
ଭୁବନେଶ୍ବର: ମହିଳା ବିଜେଡିର ପ୍ରତିବାଦ। ରାଜଧାନୀରେ ବିଜୁ ମହିଳା ଜନତା ଦଳର ଗର୍ଜନ। ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ନାରାବାଜି। ରାଜ୍ୟରେ ମହିଳାଙ୍କ ବିରୋଧରେ ବଢୁଥିବା ନିର୍ଯାତନାର ପ୍ରତିବାଦ। ଗତ ୧ ବର୍ଷରେ ବଢିଛି ମହିଳା ନିର୍ଯାତନା । ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଗିରଫ ଦାବି । ଲେଖାଶ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟକୁ ବିରୋଧ।।ନୀତି ନୈତିକତା କଥା କହୁଥିବା ବିଜେପି ଦଳ ଆଗ ସନ୍ତୋଷ ଖଟୁଆଙ୍କୁ ଦଳରୁ ବହିଷ୍କାର କରୁ ବୋଲି ବିଜେଡି ପକ୍ଷରୁ ସ୍ନେହାଙ୍ଗିନୀ ଛୁରିଆ ଦାବି କରିଛନ୍ତି। ମହିଳାଙ୍କ ପ୍ରତି ଦେଇଥିବା ଏଭଳି ଅରୁଚିକର ମନ୍ତବ୍ୟ କେଵଳ ଜଣେ ମହିଳାଙ୍କୁ ନୁହେଁ, ସମଗ୍ର ମହିଳାଙ୍କୁ ଅପମାନିତ କରିଛି।ବିଜେପି ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ହୁଅନ୍ତୁ ଅବା ସାସଂଦ ଅପରାଜିତା ଷଡ଼ଙ୍ଗୀ ଏନେଇ କିଛି ମଧ୍ୟ କହିଲେନି। ଜଣେ ଜନପ୍ରତିନିଧି ହୋଇ ସନ୍ତୋଷ ଖଟୁଆ ଏଭଳି କିପରି ମନ୍ତ୍ୟବ ଦେଲେ ବୋଲି ସ୍ନେହାଙ୍ଗିନୀ ପ୍ରଶ୍ନ କରିଛନ୍ତି। ଦଳ କାହଁକି ଏହାକୁ ବ୍ୟକ୍ତି ଗତ ମତ କହି ଏଡ଼େଇ ଦେଉଛି। ଆମେ ମହିଳା କମିସନ, ମହିଳା ଥାନାର ଦ୍ୱାରସ୍ଥ ହେଲୁ କିନ୍ତୁ, ନ୍ୟାୟ ମିଳିଲାନି। ତେଣୁ ଏବେ ରାଜରାସ୍ତାକୁ ଓହ୍ଲାଇଛୁ ବୋଲି ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି।