ଫୁଲବାଣୀ,29।08: ରାଜ୍ୟ ଓ କେନ୍ଦ୍ର ସରକାର ଅସହାୟ ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନାରେ ଆବାସ ଗୃହ ଯୋଗାଇ ଦେଉଥିବା ବେଳେ ଆବାସ ଗୃହ ପ୍ରକୃତ ହିତାଧିକାରୀମାନଙ୍କ ପାଖରେ ନ ପହଞ୍ଚି ଅଯୋଗ୍ୟ ହିତାଧିକାରୀ ଆବାସ ଗୃହ ହାତଉ ଥିବାରୁ ଯୋଗ୍ୟ ଆବାସ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତର ୨ ନମ୍ବର ୱାର୍ଡ ଡାଙ୍ଗେଡ଼ି କିଆ ବରସାହିର ଜଣେ ଅସହାୟ ବିଧବା ମହିଳାଙ୍କ ପରିବାରକୁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ମିଳି ପାରିନାହିଁ। ବର୍ତମାନ ବୟସ ୮୦ ବର୍ଷରୁ ଅଧିକ ହୋଇଥିବା ବେଳେ କାଗଜ ପତ୍ର ଠିକ ନଥିବାରୁ ଭତ୍ତା ମଧ୍ୟ ଏକ ହଜାର ଟଙ୍କା ମିଳୁଛି। ସ୍ୱାମୀ ମାର୍କଣ୍ଡ ଦିଗାଲଙ୍କର ୩୦ ବର୍ଷ ତଳେ ଦେହାନ୍ତ ହେବା ପରେ ୨ ପୁଅକୁ ନେଇ ରହୁ ଥିଲେ। କିନ୍ତୁ ସାନ ପୁଅ ମାଁକୁ ଛାଡି ଦୀର୍ଘ ବର୍ଷ ପୂର୍ବରୁ ଭୁବନେଶ୍ୱରରେ ରହି କୁଲି ମଜୁରୀ କରି ଚଳୁଛନ୍ତି। ବଡ଼ ପୁଅ ଆଖିକୁ ଦେଖାଯାଉନଥିବା ବେଳେ ସେ ମଧ୍ୟ ମେଡିକାଲରେ ଅସହାୟ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ବର୍ତମାନ ଭଙ୍ଗା ଦଦରା ଘରେ ବଡ଼ ପୁଅର ପୁଅ ନାତିକୁ ଧରି ବଡ଼ କଷ୍ଟରେ ରହୁଥିଲେ। କିନ୍ତୁ ଗତ କିଛି ଦିନ ହେବ ଲଗାଣ ବର୍ଷାରେ ରାତିରେ ଘର ଭିତରେ ଶୋଇଥିବା ଅବସ୍ଥାରେ ଘରର ଗୋଟିଏ ପଟ କାନ୍ଥ ଭୁଶୁଡି ପଡିଛି। ଜୀବନ ବଞ୍ଚି ଯାଇଥିଲେ ମଧ୍ୟ ବର୍ତମାନ ଭଙ୍ଗା ଘରେ ରହୁଥୁବା ବେଳେ ପାଲ ଖଣ୍ଡିଏ ମଧ୍ୟ ମିଳି ପାରିନାହିଁ। ନିଜେ ରହିବା ପାଇଁ ଘର ଖଣ୍ଡିଏ ନାହିଁ ବାରମ୍ବାର ଘର ଖଣ୍ଡେ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ଭେଟି ଲିଖିତ ଭାବରେ ଘର ପାଇଁ ଦେଇଥିଲେ ମଧ୍ୟ କୌଣସି ସଫଳ ହୋଇନଥିବା କହିଛନ୍ତି। ତୁରନ୍ତ ଅସହାୟ ପରିବାରକୁ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇଦେବାକୁ ଅସହାୟ ଋତୁ ଦିଗାଲ କହିଥିବା ବେଳେ ଡାଙ୍ଗେଡ଼ି କିଆ ଓ ବରସାହି ଅଞ୍ଚଳବାସୀ ମଧ୍ୟ ତୁରନ୍ତ ଘର ଖଣ୍ଡିଏ ଯୋଗାଇ ଦେବାକୁ ଦାବୀ କରିଛନ୍ତି।
କେନ୍ଦୁପତ୍ର ବିକ୍ରି ବଢ଼ିବ:ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,: GST ସ୍ଲାବ୍କୁ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଦିଲ୍ଲୀରେ ପ୍ରେସ୍ମିଟ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦୁପତ୍ର ଉପରେ GST ୫%କୁ ହ୍ରାସ ହୋଇଛି। କେନ୍ଦୁପତ୍ର ଉପରେ GST ୧୮ ପ୍ରତିଶତରୁ ୫…