ଚ କରିବା ସହ ଏହି ଘଟଣାର ଅଧିକ ଖୋଳତାଡ଼ କରୁଛି । ସେପଟେ ବଡଗାଁ ଇତମା ବିସ୍ପୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କୁ ଅଟକ ରଖିଛି ପୋଲିସ ।

  • Garvita Odia

    Related Posts

    ଉଦିତ ପ୍ରଧାନ ଗିରଫ ଘଟଣା: କଂଗ୍ରେସ କମିଟି ଗଠନ

    ଭୁବନେଶ୍ୱର: ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ହେବା ଘଟଣାରେ କଂଗ୍ରେସ କମିଟି ଗଠନ କରାଯାଇଛି । ଘଟଣାର ଅନୁଧ୍ୟାନ ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ଏହି କମିଟି ଗଠନ କରାଯାଇଛି । ସସ୍ମିତା ବେହେରାଙ୍କ ନେତୃତ୍ୱରେ ୬ ଜଣିଆ କମିଟି…

    ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର

    କୋକସରା: କଳାହାଣ୍ଡି ଜିଲା କୋକସରା ବ୍ଳକ ଆମପାଣି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଆମପାଣି ଥାନା ଅଞ୍ଚଳର ଜଣେ…

    Leave a Reply

    Your email address will not be published. Required fields are marked *

    You Missed

    ସନ୍ଧ୍ୟା ୫ଟାରେ ‘ଖୋଲା ପେଟ୍ରୋଲ’ ବିକ୍ରି ବୈଠକ

    ସନ୍ଧ୍ୟା ୫ଟାରେ ‘ଖୋଲା ପେଟ୍ରୋଲ’ ବିକ୍ରି ବୈଠକ

    ଖୋଲିଲା ୪୬ ମିଶ୍ରଣ ସ୍କୁଲ

    ଖୋଲିଲା ୪୬ ମିଶ୍ରଣ ସ୍କୁଲ

    ଆଜିଠୁ ସଂସଦର ମୌସୁମୀ ଅଧିବେଶନ

    ଆଜିଠୁ ସଂସଦର ମୌସୁମୀ ଅଧିବେଶନ

    ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା, ୧୧ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା, ୧୧ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ଉଦିତ ପ୍ରଧାନ ଗିରଫ ଘଟଣା: କଂଗ୍ରେସ କମିଟି ଗଠନ

    ଉଦିତ ପ୍ରଧାନ ଗିରଫ  ଘଟଣା: କଂଗ୍ରେସ କମିଟି ଗଠନ

    ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର

    ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର