୭୬ ସହରାଞ୍ଚଳ ଗରିବଙ୍କୁ ମିଳିବ ୫୩୨୮ ଘର

ଭୁବନେଶ୍ବର: ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୧୨ତାରିଖରେ ରାଜ୍ୟ ସରକାର ସହରାଞ୍ଚଳର ଗରିବ ଲୋକଙ୍କୁ ଘର ଭେଟି ଦେବେ। ୭୬ଟି ସହରାଞ୍ଚଳର ୫୩୨୮ଜଣଙ୍କୁ ଘର ବଣ୍ଟା ହେବ। ଏଥିପାଇଁ ସ୍ବତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ କରି ଘର କାର୍ୟ୍ୟାଦେଶ ବାଣ୍ଟିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ କମିସନର, ମ୍ୟୁନିସପାଲଟି ଓ ଏନ୍‌ଏସିର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏଥିରେ କୁହାଯାଇଛି ଯେ ମାର୍ଚ୍ଚ ୨୦ରେ ବସିଥିବା ପ୍ରଥମ କେନ୍ଦ୍ରୀୟ ଓ ତଦାରଖ କମିଟିର ‌ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ସହରାଞ୍ଚଳର ଗରିବ ଲୋକମାନେ ଯେପରି ନିଜ ପାଇଁ ଘର ନିର୍ମାଣ କରିପାରିବେ ସେଥିପାଇଁ ଏହି ସହାୟତା ପ୍ରଦାନ କରାଯିବ। ୫ଟି କିସ୍ତିରେ ଅଢ଼େଇ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଥିବାବେଳେ ନିୟମ ଅନୁଯାୟୀ ଏଥିପାଇଁ କେନ୍ଦ୍ର ସରକାର ୧.୫୦ଲକ୍ଷ ଏବଂ ରାଜ୍ୟ ୧ଲକ୍ଷ ଟଙ୍କା ପ୍ରଦାନ କରିବେ। ଏଥିପାଇଁ ପୂର୍ବରୁ ହିତାଧିକାରୀଙ୍କ ଜିଓ ଟ୍ୟାଗିଂ ଶେଷ କରି କାର୍ୟ୍ୟାଦେଶ ସହ ପ୍ରଥମ କିସ୍ତିରେ ୧୦ହଜାର ଟଙ୍କା ପ୍ରଦାନ କରାଯିବ। ଏହାପରେ ଦ୍ବିତୀୟ କିସ୍ତିରେ (ମୂଳଦୁଆ ପଡ଼ିବା ପରେ) ୫୦ହଜାର ଟଙ୍କା, ତୃତୀୟ କିସ୍ତିରେ (ଲିଂଟେଲ୍ ଢଳେଇ ପଡ଼ିବା ପରେ) ୭୦ହଜାର, ଚତୁର୍ଥ କିସ୍ତିରେ (ଛାତ ଢଳେଇ ପଡ଼ିବା ପରେ) ୭୦ହଜାର ଟଙ୍କା, ପଞ୍ଚମ କିସ୍ତିରେ (ଘର ନିର୍ମାଣ ଶେଷ ହୋଇ ଫଳକ ଲାଗିବା ପରେ) ୫୦ହଜାର ଟଙ୍କା ପ୍ରଦାନ କରାଯିବ।

ସମସ୍ତ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟରେ ଜମା ହେବ। କାର୍ୟ୍ୟାଦେଶ ପାଇବାର ୧୨ରୁ ୧୮ମାସରେ ହିତାଧିକାରୀ ଯେପରି ଘର ନିର୍ମାଣ ଶେଷ କରିବେ ତାହା ସ୍ଥାନୀୟ ଅଧିକାରୀ ତଦାରଖ କରିବେ। ଯଦି ଧାର୍ୟ୍ୟ ସମୟରେ ଘର ଶେଷ ନହେବ ତେବେ କାର୍ୟ୍ୟାଦେଶ ରଦ୍ଦ କରି ଆବଣ୍ଟନ ହୋଇଥିବା ଟଙ୍କା ଫେରସ୍ତ ପାଇଁ ପଦକ୍ଷେପ ନେବେ। ଯଦି ୪ମାସରେ ହିତାଧିକାରୀ ଘର ନିର୍ମାଣ ଶେଷ କରିବେ ତେବେ ପ୍ରୋତ୍ସାହନ ରାଶି ବାବଦରେ ୨୦ହଜାର ଏବଂ ୬ମାସରେ ଘର ଶେଷ ହେଲେ ୧୦ହଜାର ଟଙ୍କା ପ୍ରଦାନ କରିବାକୁ କୁହାଯାଇଛି।

  • Related Posts

    ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଜରିଆରେ ସାମାଜିକ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବୈଠକ- ‘ପ୍ରୟାସ’

    ତୃଣମୂଳ ସ୍ତରରେ ସମସ୍ୟାକୁ ଚିହ୍ନଟ କରି ଏହାର ସମାଧାନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ ‘ସୁପୋଷିତ ଓଡ଼ିଶା’, ପ୍ରାଥମିକ ସ୍ତରରୁ ଶିକ୍ଷାର ମାନ ବୃଦ୍ଧି ପାଇଁ ଅଭିଯାନକୁ ଜୋରଦାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର ୮ ଅକ୍ଟୋବର ୨୦୨୬ ଆଜି ଲୋକସେବା…

    Continue reading
    ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ

    ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ । ବଦଳିଲା ବରିଷ୍ଠ ଅଧିକାରୀଙ୍କ ଦାୟିତ୍ୱ । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କୁ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଗୀତାଞ୍ଜଳି ନାୟକଙ୍କୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ