
ଲୋକସଭାରେ ପାସ୍ ହୋଇଛି ଅନଲାଇନ୍ ଗେମିଂ ବିଲ୍-୨୦୨୫। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବାଚନିକ ଭୋଟ୍ରେ Promotion and Regulation of Online Gaming Bill ପାରିତ ହୋଇଛି। ଲୋକସଭାରେ ଏହା ପାରିତ ହୋଇଥିବା ବେଳେ ରାଜ୍ୟସଭାର ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ।
ଏହା ଆଇନରେ ପରିଣତ ହେଲେ ଟଙ୍କା ଲଗାଣକାରୀ Dream11ଓ My11Circle ଭଳି ଫ୍ୟାଣ୍ଟାସୀ ଆପ୍ ଭାରତରେ ବ୍ୟାନ ହୋଇଯିବ। ଅନଲାଇନ୍ ଗେମ୍ ଅନେକ ଲୋକଙ୍କ ଜୀବନ ନେଉଛି। ୩୧ ମାସରେ ୩୨ ଜଣ ଲୋକ ଅନ୍ଲାଇନ୍ ଗେମ୍ ଖେଳି ପ୍ରାଣ ହରାଇଛନ୍ତି। ଅନଲାଇନ୍ ଗେମ୍ ମାଧ୍ୟମରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ହେଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।ବିଲରେ କୁହାଯାଇଛି ଯେ ଯଦି କୌଣସି କମ୍ପାନୀ ରିୟଲ ମନି ଗେମ୍ସର ସୁବିଧା ଉପଲବ୍ଧ କରନ୍ତି, ତା’ହେଲେ ଏଥିପାଇଁ ୩ ବର୍ଷର ଜେଲ ଓ ୧ କୋଟି ଟଙ୍କାର ଜୋରିମାନା ଲାଗୁ ହେବ। ସେହିପରି ଏପରି ଗେମିଂ ଆପ୍ର ବିଜ୍ଞାପନ କଲେ ବା ପ୍ରଚାର ପ୍ରସାର କଲେ ୨ ବର୍ଷ ଯାଏ ଜେଲ ଓ ୫୦ ଲକ୍ଷ ଟଙ୍କା ଯାଏ ଜୋରିମାନା ଲାଗୁ କରାଯିବ।ଅନଲାଇମ ଗେମିଂ ବିଲ ବା ଅନଲାଇନରେ ବିଭିନ୍ନ ପ୍ରକାରର କ୍ରୀଡ଼ାକୁ ନେଇ ହେଉଥିବା ଜୁଆ ଉପରେ ରୋକ ଲାଗିବ। ସରକାରଙ୍କ ଏପରି ପଦକ୍ଷେପ ଇ-ସ୍ପୋର୍ଟସ ଶିଳ୍ପକୁ ଉତ୍ସାହିତ କରିଥିବା ବେଳେ ମଲ୍ଟି ବିଲିୟନର ରିୟଲ ମନି ଗେମିଂ ମାର୍କେଟରେ ଆତଙ୍କ ସୃଷ୍ଟି କରିଛି।




