ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ୩ ଗିରଫ

ଭୁବନେଶ୍ବର: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ୩ ଗିରଫ । ଗିରଫ ମାନେ ହେଲେ ଜୀବନ ରାଉତ, ରଶ୍ମୀ ମହାପାତ୍ର ଓ ଦେବାଶିଷ ପ୍ରଧାନ । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ଡିସିପି ଜଗମୋହନ ମୀନା ।ବିଏମସି ଅଫିସ ଚାମ୍ବରରେ ଜନ ଶୁଣାଣି ସମୟରେ ହଠାତ୍‌ ପଶି ଆସିଥିଲେ କିଛି ଦଳୀୟ କର୍ମୀ। କେହି କିଛି ବୁଝିବା ପୂର୍ବରୁ ବିଏମସି କାର୍ୟ୍ୟାଳୟ ବାହାରେ ତଳେ ପକାଇ ଗୋଇଠା ବିଧା ମାଡ କରିଥିଲେ । ବିଜେପି କର୍ପୋରେଟର ଜୀବନ ରାଉତଙ୍କ ଉପସ୍ଥିତିରେ କମିଶନର ରତ୍ନାକର ସାହୁଙ୍କ କଲର ଧରି ଘୋଷାଡ଼ି ଆଣି ମାଡ ମାରିଥିବା ରତ୍ନାକର ସାହୁ ଅଭିଯୋଗ କରିଛନ୍ତି। ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ କହିବା ମୁତାବକ ପ୍ରତି ସୋମବାର ପରି ବିଏମସି କାର୍ୟ୍ୟାଳୟରେ ଚାଲିଥିଲା ଅଭିଯୋଗ ଶୁଣାଣି। କମିଶନରଙ୍କ ଅନୁପସ୍ଥିତିରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣୁଥିଲେ। ୫ ଜଣ ଯୁବକ ରତ୍ନାକର ସାହୁଙ୍କ ଚାମ୍ବରକୁ ଧସେଇ ପଶିଥିଲେ। ବିଜେପି ନେତାଙ୍କୁ କଣ କହିଲେ ବୋଲି ପ୍ରଶ୍ନ କରିଥିଲେ। ଗୋଟିଏ ୱାର୍ଡର ସ୍ବଚ୍ଛ ସାଥୀ ଓ ସୁପରଭାଇଜରଙ୍କ ଅଭିଯୋଗକୁ ନେଇ ତଦନ୍ତ କରୁଥିଲେ ଏଡିସି। ତଦନ୍ତ ରିପୋର୍ଟ ଦେଲେ କି ନାହିଁ କହି ବିଜେପି ନେତାଙ୍କୁ କାହିଁକି ଦୁବ୍ୟବହାର କଲେ ବୋଲି କହି ୫ ଜଣ ଯୁବକ ଅତର୍କିତ ରତ୍ନାକର ସାହୁଙ୍କୁ ଆକ୍ରମଣ କରିଥିଲେ ।ସେପଟେ ବିଏମସିର ଏଡିସିଙ୍କୁ ଆକ୍ରମଣକୁ ନେଇ ନିନ୍ଦା କରିବା ସହିତ ଦୁର୍ଭାଗ୍ୟ ଜନକ କଥା କହିଛନ୍ତି ମେୟର ସୁଲୋଚନା ଦାସ । ମେୟର କହିଛନ୍ତି ‘‘ବିଏମସି କାର୍ୟ୍ୟାଳୟରେ ପଶି ୫ ଜଣ ଯୁବକ ଆକ୍ରମଣ କରିବା ସହିତ ଟେକି ନେବା ଘଟଣା ପରେ ଖୋଦ ରାଜଧାନୀରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଭୂଶୁଡି ଯାଇଛି। ଯେଉଁଭଳି ଭାବରେ ଅମାନୁଷିକ ଭାବେ ବରିଷ୍ଠ ଅଧିକାରୀଙ୍କୁ ଆକ୍ରମଣ କରାଗଲା ଖୋଦ ରାଜଧାନୀରେ ସଭିଁଏ ଅସୁରକ୍ଷିତ ମନେ କରିବେ। ଅଭିଯୋଗ ଶୁଣାଣିରେ ୧୦୦ ରୁ ଅଧିକ ଲୋକ ଥିଲେ। କର୍ମଚାରୀ ଓ କର୍ପୋରେଟର ମଧ୍ୟ ଛଢାଇଥିଲେ। ସିସିଟିଭି ଫୁଟେଜରେ ଆକ୍ରମଣକାରୀଙ୍କ ଦୃଶ୍ୟ ରହିଛି। ଝା଼ଡୁଦାରଙ୍କ ଠୁ ମେୟର କମିଶନର ଲୋକଙ୍କ ସେବା ପାଇଁ କାର୍ୟ୍ୟ କରୁଛନ୍ତି। ଆଜିର ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥା ବଢାଯିବା ସହିତ ଗନ ମ୍ୟାନ୍‌ ନିଯୋଜିତ ହେବେ’’ ବୋଲି ମେୟର କହିଛନ୍ତି।

  • Garvita Odia

    Related Posts

    ଓଏଏସ୍ ଅଫିସରଙ୍କ ବିରୋଧରେ ସାଙ୍ଗାତିକ ଅଭିଯୋଗ ଆଣିଲେ ପତ୍ନୀ

    ଭୁବନେଶ୍ବର: ଓଏଏସ୍ ଅଫିସର ସାର୍ଥକ ସୌରଭ ମହାପାତ୍ରଙ୍କ ବିରୋଧରେ ସାଙ୍ଗାତିକ ଅଭିଯୋଗ ଆଣିଲେ ପତ୍ନୀ । ବିବାହ ପରେ ବଦଳି ଗଲେ ଓଏଏସ୍ ଅଫିସର। ପତ୍ନୀଙ୍କୁ ଦେଉଥିଲେ ନିର୍ଯାତନା । ମାନସିକ ଓ ଶାରୀରିକ ନିର୍ଯାତନା ସହ ପରିବାର ସହ ମିଶି…

    ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

    ଭୁବନେଶ୍ୱର: ସହକର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ଡରିଯାଇଥିଲେ ଜଣେ ସହକାରୀ ଯନ୍ତ୍ରୀ। ଭିଜିଲାନ୍ସ ଚଢ଼ାଉରୁ ବର୍ତ୍ତିବା ପାଇଁ ଘରର ମୁଖ୍ୟ ଦ୍ୱାରରେ ବାହାରପଟୁ ତାଲା ପକାଇ ଦେଇଥିଲେ। ଆଉ ଦିନ ସାରା ପୂରା ପରିବାର ସହିତ ଘର ଭିତରେ…

    Leave a Reply

    Your email address will not be published. Required fields are marked *

    You Missed

    ବୈତରଣୀରେ ଆଉ ବଢିବନି ଜଳସ୍ତର:ସର୍ବୋଚ୍ଚ ଯନ୍ତ୍ରୀ

    ବୈତରଣୀରେ ଆଉ ବଢିବନି ଜଳସ୍ତର:ସର୍ବୋଚ୍ଚ ଯନ୍ତ୍ରୀ

    ବିଜେପି ଅଫିସରେ ପ୍ରୟାସକାନ୍ତି

    ବିଜେପି ଅଫିସରେ ପ୍ରୟାସକାନ୍ତି

    ପଞ୍ଜିକରଣ କରିସାରିଲେଣି ୩ ଲକ୍ଷ ୩୮ହଜାର ୭୩୫ ଚାଷୀ :ମନ୍ତ୍ରୀ

    ପଞ୍ଜିକରଣ କରିସାରିଲେଣି ୩ ଲକ୍ଷ ୩୮ହଜାର ୭୩୫ ଚାଷୀ :ମନ୍ତ୍ରୀ

    ଅନ୍ଧବିଶ୍ୱାସ: କାଉଙ୍କ ମିଳନ ଦେଖିବାରୁ ଦୁଇ ଯୁବକଙ୍କୁ ମୃତ ଘୋଷଣା

    ଅନ୍ଧବିଶ୍ୱାସ: କାଉଙ୍କ ମିଳନ ଦେଖିବାରୁ ଦୁଇ ଯୁବକଙ୍କୁ ମୃତ ଘୋଷଣା

    ୬ ସପ୍ତାହ ଭିତରେ ସ୍ବାଧୀନତା ସଂଗ୍ରାମୀଙ୍କୁ ପେନ୍‌ସନ ଦିଅ: ହାଇକୋର୍ଟ

    ୬ ସପ୍ତାହ ଭିତରେ  ସ୍ବାଧୀନତା ସଂଗ୍ରାମୀଙ୍କୁ ପେନ୍‌ସନ ଦିଅ: ହାଇକୋର୍ଟ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଲାଗିବ ୭୫ ଲକ୍ଷ ଗଛ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଲାଗିବ  ୭୫ ଲକ୍ଷ ଗଛ