ଆଜିଠାରୁ ଝାରସୁଗୁଡ଼ାରୁ ମୁମ୍ବାଇ ବିମାନସେବା ଆରମ୍ଭ

ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ଆଜିଠାରୁ ଝାରସୁଗୁଡ଼ାରୁ ମୁମ୍ବାଇ ବିମାନସେବା ଆରମ୍ଭ ହୋଇଛି। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଜି ୯୧ଜଣ ଯାତ୍ରୀଙ୍କୁ ନେଇ ଇଣ୍ଡିଗୋ ଏୟାର ବସ୍ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛି। ଏଥିରେ ୧୮୦ ଯାତ୍ରୀ ସୁବିଧାରେ ଯାତ୍ରା କରିପାରିବେ। ଏହି ବିମାନ ସପ୍ତାହର ସବୁଦିନ ଚଳାଚଳ କରିବ ବୋଲି ଜଣାଯାଇଛି।

ଝାରସୁଗୁଡ଼ା ବିମାନବନ୍ଦରରୁ ତୃତୀୟ ରୁଟ୍‌ ଭାବେ ରାୟପୁରକୁ ଗତ ମାସ ୨ ତାରିଖରେ ବିମାନ ସେବା ଆରମ୍ଭ କରିଥିଲା ଷ୍ଟାର୍‌ ଏୟାର୍‌। ବିମାନବନ୍ଦର ନିର୍ଦ୍ଦେଶକ ସନ୍ଦୀପ ତିୱାରୀ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଷ୍ଟାର୍‌ ଏୟାର୍‌ର ଷ୍ଟେସନ୍‌ ମ୍ୟାନେଜର ଓ ବିମାନବନ୍ଦର କର୍ମଚାରୀମାନେ ଉପସ୍ଥିତ ଥିଲେ। ଦୀପ ପ୍ରଜ୍ବଳନ, କେକ୍‌ କାଟିବା ପରେ ପ୍ରଥମ ଯାତ୍ରୀଙ୍କୁ ବୋର୍ଡିଂ କାର୍ଡ ପ୍ରଦାନ କରାଯାଇଥିଲା। ପ୍ରଥମ ଦିନରେ ରାୟପୁରକୁ ୪୯ ଜଣ ଯାତ୍ରା କରିଥିଲେ। ଝାରସୁଗୁଡ଼ା-ରାୟପୁର-ଝାରସୁଗୁଡ଼ା ରୁଟ୍‌ରେ ଏହି ବିମାନ ସେବା ସପ୍ତାହକୁ ୩ ଦିନ ସୋମବାର, ବୁଧବାର ଓ ରବିବାର ଚଳାଚଳ କରୁଛି। ଏଣେ ଝାରସୁଗୁଡ଼ାରୁ ଲକ୍ଷ୍ନୌ ଅଭିମୁଖେ ଷ୍ଟାର୍‌ ଏୟାର୍‌ ନିଜର ସେବା ଆରମ୍ଭ କରିଥିଲା। ଏହା ପୂର୍ବରୁ ଝାରସୁଗୁଡ଼ାରୁ ହାଇଦ୍ରାବାଦ ରୁଟ୍‌ରେ ଏହି ସଂସ୍ଥା ବିମାନ ସେବା ଆରମ୍ଭ କରିଥିଲା।

  • Related Posts

    ଏସ୍‌ସିବି ଟ୍ରାଜେଡିର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ

    କଟକ: ଏସ୍‌ସିବି ଟ୍ରମା ଆଇସିୟୁରେ ଅଗ୍ନିକାଣ୍ଡ ଘଟଣାକୁ ଆଉ ଦିନ କେଇଟା ପରେ ମାସେ ପୂରିବ । ଏହାରି ଭିତରେ ଏସ୍‌ସିବି ଟ୍ରାଜେଡିର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଅବସରପ୍ରାପ୍ତ ବିଚାରପତି ଲକ୍ଷ୍ମୀଧର ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ତଦନ୍ତକାରୀ ଟିମ୍…

    Continue reading
    ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଆରମ୍ଭ

    ପୁରୀ: ଆରମ୍ଭ ହେଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ । ଆଜି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଛି । ରତ୍ନଭଣ୍ଡାର ଟିମର ସଦସ୍ୟମାନେ ମହାପ୍ରଭୁଙ୍କ ସକାଳ ଧୂପ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ