ସ୍ବତନ୍ତ୍ର ଅଧିବେଶନ, ବଦଳିଲା ଭୁବନେଶ୍ବରର ଟ୍ରାଫିକ୍‌ ଗତିପଥ

ଭୁବନେଶ୍ବର: ଗୁରୁବାର ସଂସଦରେ ମହିଳା ସଂରକ୍ଷଣ ଓ ନାରୀ ଶକ୍ତି ବନ୍ଦନା ଅଧିନିୟମ ସମ୍ପର୍କରେ ବିଧାନସଭାରେ ଆଲୋଚନା ନିମନ୍ତେ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ସହରରେ ସାମୟିକ ଟ୍ରାଫିକ୍‌ ନିୟନ୍ତ୍ରଣ କରାଯାଇଛି। ଭୁବନେଶ୍ବର-କଟକ ପୁଲିସ କମିସନରେଟ୍‌ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବିଧାନସଭା ସଂଲଗ୍ନ ରାସ୍ତାଗୁଡ଼ିକରେ ଓଡ଼ିଶା ସହରାଞ୍ଚଳ ଆଇନ ୨୦୦୩ରୁ ଧଶରା ୨୮ (ଓଡ଼ିଶା ଆଇନ ୨୦୦୭ର ଧାରା ୮) ଓ ପୁଲିସ କମିସନରେଟ୍‌ ଟ୍ରାଫିକ୍‌ ଓ ପବ୍ଲିକ୍‌ ଅର୍ଡର ଓ ରେଗୁଲେସନ୍‌ ୨୦୦୮ର ଧାରା ୩୭ ଅନୁସାରେ କଟକଣା ଜାରି କରାଯାଇଛି।
ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନଗୁଡ଼ିକ କେଶରୀ ଟକିଜ୍‌ ଠାରୁ ବାମ ପାର୍ଶ୍ବ ରାସ୍ତା ଦେଇ ନିଜ ଗନ୍ତବ୍ୟସ୍ଥଳକୁଯାଇପା‌ରିବେ।
ଏଜି ଛକ ପଟୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ ଜୟଦେବ ଭବନ ପାଖରେ ଡାହାଣ ପାର୍ଶ୍ବରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ।
ମାଷ୍ଟର କ୍ୟାଣ୍ଟିନ୍‌ ଛକ ପଟୁ ଆସୁଥିବା ସମସ୍ତ ଯାନବାହାନଗୁଡ଼ିକ ଲୋଏର୍‌ ପିଏମ୍‌ଜି ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ବ ରାସ୍ତା ଦେଇ ଯାଇପାରିବେ।
୧୨୦ ବାଟାଲିଅନ୍‌ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହାନଗୁଡ଼ିକ ପାୱାର ହାଉସ୍‌ ଛକ ଦେଇ ଯିବେ।
ଲୋକଭବନ ଛକପଟୁ ଏମ୍‌ଏଲ୍‌ଏ କଲୋନୀ ଓ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହାନ ଗୁଡ଼ିକ ଶାସ୍ତ୍ରୀନଗର ଛକଦେଇ ଯିବେ।
ତେବେ ଏହି କଟକଣା ପୁଲିସ, ଅଗ୍ନିଶମ, ଆମ୍ବୁଲାନ୍‌ସ ଆଦି ଜରୁରୀକାଳୀନ ଯାନ ଏବଂ ବିଧାନସଭା, ରାଜ୍ୟ ସଚିବାଳୟ ଓ ଅନ୍ୟ ସରକାରୀକାର୍ଯ୍ୟାଳୟକୁ ଯାଉଥିବା ଅଧିକୃତ ଯାନବାହାନ ନିମନ୍ତେ ଲାଗୁହେବ ନାହିଁ ବୋଲି ସ୍ପ‌ଷ୍ଟ କରାଯାଇଛି।

  • Related Posts

    ଯୁବତୀଙ୍କୁ ଦୁଷ୍କର୍ମ ପରେ ମୁହଁକୁ ହାଣିଲା ଦୁବୃର୍ତ୍ତ

    ଢେଙ୍କାନାଳ:ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଜୀବନରେ ମାରିଦେବା ପାଇଁ ମୁହଁକୁ ହାଣିଲା ଦୁବୃର୍ତ୍ତ। ନିକଟରେ ଗାଈ ଚରାଉଥିବା ବ୍ୟକ୍ତିଙ୍କ ଦ୍ୱାରା ଉଦ୍ଧାର ହେବା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ।…

    Continue reading
    ମିଳିଲା ଦନ୍ତା ହାତୀର ମୃତଦେହ

    ବଲାଙ୍ଗୀର :ପୁଣି ଆସିଲା ହାତୀ ମୃତ୍ୟୁ ଖବର। ବଲାଙ୍ଗୀର ମୁରିବାହାଲ ରେଞ୍ଜରେ ଦନ୍ତା ହାତୀର ମୃତ୍ୟୁ। ଅନେକ ଦିନ ଧରି ହାତୀପଲ ମୁରିବାହାଲର ରେଞ୍ଜର ବିଭିନ୍ନ ଗାଁରେ ଉପଦ୍ରବ କରୁଥିଲେ। ହେଲେ ଆଜି ସକାଳୁ ଚାନୁଟମାଲ ଗାଁ ନିକଟରେ ଥିବା ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା