ଆଜିଠାରୁ ପୁରୁଷ ଏସିଆ କପ୍‌ ହକି ସୁପର-୪ ମୁକାବିଲା, ଦକ୍ଷିଣ କୋରିଆ-ଭାରତ ମୁହାଁମୁହିଁ

ରାଜଗିର,03/09 : ପୁରୁଷ ଏସିଆ କପ୍‌ ହକିର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ଆଜିଠାରୁ ସୁପର-୪ ମୁକାବିଲା ହେବ। ସୁପର-୪ରେ ଗ୍ରୁପ-ଏ ରୁ ଭାରତ ଓ ଚୀନ ରହିଥିବାବେଳେ ଗ୍ରୁପ-ବିରୁ ଦକ୍ଷିଣ କୋରିଆ ଓ ମାଲେସିଆ ରହିଛନ୍ତି। ଭାରତ ୩ରେ ପ୍ରଥମ ମ୍ୟାଚ ଦକ୍ଷିଣ କୋରିଆ ସହ, ୪ରେ ମାଲେସିଆ ଓ ୬ରେ ଚୀନକୁ ଭେଟିବ। ଦୁଇ ଶ୍ରେଷ୍ଠ ଦଳ ଫାଇନାଲକୁ ଉନ୍ନୀତ ହେବେ। ହରମନପ୍ରୀତ ସିଂହଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଲିଗ୍‌ ପର୍ଯ୍ୟାୟରେ ଅପରାଜୟ ସହ ସୁପର-୪ରେ ପହଞ୍ଚିଛି। ଦଳ ଚୀନ୍‌କୁ ୪-୩ ଗୋଲ, ଜାପାନକୁ ୩-୨ ଗୋଲ ଓ କାଜାଖସ୍ତାନକୁ ୧୫-୦ ଗୋଲରେ ପରାସ୍ତ କରିଥିଲା। ଦଳ ପକ୍ଷରୁ ହରମନପ୍ରୀତ ସିଂହ ୭ଟି ଗୋଲ ଦେଇ ଚମତ୍କାର ଫର୍ମରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ୪ଟି,ସୁଖଜିତ ସିଂହ ୩ଟି, ଯୁଗରାଜ ସିଂହ ୩ଟି ଗୋଲ ଦେଇଛନ୍ତି। ଭାରତ ପ୍ରତିଯୋଗିତାର ଲିଗ୍‌ ପର୍ଯ୍ୟାୟରେ ପ୍ରତ୍ୟେକ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି। ଉକ୍ତ ପ୍ରଦର୍ଶନକୁ ସୁପର-୪ରେ ବଜାୟ ରଖିବା ନେଇ ଆଶାବାଦୀ ରହିଛି। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ କ୍ରେଗ ଫୁଲଟନ କହିିଛନ୍ତି ଯେ, ଲିଗ୍‌ ପର୍ଯ୍ୟାୟରେ ଆମେ ଭଲ ପ୍ରଦର୍ଶନ କରିଥିଲୁ। ଏବେ ସୁପର-୪ ମୁକାବିଲା ବଡ଼ ଆହ୍ବାନ ହେବ। ଲିଗ୍‌ ପର୍ଯ୍ୟାୟରେ ପେନାଲ୍ଟି କର୍ଣ୍ଣରରେ ଦଳ ଭଲ ପ୍ରଦର୍ଶନ କରିଛି। ଯାହା ଦଳ ପାଇଁ ବହୁତ ଭଲ କଥା। ଶେଷ ସଂସ୍କରଣର ଚମ୍ପିଆନ ଦକ୍ଷିଣ କୋରିଆ ବହୁତ ଭଲ ଦଳ। ଦକ୍ଷିଣ କୋରିଆ ବିପକ୍ଷ ପ୍ରଥମ ମ୍ୟାଚ ପାଇଁ ଆମେ ପ୍ରସ୍ତୁତ ବୋଲି ଫୁଲଟନ କହିଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ କୋରିଆ ଗ୍ରୁପ-ବି ରେ ୭-୦ ଗୋଲରେ ଚାଇନିଜ ତାଇପେଇକୁ,୫-୧ ଗୋଲରେ ବାଂଲାଦେଶକୁ ପରାସ୍ତ କରିଥିବାବେଳେ ମାଲେସିଆ ନିକଟରୁ ୧-୪ ଗୋଲରେ ପରାଜିତ ହୋଇଥିଲା। ଚଳିତ ଟୁର୍ଣ୍ଣାମେଣ୍ଟ​‌ରେ ଦୁଇ ଦଳର ପ୍ରଦର୍ଶନକୁ ଦେଖିଲେ ଦକ୍ଷିଣ କୋରିଆ ଅପେକ୍ଷା ଭାରତର ଭଲ ପ୍ରଦର୍ଶନ ରହିଛି।

  • Related Posts

    ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ

    ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…

    Continue reading
    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ