ଭୋଟର ତାଲିକାରେ ଜାଲିଆତି; ୪ ଅଧିକାରୀଙ୍କୁ ନିଲମ୍ବନ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଭୋଟର ତାଲିକାରେ ଜାଲିଆତି କରିଥିବା ଅଭିଯୋଗରେ ନିର୍ବାଚନ ଆୟୋଗ (ଇସି) ଏହାର ୪ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ନିର୍ବାଚନ ଆୟୋଗ ଲେଖିଥିବା ଚିଠିରେ ବାରୁଇପୁର ପୂର୍ବ ଓ ମୟନା ବିଧାନସଭା ନିର୍ବାଚନମଣ୍ଡଳୀର ଇଆରଓ ଓ ସହକାରୀ ଇଆରଓଙ୍କୁ ତୁରନ୍ତ ନିଲମ୍ବନ କରିବା ଲାଗି ନିର୍ଦେଶ ଦେଇଛନ୍ତି। ଏହା ସହିତ ୪ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୁହାଯାଇଛି। ନିଲମ୍ବିତ ଅଧିକାରୀମାନେ ହେଲେ ବାରୁଇପୁର ପୂର୍ବ ବିଧାନସଭା କ୍ଷେତ୍ରର ଇଆରଓ ଦେବତ୍ତମ ଦତ୍ତ ଚୌଧୁରୀ ଓ ସହକାରୀ ଇଆରଓ ତଥାଗତ ମଣ୍ଡଳ। ମୟନା ବିଧାନସଭା କ୍ଷେତ୍ରର ଇଆରଓ ବିପ୍ଳବ ସରକାର ଓ ସହକାରୀ ଇଆରଓ ସୁଦୀପ୍ତ ଦାସ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ଅଭିଯୋଗ ଅନୁଯାୟୀ ଏହି ଅଧିକାରୀମାନେ ଅନେକ ଆବେଦନକାରୀଙ୍କ ନାମ ଭୋଟର ତାଲିକାରେ ସାମିଲ କରିଛନ୍ତି। ଭୋଟର ତାଲିକାରେ ନାମ ସାମିଲ କରିବା ପୂର୍ବରୁ ସେମାନେ ଏହାର ବିଧିବଦ୍ଧ ଯାଞ୍ଚ କରି ନଥିଲେ। ଏପରିକି ​‌ସେମାନେ ଇଲେକ୍ଟୋରାଲ ଡାଟାବେସ୍‌ର ଲଗ୍‌ଇନ ଆଇଇଡି ଓ ପାସୱାର୍ଡକୁ ଅନ୍ୟମାନଙ୍କୁ ସେୟାର କରିଥିଲେ। ଏହି ଘଟଣାରେ ଜଡିତ ସାମୟିକ ଡାଟା ଏଣ୍ଟ୍ରି ଅପରେଟର ସୁରୋଜିତ୍ ହଲଦର ବିରୋଧରେ ମାମଲା ରୁଜୁ କରିବାକୁ ଇସି ନିର୍ଦେଶ ଦେଇଛନ୍ତି। ସିଇଓ ରିପୋର୍ଟ ଅନୁଯାୟୀ ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ କାର୍ୟ୍ୟରେ ଅନ୍ୟ ଅଧିକାରୀମାନେ ମଧ୍ୟ ଅନିୟମିତତା କରିଛନ୍ତି। ଆଗାମୀ ଦିନରେ ଏହି ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପଶ୍ଚିମବଙ୍ଗରେ ଏସ୍‌ଆଇଆର କାର୍ୟ୍ୟକାରୀ କରିବାକୁ ନିର୍ବାଚନ ଆୟୋଗ ପ୍ରସ୍ତୁତ ହେଉଥିବାବେଳେ ଭୋଟର ତାଲିକାରେ ନୂଆ ନାମ ସଂଯୋଗ କରିବା ଭଳି ଅନିୟମିତତା କାର୍ୟ୍ୟରେ ଇଆରଓମାନେ ଲାଗିପଡିଛନ୍ତି। ନୂଆ ଭୋଟର ସାମିଲ କରିବା ଲାଗି ଇଆରଓମାନେ ସ୍ବତନ୍ତ୍ର ସୁବିଧା କରିଛନ୍ତି। ଇଆରଓମାନେ ହେଉଛନ୍ତି ପଶ୍ଚିମବଙ୍ଗ ରାଜ୍ୟ ପ୍ରଶାସନିକ ଅଧିକାରୀ ବର୍ଗର କର୍ମଚାରୀ। ସେମାନେ ରାଜ୍ୟ ସରକାରଙ୍କ ପ୍ରରୋଚନାରେ ଏପରି କାର୍ୟ୍ୟ କରୁଥିବା ଅଭିଯୋଗ ହୋଇଛି। ମାତ୍ର ଏବେ ସେମାନେ ଜନପ୍ରତିନିଧି ଆଇନ ୧୯୫୦ର ଧାରା ୩୨(୧) ଅନୁଯାୟୀ ଦଣ୍ଡିତ ହେବେ। ଯେଉଁଥିରେ ସେମାନଙ୍କୁ ୩ମାସରୁ ୨ବର୍ଷ ପର୍ୟ୍ୟନ୍ତ ଜେଲ୍‌ ଦଣ୍ଡ ଭୋଗିବାକୁ ପଡିବ।

  • Related Posts

    ଟ୍ରମ୍ପଙ୍କୁ ଝଟକା, ଆମେରିକା ସହ ବୋଇଂ ଡିଲ ରଦ୍ଦ

    ନୂଆଦିଲ୍ଲୀ: ଟାରିଫରେ ଡୋନାଲ୍ଡ ଟ୍ରମ୍ପଙ୍କୁ ନରେନ୍ଦ୍ର ମୋଦି ବଡ଼ ଝଟକା ଦେଇଛନ୍ତି। ଆମେରିକା ସହ ଭାରତ ୩୧,୫୦୦ କୋଟି ଟଙ୍କାର ବୋଇଂ ଡିଲ ରଦ୍ଦ କରିଦେଇଛି। ଭାରତ ଏହି ନିଷ୍ପତ୍ତି ସେତେବେଳେ ନେଇଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ଅତିରିକ୍ତ…

    ଓଡ଼ିଶାର ହସ୍ତତନ୍ତ କାଳଜୟୀ ସୌନ୍ଦର୍ୟ୍ୟ ଓ ପରମ୍ପରାର ନିଚ୍ଛକ ନିଦର୍ଶନ : ଧର୍ମେନ୍ଦ୍ର

    ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ଜାତୀୟ ହସ୍ତତନ୍ତ ଦିବସ’ ଅବସରରେ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ପିନ୍ଧି ସଂସଦ କାର୍ୟ୍ୟରେ ସାମିଲ ହୋଇ ଖୁସି ପ୍ରକାଶ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ସାଂସଦମାନଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    MoU signed to foster Bio-economy in state

    Odisha Eyes Greener Roads: Plastic Waste to Pave the Way

    Pavitra Mohan Pradhan Medical College (PMPMC) will have 200 MBBS students in 2025-26

    ନାଟର ଗୋବର୍ଦ୍ଧନ ଅପରାଜିତା

    Breastfeeding brings the child closer to the mother’s heart : Dy CM Smt. Pravati Parida

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”