ନୂଆଦିଲ୍ଲୀ : ବିଚ୍ ରାସ୍ତାରେ ଯୁବକଙ୍କ ଜୀବନ ରକ୍ଷା କଲେ ଟ୍ରାଫିକ୍ ପୁଲିସ । ଘଟଣାର ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍ ହେଉଛି । ହରିୟାଣାର ଗୁରୁଗାଓଁରେ ଟ୍ରାଫିକ୍ ପୁଲିସ ଭାବେ କାର୍ଯ୍ୟରତ ଏଏସଆଇ କୃଷ୍ଣ କୁମାର ମାନବିକତା ଓ କର୍ତ୍ତବ୍ୟ ପାଇଁ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବା ସହ ପ୍ରେରଣା ପାଲଟିଛନ୍ତି । ସେ ଜଣେ କାର୍ ଚାଳକଙ୍କୁ ମୃତ୍ୟୁ ମୁହଁରୁ ରକ୍ଷା କରିଛନ୍ତି । ମଙ୍ଗଳବାର ମଧ୍ୟାହ୍ନ ସମୟରେ ଟ୍ରାଫିକ୍ ପୁଲିସ ଜଣକ କାର୍ଯ୍ୟରେ ଥିବା ସମୟରେ ଦେଖିଥିଲେ ଯେ, ବିଚ୍ ରାସ୍ତାରେ ଜଣେ ଯୁବକ କାର୍ ଚଲାଉଥିବା ସମୟରେ ହଠାତ୍ ଅଟକି ଯାଇଥିଲେ । ସେ କାର୍ ନିକଟକୁ ଯାଇ ଦେଖିବା ବେଳକୁ ଯୁବକ ଜଣକ ଅଚେତ୍ ଅବସ୍ଥାରେ ଥିଲେ । ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବା ଏଏସଆଇ ଅନୁଭବ କରି କାଳ ବିଳମ୍ବ ନକରି ନିଜର ସାଥି କର୍ମଚାରୀ ଓ ଉପସ୍ଥିତ ଥିବା କିଛି ଲୋକଙ୍କ ସହଯୋଗ ନେଇ କାର୍ ଭିତରୁ ଯୁବକଙ୍କୁ ବାହାରକୁ ଆଣି ତାଙ୍କୁ ସିପିଆର୍ ଦେବା ଆରମ୍ଭ କରିଥିଲେ । କିଛି ସମୟରେ କାର୍ ଚାଳକଙ୍କୁ ଚେତା ଫେରି ଆସିଥିଲା । ଚେତା ଆସିବା ପରେ ପୁଲିସ କର୍ମୀ ତାଙ୍କୁ ପାଣି ପିଇବା ସହ ଆରାମ ଅନୁଭବ କରାଇଥିଲେ ।
ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି
ଖୁବଶୀଘ୍ର ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି । ମାଆ ହେବେ ଜାଗୃତି ଶୁକ୍ଲା । ବିବାହର ବର୍ଷେ ପରେ ଏହି ଦମ୍ପତି ଖୁସି ଖବର ଦେଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ଏହି ଗୁଡ୍ ନ୍ୟୁଜ୍…






