ଭୁୁବନେଶ୍ୱର,୧୬/୨୦୨୬: ଆଜି ନୀବନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ। ଶୁକ୍ରବାର ଦୁଇ ନେତାଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ହୋଇଛି । ଏହି ସମୟରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଆଲୋଚନା ପରେ ନିଜର ପ୍ରତିକ୍ରିୟାରେ ଅଖିଳେଶ ଯାଦବ କହିଛନ୍ତି ଯେ, ଆଦରଣୀୟ ନବୀନ ପଟ୍ଟନାୟକ ଦେଶର ଜଣେ ବରିଷ୍ଠ ନେତା । ଓଡିଶାର ବିକାଶରେ ନବୀନ ପଟ୍ଟନାୟକ ଓ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ବଡ ଭୂମିକା ରହିଛି । ବିଶେଷ କରି ଗରିବଙ୍କ ସମ୍ମାନ ଓ ଉନ୍ନତି ପାଇଁ ସେମାନଙ୍କର କାର୍ଯ୍ୟ ଦେଶରେ ଉଦାହରଣ ପାଲଟିଛି । ଅଖିଳେଶ ଏହା ମଧ୍ୟ କହିଛନ୍ତି, ନବୀନ ବାବୁଙ୍କ ଅମଳରେ ଓଡିଶାରେ ସାଧାରଣ ଲୋକଙ୍କୁ ଜୀବନକୁ ପ୍ରଭାବିତ କରିବା ପରି କାମ ହୋଇଛି । ଲଗାତାର ୨୪ ବର୍ଷ ଶାସନ କରି ସେ ଲୋକଙ୍କ ଜୀବନ ଶୈଳୀ ବଦଳାଇଛନ୍ତି । ନବୀନଙ୍କ ସହ ଏହା ମୋର ସୌଜନ୍ୟମୂଳକ ସାକ୍ଷାତ ଥିଲା । ମୋ ବାପା ତାଙ୍କ ବାପା ଦିବଙ୍ଗତ ବିଜୁ ବାବୁଙ୍କ ସହ କାମ କରିଛନ୍ତି । ଆମ ମଧ୍ୟରେ ପୁରୁଣା ସଂପର୍କ ରହିଛି । ଆମେ ଦୁଇ ଜଣ ବିଜେପି ବିରୋଧରେ ଲଢେଇ କରୁଛୁ ବୋଲି ଅଖିଳେଶ କହିଛନ୍ତି ।
ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…



