ଅପରେସନପରେ ଅପରେସନ କିନ୍ତୁ ପେସେଣ୍ଟ ଡେଡ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବ ସରକାର ଚାଷ ଓ ଚାଷୀଙ୍କୁ ଠକିଛନ୍ତି । ସେତେବେଳେ କାମ କଲେନି, କେବଳ ପ୍ରଚାର କଲେ । ପୂର୍ବ ସରକାର ଆଳୁ ମିଶନ ନାମରେ ଚାଷୀମାନଙ୍କୁ ଠକିଛନ୍ତି । ମିଶନ ପରେ ମିଶନ କଲେ କିନ୍ତୁ କିଛି ଲାଭ ହେଲାନି । ଅପରେସନପରେ ଅପରେସନ କିନ୍ତୁ ପେସେଣ୍ଟ ଡେଡ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବା ମମତା ଦିଦିଙ୍କ ଆଉ ମମତା ନାହିଁ । ଆମ ପ୍ରତି ସେ ଦାଉ ସାଧୁଛନ୍ତି । ମମତାଙ୍କ ସହ ଯେତେ ଆଲୋଚନା କଲେ ବି କିଛି ଲାଭ ହେଉନାହିଁ ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି । ଶୁକ୍ରବାର ରାଜ୍ୟସ୍ତରୀୟ କୃଷିମେଳା ଉଦଘାଟନ କରିବା ଅବସରରେ ନିଜର ଉଦବୋଧନ ଛଳରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ପୂର୍ବର ବିଜେଡି ସରକାର ଉପରେ ବି ଖୁବ ବର୍ଷିଛନ୍ତି ।

ସେ କହିଛନ୍ତି ଯେ ବିଜେଡି ସରକାର କୋଲଡ ଷ୍ଟୋରେଜ ପାଇଁ ପ୍ରତିଶ୍ରୁତି ଦେଲେ କିନ୍ତୁ ପ୍ରତିଷ୍ଠା କଲେନି । ଯେମିତିକି ଅପରେସନ ସକ୍ସେସ,ପେସେଣ୍ଟ ଡେଡ୍ । ଆଜି ବି ଆମେ ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ । ମମତାଙ୍କ ସହ ଯେତେ ଆଲୋଚନା କଲେ ବି କିଛି ଲାଭ ହେଉନାହିଁ । ଏହା କେବଳ ପୂର୍ବ ସରକାରଙ୍କ ବିଫଳତା ପାଇଁ ହୋଇଛି । ତେଣୁ ଆପଣମାନେ ପୂର୍ବ ସରକାରଙ୍କୁ ଏବେ ବିରୋଧୀ ଦଳ ଆସନରେ ବସାଇଛନ୍ତି ବୋଲି ଉପସ୍ଥିତ ଜନତାଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ