‘ବିଙ୍ଗ୍‌ ଦ ସଲମାନ ଖାନ୍‌’ ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲିଲେ ଭାଇଜାନ୍‌

ଭୁବନେଶ୍ୱର : ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ୍‌ ଆଜି ନିଜର ପ୍ରଥମ ଅଫିସିଆଲ୍‌ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଲଞ୍ଚ୍‌ କରିଛନ୍ତି । ଏହାର ନାମ ସେ ‘ବିଙ୍ଗ୍‌ ଦ ସଲମାନ ଖାନ୍‌’ରଖିଛନ୍ତି । ସଲମାନ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ର ଲିଙ୍କ୍‌ ଦେବା ସହ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଏହା ସହ ସେ ଲେଖିଛନ୍ତି, “ଚାଲ ଆରମ୍ଭରୁ ଆରମ୍ଭ କରିବା । ମୋର ଅଫିସିଆଲ୍‌ ୟୁଟ୍ୟୁବ୍‌ ଚ୍ୟାନେଲ୍‌ । ଏ’ରୁ ଜେଡ୍‌ ପର୍ଯ୍ୟନ୍ତ ସବୁକିଛି ଏଠାରେ ମିଳିବ ।” ସୋସିଆଲ୍‌ ମିଡିଆରେ ସଲମାନଙ୍କର ଲକ୍ଷଲକ୍ଷ ପ୍ରଶଂସକ ରହିଛନ୍ତି । ‘ଏକ୍ସ’ରେ ତାଙ୍କର ୪୨.୧ ନିୟୁତ ଏବଂ ଇନ୍‌ଷ୍ଟାଗ୍ରାମ୍‌ରେ ୭୨.୭ ନିୟୁତ ଫଲୋଅର୍ସ ଅଛନ୍ତି । ଏହି ମାଧ୍ୟମରେ ସେ ନିଜର ବିଭିନ୍ନ ଅପ୍‌ଡେଟ୍‌ ପ୍ରଶଂସକଙ୍କ ସହ ସେୟାର କରିଥାନ୍ତି । ଏବେ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ତାଙ୍କ ଅଭିନୟ, ଷ୍ଟାଇଲ୍‌ ଓ ପରଦା ଉପରେ ଅଭିନୟ କରିବାର ଶୈଳୀ ଦେଖିବାକୁ ମିଳିବ । ୟୁଟ୍ୟୁବ୍‌ରେ ପ୍ରଥମ ଭିଡିଓ ବି ସେ ସେୟାର କରିଛନ୍ତି । ଚ୍ୟାନେଲ୍‌ ଲଞ୍ଚ୍‌ କରିବା ପରେ ଏହାକୁ ୩୪ ହଜାର ଲୋକ ସବ୍‌ସ୍କ୍ରାଇବ୍‌ କରିଥିବା ବେଳେ ଏଥିରେ ସେଆର ହୋଇଥିବା ପ୍ରଥମ ଭିଡିଓ ‘ସଲମାନ ସାର୍‌ଙ୍କ କ୍ଲାସ୍‌—ବଡି ପାର୍ଟସ୍‌; ଶିକ୍ଷକ ବି ମୁଁ, ଛାତ୍ର ବି ମୁଁ’ ପ୍ରଥମ ଭିଡିଓକୁ ମାତ୍ର ୯ ଘଣ୍ଟା ମଧ୍ୟରେ ୧୭ ହଜାର ଲୋକ ଦେଖିଛନ୍ତି ।

  • Related Posts

    ଉତ୍ତରାଖଣ୍ଡରେ ପୁଣି ୪.୨ତୀବ୍ରତାର ଭୂମିକମ୍ପ

    ଶନିବାର ରାତି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ଯଦିଓ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ, ତେବେ ଜାତୀୟ ଭୂକମ୍ପ ବିଜ୍ଞାନ…

    Continue reading
    ଅଭିଜିତ୍ ଦୀପକେ ଅଟକ, ଧ୍ରୁବ ରାଠିଙ୍କୁ ଗୁରୁଗ୍ରାମରୁ ଉଠାଇ ନେଲା ପୋଲିସ

    ନୂଆଦିଲ୍ଲୀ: ଜନ୍ତରମନ୍ତରଠାରେ ପ୍ରତିବାଦ ପୂର୍ବରୁ କକ୍ରୋଚ୍ ଜନତା ପାର୍ଟି (CJP) ପ୍ରତିଷ୍ଠାତା ଅଭିଜିତ୍ ଦୀପକେ, ତାଙ୍କ ସହଯୋଗୀ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ନୂଆଦିଲ୍ଲୀରେ ପହଞ୍ଚିବା ମାତ୍ରେ ସେମାନଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି । ସେପଟେ ପ୍ରତିବାଦ ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ