ଆଜି ବାର୍ ଆସୋସିଏସନରେ କର୍ମକର୍ତ୍ତା ନିର୍ବାଚନ

ଭୁବନେଶ୍ୱର: ଆଜି ରାଜ୍ୟର ସମସ୍ତ ବାର୍ ଆସୋସିଏସନରେ କର୍ମକର୍ତ୍ତା ନିର୍ବାଚନ। ରାଜ୍ୟ ଆଇନଜୀବୀ ପରିଷଦ ସହ ଅନୁବନ୍ଧିତ ୧୫୮ଟି ବାର୍ ଆସୋସିଏସନ ମଧ୍ୟରୁ ୧୫୫ଟି ବାରରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଭିନ୍ନଭିନ୍ନ କାରଣରୁ ସୁନ୍ଦରଗଡ଼, ଉମରକୋଟ ଏବଂ ଜଟଣୀ ଓକିଲ ସଂଘକୁ ବାଦ ଦିଆଯାଇଛି।

ଏହି ନିର୍ବାଚନରେ ସର୍ବମୋଟ ୩୮ ହଜାର ୮୮୩ ଜଣ ଓକିଲ ନିଜର ମତ ସାବ୍ୟସ୍ତ କରିବେ। ଦିନ ୩ଟା ପର୍ୟ୍ୟନ୍ତ ହେବ ଭୋଟ ଗ୍ରହଣ। ଏହାପରେ ତୁରନ୍ତ ଭୋଟ ଗଣତି କରାଯାଇ ଚୂଡାନ୍ତ ଫଳାଫଳ ଘୋଷଣା କରାଯିବ। ଏଥିପାଇଁ ରାଜ୍ୟ ଆଇନଜୀବୀ ପରିଷଦ ଦ୍ବାରା ପ୍ରସ୍ତୁତ ଚୂଡାନ୍ତ ଭୋଟର ତାଲିକା ସମସ୍ତ ବାର୍ ଆସୋସିଏସନ୍ ଗୁଡ଼ିକୁ ପଠାଇ ଦିଆଯାଇଛି। ନିର୍ବାଚନୀ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭିଡିଓଗ୍ରାଫି କରି ତୁରନ୍ତ ତାହାର ଏକ କପି ଓଡିଶା ରାଜ୍ୟ ଆଇନଜୀବୀ ପରିଷଦରେ ପୈଠ କରିବାକୁ ନିର୍ଦେଶ ଦେଇଛି ରାଜ୍ୟ ଆଇନଜୀବୀ ପରିଷଦ।

  • Related Posts

    ୧୦ ପର୍ଯ୍ୟନ୍ତ କାଳବୈଶାଖୀ

    ଭୁବନେଶ୍ୱର: ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସମୁଦ୍ର ପତ୍ତନଠାରୁ ୧.୫ କି.ମି. ଉଚ୍ଚରେ ଆଉ ଏକ…

    Continue reading
    ନୂତନ ଭାବେ ନିଯୁକ୍ତି ପାଇଥିବା କୁଳପତିଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଭିନନ୍ଦନ

    ଭୁବନେଶ୍ୱର: ରାଜ୍ୟର ୧୪ଟି ବିଶ୍ୱ ବିଦ୍ୟାଳୟରେ ନୂତନ ଭାବେ କୁଳପତି ନିଯୁକ୍ତି ଦିଆଯାଇଛି। ନୂତନ କୁଳପତିମାନଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅଭିନନ୍ଦନ ଜଣାଇଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, କୁଳପତି ପଦବୀ ଖାଲି ଥିବା ରାଜ୍ୟର ସମସ୍ତ ୧୪ଟି ବିଶ୍ୱବିଦ୍ୟାଳୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ