୭୬ ସହରାଞ୍ଚଳ ଗରିବଙ୍କୁ ମିଳିବ ୫୩୨୮ ଘର

ଭୁବନେଶ୍ବର: ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୧୨ତାରିଖରେ ରାଜ୍ୟ ସରକାର ସହରାଞ୍ଚଳର ଗରିବ ଲୋକଙ୍କୁ ଘର ଭେଟି ଦେବେ। ୭୬ଟି ସହରାଞ୍ଚଳର ୫୩୨୮ଜଣଙ୍କୁ ଘର ବଣ୍ଟା ହେବ। ଏଥିପାଇଁ ସ୍ବତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ କରି ଘର କାର୍ୟ୍ୟାଦେଶ ବାଣ୍ଟିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ କମିସନର, ମ୍ୟୁନିସପାଲଟି ଓ ଏନ୍‌ଏସିର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏଥିରେ କୁହାଯାଇଛି ଯେ ମାର୍ଚ୍ଚ ୨୦ରେ ବସିଥିବା ପ୍ରଥମ କେନ୍ଦ୍ରୀୟ ଓ ତଦାରଖ କମିଟିର ‌ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ସହରାଞ୍ଚଳର ଗରିବ ଲୋକମାନେ ଯେପରି ନିଜ ପାଇଁ ଘର ନିର୍ମାଣ କରିପାରିବେ ସେଥିପାଇଁ ଏହି ସହାୟତା ପ୍ରଦାନ କରାଯିବ। ୫ଟି କିସ୍ତିରେ ଅଢ଼େଇ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଥିବାବେଳେ ନିୟମ ଅନୁଯାୟୀ ଏଥିପାଇଁ କେନ୍ଦ୍ର ସରକାର ୧.୫୦ଲକ୍ଷ ଏବଂ ରାଜ୍ୟ ୧ଲକ୍ଷ ଟଙ୍କା ପ୍ରଦାନ କରିବେ। ଏଥିପାଇଁ ପୂର୍ବରୁ ହିତାଧିକାରୀଙ୍କ ଜିଓ ଟ୍ୟାଗିଂ ଶେଷ କରି କାର୍ୟ୍ୟାଦେଶ ସହ ପ୍ରଥମ କିସ୍ତିରେ ୧୦ହଜାର ଟଙ୍କା ପ୍ରଦାନ କରାଯିବ। ଏହାପରେ ଦ୍ବିତୀୟ କିସ୍ତିରେ (ମୂଳଦୁଆ ପଡ଼ିବା ପରେ) ୫୦ହଜାର ଟଙ୍କା, ତୃତୀୟ କିସ୍ତିରେ (ଲିଂଟେଲ୍ ଢଳେଇ ପଡ଼ିବା ପରେ) ୭୦ହଜାର, ଚତୁର୍ଥ କିସ୍ତିରେ (ଛାତ ଢଳେଇ ପଡ଼ିବା ପରେ) ୭୦ହଜାର ଟଙ୍କା, ପଞ୍ଚମ କିସ୍ତିରେ (ଘର ନିର୍ମାଣ ଶେଷ ହୋଇ ଫଳକ ଲାଗିବା ପରେ) ୫୦ହଜାର ଟଙ୍କା ପ୍ରଦାନ କରାଯିବ।

ସମସ୍ତ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟରେ ଜମା ହେବ। କାର୍ୟ୍ୟାଦେଶ ପାଇବାର ୧୨ରୁ ୧୮ମାସରେ ହିତାଧିକାରୀ ଯେପରି ଘର ନିର୍ମାଣ ଶେଷ କରିବେ ତାହା ସ୍ଥାନୀୟ ଅଧିକାରୀ ତଦାରଖ କରିବେ। ଯଦି ଧାର୍ୟ୍ୟ ସମୟରେ ଘର ଶେଷ ନହେବ ତେବେ କାର୍ୟ୍ୟାଦେଶ ରଦ୍ଦ କରି ଆବଣ୍ଟନ ହୋଇଥିବା ଟଙ୍କା ଫେରସ୍ତ ପାଇଁ ପଦକ୍ଷେପ ନେବେ। ଯଦି ୪ମାସରେ ହିତାଧିକାରୀ ଘର ନିର୍ମାଣ ଶେଷ କରିବେ ତେବେ ପ୍ରୋତ୍ସାହନ ରାଶି ବାବଦରେ ୨୦ହଜାର ଏବଂ ୬ମାସରେ ଘର ଶେଷ ହେଲେ ୧୦ହଜାର ଟଙ୍କା ପ୍ରଦାନ କରିବାକୁ କୁହାଯାଇଛି।

  • Related Posts

    ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ । ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକମାନଙ୍କୁ ସିଧାସଳଖ ଭେଟି କରୁଛନ୍ତି ଆଲୋଚନା । ରାଜ୍ୟର ବିଭିନ୍ନ ସ୍ଥାନରୁ ୧ ହଜାର ଲୋକ କରିଛନ୍ତି ପଞ୍ଜୀକରଣ । ନିଜ ନିଜର ସମସ୍ୟାକୁ ନେଇ ବିଭିନ୍ନ…

    ଆଉ ୪ ଜିଲ୍ଲାରେ ଖୋଲିବ ମେଡ଼ିକାଲ କଲେଜ

    ଭୁବନେଶ୍ୱର: କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଗସ୍ତର ଦ୍ଵିତୀୟ ଦିନରେ ଏହାର ଉଦଘାଟନ…

    Leave a Reply

    Your email address will not be published. Required fields are marked *

    You Missed

    ଆଖିବୁଜିଲେ ବରଗଡ଼ ନାବାଳିକା

    ଆଖିବୁଜିଲେ ବରଗଡ଼ ନାବାଳିକା

    ଆସିଲା ୫ ଜିଲ୍ଲାର ବନ୍ୟା କ୍ଷୟକ୍ଷତି ରିପୋର୍ଟ

    ଆସିଲା ୫ ଜିଲ୍ଲାର ବନ୍ୟା କ୍ଷୟକ୍ଷତି ରିପୋର୍ଟ

    ଭୋଟ ଚୋରି : ଇଣ୍ଡି ମେଣ୍ଟ ପକ୍ଷରୁ ଦିଲ୍ଲୀରେ ଶୋଭାଯାତ୍ରା

    ଭୋଟ ଚୋରି : ଇଣ୍ଡି ମେଣ୍ଟ ପକ୍ଷରୁ ଦିଲ୍ଲୀରେ  ଶୋଭାଯାତ୍ରା

    ସଡ଼କ ଦୁର୍ଘଟଣା: ଝିଅ ପରେ ଆଖି ବୁଜିଲେ ମା’

    ସଡ଼କ ଦୁର୍ଘଟଣା: ଝିଅ ପରେ ଆଖି ବୁଜିଲେ ମା’

    ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ

    ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ

    ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ

    ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି  ମୁଖ୍ୟମନ୍ତ୍ରୀ