ଆମ୍ବଟାକୁଆ ଜନିତ ମୃତ୍ୟୁ ଆହରଜନିତ ନୁହେଁ, ଫୁଡ୍ ପଏଜନିଂ ପାଇଁ ହେଇଛି

କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କା ଗାଁର ୩ଜଣ ଆଦିବାସୀ ମହିଳାଙ୍କ ମୃତ୍ୟୁ ଅନାହାରଜନିତ ନୁହେଁ ବରଂ ଫୁଡ୍ ପଏଜନିଂ ପାଇଁ ହୋଇଛି ବୋଲି ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟ କରିଛନ୍ତି । ବିରୋଧୀ ଦଳ ପକ୍ଷରୁ ଅନାହାର ମୃତ୍ୟୁକୁ ନେଇ କରାଯାଉଥିବା ହଟ୍ଟଗୋଳ ଓ ଅଭିଯୋଗକୁ ଖଣ୍ଡନ କରି ଆଜି ବିଧାନସଭାରେ ଖାଦ୍ୟଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କା ଗାଁରେ ୩ଜଣ ମହିଳାଙ୍କ ମୃତ୍ୟୁ ଘଟଣାର ତଦନ୍ତ ସରକାର କରିଛନ୍ତି । ଏହି ତଦନ୍ତରୁ ଜଣାପଡ଼ିଛି ଯେ ବାସି ଖାଦ୍ୟ ରଖିବାରୁ ତାହା ବିଷାକ୍ତ ହୋଇଯାଇଥିଲା ଯାହାକୁ ଖାଇ ସେମାନଙ୍କର ମୃତ୍ୟୁ ଘଟିଛି ।

ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ଅନାହାର ଯୋଗୁ ଆମ୍ବଟାକୁଆ ଜାଉ ଖାଇବା ଘଟଣା ସମ୍ପୂର୍ଣ୍ଣ ମିଛ । ବିରୋଧୀ ଦଳ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି । ସୁସ୍ଥ ହୋଇ ଘରକୁ ଫେରିଥିବା ଟୁନି ମାଝୀ ସ୍ପଷ୍ଟ କରିଛନ୍ତି ଯେ, ଭାତ ସହ ଆମ୍ବଟାକୁଆ ଜାଉ ଖାଇଥିଲେ । କିନ୍ତୁ ଜାଉ ୩-୪ଦିନର ବାସି ହୋଇଥିବାରୁ ତାହା ବିଷାକ୍ତ ହୋଇଯାଇଥିଲା । କେବଳ ସେତିକି ନୁହେଁ ଯେଉଁ ୩ଜଣ ମହିଳା ପ୍ରାଣ ହରାଇଛନ୍ତି ସେମାନେ ଖାଦ୍ୟାଭାବର ଶିକାର ହେବା ଖବର ମଧ୍ୟ ସତ ନୁହେଁ । କାରଣ ସମ୍ପୃକ୍ତ ମହିଳାମାନେ କିଏ ୧୧ଏକର ତ କିଏ ୧୪ଏକର ଜମିର ମାଲିକ । ଗତ ୨୦୨୩-୨୪ ଖରିଫବର୍ଷରେ ସେମାନେ ସରକାରଙ୍କୁ ଧାନ ମଧ୍ୟ ବିକ୍ରି କରିଛନ୍ତି । ତାଙ୍କ ପରିବାରରେ ଜଣେ ସଦସ୍ୟ ବିଏସଏଫରେ ମଧ୍ୟ ଚାକିରି କରିଛନ୍ତି । ତେଣୁ ଦାରିଦ୍ର‌୍ୟ ଯୋଗୁ ଅନାହାରରେ ପ୍ରାଣ ହରାଇବା ଘଟଣା ସତ ନୁହେଁ ।

ରାଜ୍ୟ ସରକାର ସେହି ଗାଁର ସମସ୍ତ ପରିବାରକୁ ୧୨କିଲୋ ଲେଖାଏଁ ମାଣ୍ଡିଆ ଯୋଗାଇ ଦେଇଛନ୍ତି । ଏହାସହିତ ଖାଦ୍ୟସୁରକ୍ଷା ଯୋଜନାରେ ଚାଉଳ ଯୋଗାଇ ଦିଆଯାଇଛି । ମୃତକଙ୍କ ପରିବାରକୁ ମଧ୍ୟ ଅନୁକମ୍ପାମୂଳକ ସହାୟତା ସରକାର ଯୋଗାଇ ଦେଇଛନ୍ତି । ରାଜ୍ୟ ସରକାର ଏଣିକି ୪୫ଦିନ ପୂର୍ବରୁ ଆଗୁଆ ରାସନ ସାମଗ୍ରୀ ହିତାଧିକାରୀଙ୍କୁ ଯୋଗାଇବାକୁ ଯୋଜନା କରୁଛନ୍ତି ।

ଆଦିବାସୀ ଓ ଦୁର୍ଗମ ଅଂଚଳରେ ଅଧିକ ସଂଖ୍ୟକ ପିଡିଏସ୍ ଆଉଟଲେଟ୍ ଖୋଲିବାକୁ ମଧ୍ୟ ସରକାର ଯୋଜନା କରୁଥିବା ସେ କହିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ଓ ଅନ୍ୟ ଦୁଇ ସଦସ୍ୟ ଆଜି ମାଣ୍ଡିପଙ୍କା ଗାଁକୁ ଯାଇ ପ୍ରଭାବିତ ପରିବାର ସଦସ୍ୟଙ୍କ ସମେତ ଗାଁ ଲୋକମାନଙ୍କୁ ଭେଟିଥିବା ଜଣାପଡ଼ିଛି ।

  • Related Posts

    ୫ ଜିଲ୍ଲାକୁ ଝଡ଼ବର୍ଷା ସତର୍କତା

    ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ, ଉପକୂଳରେ ଥଣ୍ଡା। ଗତ କିଛି ଦିନ ହେବ ରାଜ୍ୟରେ ଏଭଳି ତାପମାତ୍ରା ଦେଖିବାକୁ ମିଳିଛି। ରାଜ୍ୟକୁ ହଟ୍ ଆଣ୍ଡ ହିମ୍ୟୁଡିଟି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୩ ଦିନ ପାଇଁ ଗରମ ଗୁଳିଗୁଳି ନେଇ…

    Continue reading
    ନିଆଁରେ ଗୁରୁତର ଯୁକ୍ତ ୩ ଛାତ୍ରୀ ମୃତ

    ଆସିକା: ଶେଷରେ ଜୀବନ ହାରିଲେ କିରୋସିନି ଢାଳି ନିଆଁରେ ଗୁରୁତର ଯୁକ୍ତ ୩ ଛାତ୍ରୀ । ବ୍ରହ୍ମପୁର ଏମକେସିଜି ମେଡିକାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ଗଞ୍ଜାମ ଜିଲ୍ଲା ଆସିକା ଭେଟନଇ ଗାଁର ଛାତ୍ରୀଙ୍କର । ଗତ ୨୮ ତାରିଖରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ