ଅସହାୟ ବିଧବା ମହିଳାଙ୍କ ପରିବାରକୁ ଆଜି ପର୍ଯ୍ୟନ୍ତ ମିଳି ପାରିନାହିଁ ଆବାସ ଗୃହ

ଫୁଲବାଣୀ,29।08: ରାଜ୍ୟ ଓ କେନ୍ଦ୍ର ସରକାର ଅସହାୟ ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନାରେ ଆବାସ ଗୃହ ଯୋଗାଇ ଦେଉଥିବା ବେଳେ ଆବାସ ଗୃହ ପ୍ରକୃତ ହିତାଧିକାରୀମାନଙ୍କ ପାଖରେ ନ ପହଞ୍ଚି ଅଯୋଗ୍ୟ ହିତାଧିକାରୀ ଆବାସ ଗୃହ ହାତଉ ଥିବାରୁ ଯୋଗ୍ୟ ଆବାସ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତର ୨ ନମ୍ବର ୱାର୍ଡ ଡାଙ୍ଗେଡ଼ି କିଆ ବରସାହିର ଜଣେ ଅସହାୟ ବିଧବା ମହିଳାଙ୍କ ପରିବାରକୁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ମିଳି ପାରିନାହିଁ। ବର୍ତମାନ ବୟସ ୮୦ ବର୍ଷରୁ ଅଧିକ ହୋଇଥିବା ବେଳେ କାଗଜ ପତ୍ର ଠିକ ନଥିବାରୁ ଭତ୍ତା ମଧ୍ୟ ଏକ ହଜାର ଟଙ୍କା ମିଳୁଛି। ସ୍ୱାମୀ ମାର୍କଣ୍ଡ ଦିଗାଲଙ୍କର ୩୦ ବର୍ଷ ତଳେ ଦେହାନ୍ତ ହେବା ପରେ ୨ ପୁଅକୁ ନେଇ ରହୁ ଥିଲେ। କିନ୍ତୁ ସାନ ପୁଅ ମାଁକୁ ଛାଡି ଦୀର୍ଘ ବର୍ଷ ପୂର୍ବରୁ ଭୁବନେଶ୍ୱରରେ ରହି କୁଲି ମଜୁରୀ କରି ଚଳୁଛନ୍ତି। ବଡ଼ ପୁଅ ଆଖିକୁ ଦେଖାଯାଉନଥିବା ବେଳେ ସେ ମଧ୍ୟ ମେଡିକାଲରେ ଅସହାୟ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ବର୍ତମାନ ଭଙ୍ଗା ଦଦରା ଘରେ ବଡ଼ ପୁଅର ପୁଅ ନାତିକୁ ଧରି ବଡ଼ କଷ୍ଟରେ ରହୁଥିଲେ। କିନ୍ତୁ ଗତ କିଛି ଦିନ ହେବ ଲଗାଣ ବର୍ଷାରେ ରାତିରେ ଘର ଭିତରେ ଶୋଇଥିବା ଅବସ୍ଥାରେ ଘରର ଗୋଟିଏ ପଟ କାନ୍ଥ ଭୁଶୁଡି ପଡିଛି। ଜୀବନ ବଞ୍ଚି ଯାଇଥିଲେ ମଧ୍ୟ ବର୍ତମାନ ଭଙ୍ଗା ଘରେ ରହୁଥୁବା ବେଳେ ପାଲ ଖଣ୍ଡିଏ ମଧ୍ୟ ମିଳି ପାରିନାହିଁ। ନିଜେ ରହିବା ପାଇଁ ଘର ଖଣ୍ଡିଏ ନାହିଁ ବାରମ୍ବାର ଘର ଖଣ୍ଡେ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ଭେଟି ଲିଖିତ ଭାବରେ ଘର ପାଇଁ ଦେଇଥିଲେ ମଧ୍ୟ କୌଣସି ସଫଳ ହୋଇନଥିବା କହିଛନ୍ତି। ତୁରନ୍ତ ଅସହାୟ ପରିବାରକୁ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇଦେବାକୁ ଅସହାୟ ଋତୁ ଦିଗାଲ କହିଥିବା ବେଳେ ଡାଙ୍ଗେଡ଼ି କିଆ ଓ ବରସାହି ଅଞ୍ଚଳବାସୀ ମଧ୍ୟ ତୁରନ୍ତ ଘର ଖଣ୍ଡିଏ ଯୋଗାଇ ଦେବାକୁ ଦାବୀ କରିଛନ୍ତି।

  • Related Posts

    ଆଜି ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ

    ପୁରୀ: ଆସନ୍ତା ୨୦ ତାରିଖରୁ ଚନ୍ଦନଯାତ୍ରା ଆରମ୍ଭ । ଅକ୍ଷୟ ତୃତୀୟାଠାରୁ ଶ୍ରୀମନ୍ଦିରରେ ହେଉଥିବା ଏହି ପ୍ରଧାନ ପର୍ବକୁ ଶୃଙ୍ଖଳିତ ପାଳନ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ଯୋଜନା କରିଛି । ମଙ୍ଗଳବାର ଏନେଇ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ…

    Continue reading
    ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ

    ଭୁବନେଶ୍ଵର: ଓଡିଆ ଚଳଚିତ୍ର ଜଗତ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁଙ୍କର ପରଲୋକ ଘଟିଛି। ସେ ଲିଭର ସିରୋସିସ୍‌ରେ ପୀଡ଼ିତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିବା ସୂଚନା ମିଳିଛି। ରବି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ