ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ ନହେଲେ ଦୁର୍ବଳ ହେବ ଦାନ୍ତ

ବ୍ରଶ୍‌‌ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇଥାଆନ୍ତି। ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦାନ୍ତ ମାଢି ଉପରେ କୁପ୍ରଭାବ ପଡିବା ସହ ଦାନ୍ତ ସହ ଜଡିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଦାନ୍ତର ଉପରିଭାଗ ଖୁବ ଶକ୍ତ। ଏହାସହ ମାଢି ସୁସ୍ଥ ରହିବା ଦ୍ୱାରା ଦାନ୍ତ ଶକ୍ତ ରହିଥାଏ। ମାତ୍ର ଏହି ସ୍ଥାନ ବିଭିନ୍ନ ପ୍ରକାର ଏସିଡ୍‌‌ ଦ୍ୱାରା ପ୍ରଭାବିତ ହୋଇଥାଏ। ବ୍ରଶ୍‌‌ କରିବା ସମୟରେ ମାଢି ଓ ଦାନ୍ତରେ ଭୋଜନର ଅଂଶ ଓ ବ୍ୟାକ୍ଟେରିଆ ଦୂର ହୋଇଯାଇଥାଏ। ଏହି ପ୍ରକ୍ରିୟା ଦ୍ୱାରା ଦାନ୍ତର ଉପର ଅଂଶ ଓ ମାଢି ପରିଷ୍କାର ହୋଇଥାଏ। ଏହାର ପ୍ରଭାବ ମଧ୍ୟ ରହିଥାଏ। ଫଳରେ ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଦ୍ୟ ଖାଇଲେ ଦାନ୍ତର ଉପର ଅଂଶ ଓ ମାଢିରେ କୁପ୍ରଭାବ ପକାଏ। ଦାନ୍ତ ଦୁର୍ବଳ ହେବା ସହ ଅନେକ ରୋଗ ସୃଷ୍ଟି ହୋଇଥାଏ। ଦାନ୍ତର ଚମକ ହ୍ରାସ ପାଇ ହଳଦିଆ ଦେଖାଯାଏ। ମାଢିରେ ଯନ୍ତ୍ରଣା ହୋଇଥାଏ। ମିଠା,ଥଣ୍ଡା ଜାତୀୟ ଜିନିଷ ଖାଇବା ସମୟରେ ଏହି ଯନ୍ତ୍ରଣା ଅଧିକ ହୋଇଥାଏ।
ସାଧାରଣତଃ ମାର୍କେଟରେ ଉପଲବ୍ଧ ଦାନ୍ତ ଘଷା (ଟୁଥ୍‌‌ପେଷ୍ଟ୍‌‌)ରେ ପିଏଚ୍‌‌ ପ୍ରାୟ ୭.୫ରୁ ୯ ଯାଏଁ ଥାଏ। ଦାନ୍ତ ଘଷିବା ପରେ ଏହାର ପ୍ରଭାବରେ ପାଟିର ପିଏଚ୍‌‌ ପ୍ରାୟ ୬ ରୁ ୭.୫ ପର୍ୟ୍ୟନ୍ତ ହୋଇଥାଏ। ବ୍ରଶ୍‌‌ କରିବା ପରେ ଦାନ୍ତରେ ଥିବା ଏସିଡ୍‌‌ ଦୂର ହୋଇଥାଏ। ଫଳରେ ତୁରନ୍ତ ଖାଦ୍ୟ ଖାଇବା ଦ୍ୱାରା ମାଢି ଓ ଦାନ୍ତ ପାଇଁ ହାନିକାରକ ହୋଇଥାଏ। ବିଶେଷଜ୍ଞଙ୍କ ମତରେ ବ୍ରଶ୍‌‌ କରିବାର ତୁରନ୍ତ ପରେ ୨୦ ମିନିଟ୍‌‌ ଯାଏଁ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ। ଦାନ୍ତ ଘଷିବା ପରେ ପାଣି ପିଇପାରିବେ। ବ୍ରଶ୍‌‌ କରିବାର ତୁରନ୍ତ ପରେ ରାଗୁଆ ଖାଦ୍ୟ, ଲୁଣିଆ ଖାଦ୍ୟ, ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କ୍ଷତିକାରକ ହୋଇଥାଏ। ଫଳରେ ମାଢିରେ ଯନ୍ତ୍ରଣା ଓ ଜଳାପୋଡା ହୋଇଥାଏ। ଏହାସହ ଚା’ କିମ୍ବା ମୃଦୁ ପାନୀୟ ମଧ୍ୟ ତୁରନ୍ତ ପିଅନ୍ତୁ ନାହିଁ।

  • Related Posts

    ଟେଡି ବିୟର୍ ର ଯତ୍ନ ନିଅନ୍ତୁ ନହେଲେ ରୋଗିଣା ହେବ ଶିଶୁ

    ଟେଡି ବିୟର୍ ସାରା ବିଶ୍ୱର ଶିଶୁଙ୍କ ପସନ୍ଦର ଖେଳନା। ଶିଶୁଟିଏ ଘରେ ରହୁ କି ବାହାରକୁ ଯାଇଥାଉ ସାଙ୍ଗରେ ଟେଡି ବିୟରକୁ ଧରି ଯାଇଥାଏ। ଏପରି କି ଖାଇବାଠାରୁ ଶୋଇବା ପର୍ୟ୍ୟନ୍ତ ପିଲା ପାଖରେ ଥାଏ ଟେଡି ବିୟର । ହେଲେ…

    Continue reading
    ମହିଳାମାନେ ପସନ୍ଦ କରୁଥିବା ପୁରୁଷ

    – ସ୍ୱଭାବରେ ଶାନ୍ତ ଏବଂ ସୁନ୍ଦର କଥା: ଯେକୌଣସି ବ୍ୟକ୍ତିର କଥାବାର୍ତ୍ତାର ଶୈଳୀରୁ ସେ କେଉଁଭଳି ବ୍ୟକ୍ତି ଏବଂ ତାକୁ କିଭଳି ସଂସ୍କାର ମିଳିଛି ଜଣାପଡ଼ିଥାଏ । ବିଶେଷକରି ଶାନ୍ତ ସ୍ୱଭାବର ପୁରୁଷ ମହିଳାଙ୍କୁ ବହୁତ ପସନ୍ଦ । କାରଣ ଏଭଳି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ