ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରବାଙ୍କୀ ଜିଲ୍ଲାରେ ଏକ ବିବାହ ଉତ୍ସବ ନାଟକୀୟ ମୋଡ଼ ନେଇଛି, ଯାହା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ବିବାହ ବିଧି ଶେଷ ହେବାର କିଛି ସମୟ ପରେ ଜଣାପଡ଼ିଲା, ବର କିନ୍ନର । ଦୁଇ ମାସ ତଳେ ପୁରେ ଗନାଇ ଗାଁର ଜଣେ ବାସିନ୍ଦାଙ୍କ ସହ ରିଶୁ ନାମ୍ନୀ ୨୨ ବର୍ଷୀୟା ଜଣେ ମହିଳାଙ୍କର ବିବାହ ସ୍ଥିର ହୋଇଥିଲା । ଗତ ୧୩ ତାରିଖରେ ପାରମ୍ପରିକ ବିଧିବିଧାନ ସହିତ ସଙ୍ଗୀତ-ବାଦ୍ୟ-ନୃତ୍ୟ ତାଳେ ତାଳେ ବରଯାତ୍ରୀ କନ୍ୟା ଘରେ ପହଞ୍ଚିଲେ । ବିବାହର ସମସ୍ତ ବିଧି ସମ୍ପନ୍ନ ହେଲା । ଭୋଜି ପରେ ଅତିଥି ଘରକୁ ଫେରିଲେ । ଭୋର ପ୍ରାୟ ୪ଟାରେ କନ୍ୟା ବିଦା ବିଧି ଲାଗି ପ୍ରସ୍ତୁତି ଚାଲିଥିବାବେଳେ କଦିପୁରରୁ କିନ୍ନରମାନଙ୍କର ଏକ ଦଳ ଉପହାର ନେବାକୁ ବିବାହ ସ୍ଥଳୀରେ ପହଞ୍ଚିଲେ । ଉତ୍ତର ଭାରତରେ ବିବାହରେ ଏହା ଏକ ସାଧାରଣ ପରମ୍ପରା ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, କିନ୍ନର ଗ୍ରୁପ୍‌ର ସଦସ୍ୟ ବରକୁ ଚିହ୍ନିବା ପରେ ମାହୋଲ ହଠାତ୍ ବଦଳିଗଲା । ବର ସେମାନଙ୍କ ଗ୍ରୁପ୍ ସହ ପୂର୍ବରୁ ଜଡ଼ିତ ଥିଲା ବୋଲି ସେମାନେ କହିଲେ । ବରର ପରିବାର ୨୩ ହଜାର ଟଙ୍କା ଦେଇ ଏ ବିଷୟରେ କାହାକୁ ନ ଜଣାଇବାକୁ ସେମାନଙ୍କୁ ଅନୁରୋଧ କରିଥିବା ବି ଦାବି ହେଲା । ମାମଲା ସାମ୍ନାକୁ ଆସିବା ପରେ କନ୍ୟାର ପରିଜନ ସତ ଜାଣିବାକୁ ଯାଞ୍ଚ୍ ଲାଗି ବରକୁ ଭିତରକୁ ଯିବାକୁ କହିଲେ । କିନ୍ତୁ ସେ ମନା କଲା ଏବଂ ହୋହଲ୍ଲା ଆରମ୍ଭ କରିଦେଲା । ଏହା ପରେ କିନ୍ନର ସମୁଦାୟ ବର ବିଷୟରେ ସବୁ କଥା କହିଲେ । କନ୍ୟା ପକ୍ଷ ବରକୁ ଅଟକାଇ ପୁଲିସକୁ ସୂଚନା ଦେଲେ । କିନ୍ତୁ ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସେମାନେ ମାମଲା ରୁଜୁ କଲେ ନାହିଁ । ଦୁଇ ପରିବାର ମଧ୍ୟରେ ଆଲୋଚନା ପରେ ବରର ପରିବାର ବିବାହ ଖର୍ଚ୍ଚ ଭରଣା କରିବାକୁ ରାଜି ହେଲେ ।

  • Related Posts

    କାହିଁକି ହୋଇଥାଏ ପିଠି ଯନ୍ତ୍ରଣା ? କେମିତି କରିବେ ଏହାର ଉପଚାର ?

    ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବା ମାଂସପେଶୀ ଟାଣିହେବା ଏକ ସାଧାରଣ କଥା । ଯେଉଁମାନେ ଠିକ୍ ଭାବେ ବସନ୍ତି ନାହିଁ, ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ…

    Continue reading
    କେଉଁ ସମସ୍ୟା ଥିଲେ କଦଳୀ ଖାଇବା ଅନୁଚିତ୍‌

    ମେଦବହୁଳ ସମସ୍ୟା କଦଳୀରେ ଅଧିକ କ୍ୟାଲୋରି , କାର୍ବୋହାଇଡ୍ରେଟସ ଏବଂ ସୁଗାର ରହିଥାଏ । ଯ଼ାହା ମୋଟା ହେବାରେ ସହାୟକ ହୋଇଥାଏ। ତେଣୁ ମେଦବହୁଳ ସମସ୍ୟା ଦେଇ ଗତି କରୁଥିବା ଲୋକେ କଦଳୀଠୁ ଦୂରେଇ ରହିବା ଉଚିତ । ହାୟପରକେଲେମିଆ କଦଳୀରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ