ଆମକୁ ଜିତେଇବା ପାଇଁ ନବୀନ ବାବୁ ସାହାଯ୍ୟ କରୁଛନ୍ତି:ଜୟନାରାୟଣ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ବିଜେଡିକୁ ଘାରିଛି ଘୋଡ଼ା ବେପାର ଚିନ୍ତା । ୨୦୦୨ ମସିହାର ଘଟଣା ପୁନରାବୃତ୍ତି ହେବା ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ଘୋଡ଼ା ବେପାର କଥା ବିଜେଡି ସଭାପତିଙ୍କ ନିଦ ହଜେଇ ଦେଇଛି । ତେଣୁ ଦଳର ବିଧାୟକଙ୍କୁ ଏକଜୁଟ କରି ରଖିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ନବୀନ । ସେହିପରି ଘୋଡ଼ା ବେପାର କଥା ଉଠାଇ ଶାସକ ବିଜେପିକୁ କାଠଗଡାକୁ ଟାଣିବା ପାଇଁ ନବୀନ ଚେଷ୍ଟା କରିଛନ୍ତି । ନବୀନ କହିଛନ୍ତି, “ରାଜ୍ୟରେ ଅନେକ ପ୍ରସଙ୍ଗ ରହିଛି । ମଧ୍ୟପ୍ରାଚ୍ୟ ଦେଶରେ ଯୁଦ୍ଧ ପରିସ୍ଥିତିରେ ପ୍ରବାସୀ ଓଡ଼ିଆ ଫସି ରହିଛନ୍ତି । ଏଭଳି ଜଟିଳ ପରିସ୍ଥିତିରେ ବିଜେପି ସରକାର ଆସନ୍ତା ରାଜ୍ୟସଭା ନିର୍ବାଚନ ଲାଗି ଘୋଡା ବେପାରରେ ମାତିଛନ୍ତି । ନବୀନଙ୍କ ଏହି ଉକ୍ତି ରାଜ୍ୟ ରାଜନୈତିକ ପରିବେଶକୁ ଉଷ୍ମ କରି ଦେଇଛି ।

ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ‘ଘୋଡ଼ା ବେପାର ନା ବିବେକାନୁମୋଦିତ ଭୋଟ, ଆମକୁ ଜିତେଇବା ପାଇଁ ନବୀନ ବାବୁ ସାହାଯ୍ୟ କରୁଛନ୍ତି । ସେଥିପାଇଁ ନବୀନ ବାବୁଙ୍କୁ ଧନ୍ୟବାଦ । ନବୀନ ବାବୁ ଅନେକ ବିଧାୟକଙ୍କୁ ସସପେଣ୍ଡ କରିଛନ୍ତି । ସେମାନଙ୍କ ଭୋଟ ଆମ ଆଡେ ଆସିବ । ଆମେ ଘୋଡ଼ା କେଉଁଠି ରଖୁନାହୁଁ । ବେପାର କେମିତି କରିବୁ । ଆମେ ବିବେକାନୁମୋଦିତ ଭୋଟ ଦେବାକୁ ଅନୁରୋଧ କରୁଛୁ । ବିଜେଡିର ଦୁଇ ଜଣ ଅଚଳ ପ୍ରାର୍ଥୀ ଦେଇଛି ।”

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ