ଆଜିଠୁ ଦୁର୍ଗାପୂଜା ପାଇଁ ଲାଇସେନ୍ସ ଆବେଦନ

କଟକ: ଆଗାମୀ ଦଶହରାରେ ପୂଜା ପେଣ୍ଡାଲ ନିର୍ମାଣ ପୂର୍ବରୁ ଏନ୍‌ଓସି (ନୋ ଅବ୍‌ଜେକ୍ସନ୍‌ ସାର୍ଟିଫିକେଟ୍‌) ବା ଲାଇସେନ୍ସ ପାଇଁ ସମସ୍ତ ପୂଜା କମିଟି ପ୍ରଶାସନ ନିକଟରେ ଆବେଦନ କରିବ । ଆଜିଠୁ ୭ ତାରିଖ ପର୍ୟ୍ୟନ୍ତ ତିନି ଧରି ଆବେଦନ କରାଯିବ । ଏଥିପାଇଁ ବାରବାଟୀ ପ୍ୟାଲେସ୍‌ରେ ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା କରାଯାଇଛି । ସେଠାରେ ଅଗ୍ନିଶମ, ପୂର୍ତ୍ତ, ବିଦ୍ୟୁତ୍‌, ସ୍ୱାସ୍ଥ୍ୟ ଓ କମିସନ୍‌ରେଟ୍‌ ପୁଲିସର କର୍ମଚାରୀମାନେ ଉପସ୍ଥିତ ରହିବେ । ପ୍ରଥମେ ପେଣ୍ଡାଲ୍‌ ନିର୍ମାଣ ପାଇଁ ପୁଲିସ୍‌ ପୂଜା କମିଟିକୁ ପ୍ରୋଭିଜିନାଲ୍‌ ଏନ୍‌ଓସି ପ୍ରଦାନ କରିବ । ୧୨ ତାରିଖ ଭିତରେ ସମସ୍ତଙ୍କୁ ପ୍ରୋଭିଜିନାଲ ଏନ୍‌ଓସି ଦିଆଯିବ ବୋଲି କଟକ ଜିଲ୍ଲାପାଳ ବୁଧବାର ହାଇକୋର୍ଟଙ୍କୁ ଅବଗତ କରିଥିଲେ । ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ଏବଂ ବିଚାରପତି ଜଷ୍ଟିସ୍‌ ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଜବାବକୁ ରେକର୍ଡ କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୫ ତାରିଖକୁ ଧାର୍ୟ୍ୟ କରିଛନ୍ତି ।
ଚଳିତ ବର୍ଷ ଦୁର୍ଗା ପୂଜା କିପରି ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବ ତାହା ଉପରେ ହାଇକୋର୍ଟ ପ୍ରଥମରୁ ଗୁରୁତ୍ୱାରୋପ କରି ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟ କଟକ ଜିଲ୍ଲାପାଳଙ୍କୁ ଦଶହରା ପେଣ୍ଡାଲ ତଥା ଅନ୍ୟାନ୍ୟ କାର୍ୟ୍ୟ ସଂପର୍କରେ ଜବାବ ରଖିବା ଲାଗି ନିର୍ଦ୍ଦେଶ ଦେଇଥିଲେ । କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ୍‌ ଶିନ୍ଦେ ସତ୍ୟପାଠ ଦାଖଲ କରି କଟକ ଦଶହରା କିପରି ଶୃଙ୍ଖଳିତ ଢଙ୍ଗରେ ପାଳନ କରାଯିବ ତାହା ଉପରେ ବିସ୍ତୃତ ସୂଚନା ରଖିଛନ୍ତି ।ସେ ଦର୍ଶାଇଛନ୍ତି ଯେ, ସମସ୍ତ କମିଟି ପେଣ୍ଡାଲ୍‌ ନିର୍ମାଣ କାମ ଆସନ୍ତା ୨୨ ତାରିଖ ପୂର୍ବରୁ ଶେଷ କରିବେ । ପରେ ଏକ ମିଳିତ ଟିମ୍‌ ପୂଜା ପେଣ୍ଡାଲ ପରିଦର୍ଶନ କରି ସମସ୍ତ ନିମୟ ପାଳନ ହୋଇଥିଲେ ସଂପୃକ୍ତ କମିଟିକୁ ଏନ୍‌ଓସି ପ୍ରଦାନ କରିବେ । ଏନ୍‌ଓସି ଦିଆଯିବା ପରେ ଯାଇ ଲାଇସେନ୍ସ ସହ ବିଦ୍ୟୁତ୍‌ ସେଫ୍ଟି ସାର୍ଟିଫିକେଟ୍‌ ପ୍ରଦାନ କରାଯିବ ।ଯେହେତୁ ପ୍ରଥମ ଥର ପାଇଁ ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା ଆରମ୍ଭ ହୋଇଛି ସେଥିପାଇଁ ପ୍ରଶାସନ ପକ୍ଷରୁ ପ୍ରତି ୬ଟି ପୂଜା ମଣ୍ଡପ ଲାଗି କିଛି କର୍ମଚାରୀଙ୍କୁ ସ୍ୱତନ୍ତ୍ର ଭାବେ ନିଯୁକ୍ତି ଦିଆଯିବ । ଏହି କର୍ମଚାରୀମାନେ ପୂଜା ମଣ୍ଡପଗୁଡ଼ିକୁ ଏନ୍‌ଓସି ପ୍ରଦାନରେ ସହଯୋଗ କରିବେ । ପ୍ରତି ୨୦ରୁ ୨୫ଟି ପୂଜା ମଣ୍ଡପ ପାଇଁ ଜଣେ ବରିଷ୍ଠ ଅଧିକାରୀ ରହିବେ । ଅଗ୍ନିଶମ ସାର୍ଟିଫିକେଟ୍‌, ବିଦ୍ୟୁତ୍‌ ସାର୍ଟିଫିକେଟ୍‌ ଏବଂ ନିର୍ମାଣ (ଷ୍ଟ୍ରକ୍‌ଚରାଲ୍‌) ସାର୍ଟିଫିକେଟ୍‌ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।ପୂଜା ମଣ୍ଡପ ଓ ତୋରଣ ନିର୍ମାଣ ଦ୍ୱାରା ଯେପରି ଟ୍ରାଫିକ୍‌ ଜାମ୍‌, ରାସ୍ତା ଅବରୋଧ ନହୁଏ ତାହାକୁ ଦୃଷ୍ଟିରେ ରଖି ପୁଲିସ୍‌ ଏନ୍‌ଓସି ପ୍ରଦାନ କରିବ । ଭସାଣି ସମୟରେ ଅଘଟଣ ଏଡାଇବା ପାଇଁ ଜଣେ ସୁପର୍‌ଭାଇଜିଂ ଅଫିସର ନିଯୁକ୍ତ ରହିବେ । ଏଥିସହ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ମଧ୍ୟ ବିଭିନ୍ନ ସ୍ଥାନରେ ନିୟୋଜିତ ହେବେ । ପୂଜା ଶେଷ ପରେ ପୋତା ଯାଇଥିବା ବାଉଁଶ ତଥା ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ହଟାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।ଶୁଣାଣି ଅବସରରେ କଟକ ଡିସିପି ଖିଲାରୀ ରିଶିକେଶ ଦ୍ୟାନ୍‌ଦେଓ ମଧ୍ୟ ଏକ ସତ୍ୟପାଠ ଦାଖଲ କରିଥିଲେ । ଅଗ୍ନିଶମ, ବିଦ୍ୟୁତ୍‌ ଆଦି ସାର୍ଟିଫିକେଟ୍‌ ନେବା ପରେ ସାଂସ୍କୃତିକ, ଡେକୋରେସନ୍‌ ଆଦି ପାଇଁ ଅନୁମତି ଦିଆଯିବ ବୋଲି ଡିସିପି କହିଛନ୍ତି । ପୂଜା ମଣ୍ଡପ ନିର୍ମାଣ ପାଇଁ ପ୍ରତ୍ୟେକ ପୂଜା କମିଟି ପକ୍ଷରୁ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ସିଏମ୍‌ସିରେ ଜମା କରାଯିବ । ଉକ୍ତ ଜମା ଅର୍ଥର ରସିଦ୍‌ ଡିସିପିଙ୍କ କାର୍ୟ୍ୟାଳୟରେ ଜମା କରିବା ପରେ ସମସ୍ତଙ୍କୁ ଲାଇସେନ୍ସ ପ୍ରଦାନ କରାଯିବ । ପ୍ରତେକ ପୂଜା କମିଟି ନିଜ ତରଫରୁ ସ୍ୱେଚ୍ଛାସେବୀ ମୁତୟନ କରିବା ଓ ସିସି କ୍ୟାମେରା ଲଗାଇବାକୁ କୁହାଯାଇଛି ।

  • Related Posts

    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading
    ଜଣେ ବି ଚାଷୀର ଧାନ ରହିବ ନାହିଁ: ସମବାୟ ମନ୍ତ୍ରୀ

    ଭୁବନେଶ୍ୱର: ଏଥର ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ। ଏଯାବତ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି। ବାକି ବଳକା ଧାନ କିଣିବାକୁ ୭ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ