ଶନିବାର ରାତି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ଯଦିଓ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ, ତେବେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରାତି ୮:୦୭ ଏହି ଭୂମିକମ୍ପ ହୋଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ଉତ୍ତରକାଶୀ ଠାରୁ ଦୁଇ କିଲୋମିଟର ଉତ୍ତର-ପଶ୍ଚିମରେ ଭୂମି ଠାରୁ ୧୧ କିଲୋମିଟର ତଳେ ରହିଥିଲା । ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ଅଧିକାରୀମାନେ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ । ଅକ୍ଟୋବର ୬ ତାରିଖରେ ଚାମୋଲି ଜିଲ୍ଲାରେ ୪.୯ ତୀବ୍ରତାର ଭୂମିକମ୍ପ ଆସିବାର କିଛି ଦିନ ପରେ ଏହି ଭୂମିକମ୍ପ ଆସିବା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ।
‘ବିଙ୍ଗ୍ ଦ ସଲମାନ ଖାନ୍’ ୟୁଟ୍ୟୁବ୍ ଚ୍ୟାନେଲ ଖୋଲିଲେ ଭାଇଜାନ୍
ଭୁବନେଶ୍ୱର : ବଲିଉଡ୍ର ଭାଇଜାନ୍ ସଲମାନ ଖାନ୍ ଆଜି ନିଜର ପ୍ରଥମ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ୍ କରିଛନ୍ତି । ଏହାର ନାମ ସେ ‘ବିଙ୍ଗ୍ ଦ ସଲମାନ ଖାନ୍’ରଖିଛନ୍ତି । ସଲମାନ ଇନ୍ଷ୍ଟାଗ୍ରାମ୍ ଷ୍ଟୋରିରେ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ର ଲିଙ୍କ୍…






