
ରାଜ୍ୟସଭା ନିର୍ବାଚନକୁ ଆଉ ମାତ୍ର ତିନି ଦିନ ବାକି ଅଛି । ସମୟ ଯେତିକି ଗଡ଼ୁଛି, ବିରୋଧୀ ବିଜେଡି ଓ କଂଗ୍ରେସରେ ସନ୍ଦେହ ସେତିକି ବଢ଼ୁଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ନିଜେ ଏହି ନିର୍ବାଚନର ମଙ୍ଗ ଧରିଛନ୍ତି। ସେପଟେ କଂଗ୍ରେସ ୮ ବିଧାୟକ ହ୍ବିପ୍ ଭାଙ୍ଗିଥିବା ଅଭିଯୋଗ ଆସିଛି। ୧୩ରୁ ୧୬ ଯାଏଁ ଭୁବନେଶ୍ବର ନ ଛାଡ଼ିବାକୁ ଥିଲା ନିର୍ଦ୍ଦେଶ।-ହ୍ବିପ୍ ଜାରି କରିଥିଲେ କଂଗ୍ରେସ ଦଳ ମୁଖ୍ୟ ସଚେତକ ସିଏସ୍ ରାଜନ ଏକ୍କା। କିନ୍ତୁ ୮ କଂଗ୍ରେସ ବିଧାୟକ ହ୍ବିପ୍ ନ ମାନି ବେଙ୍ଗଲୁରୁ ଯାଇଛନ୍ତି।
ଏନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି । ସେ କହିଛନ୍ତି ନିଜ ଇଚ୍ଛାରେ ବୁଲିବାକୁ ଯାଇଛନ୍ତି ଆମ ବିଧାୟକ । ଦୁଇ ଦିନ ପରେ ଆସିବେ, ବହୁତ ଦିନ ହେଲା କୁଆଡେ ଯାଇ ନ ଥିଲେ । ଏଥିରେ କିଛି ରାଜନୈତିକ ଅଭିଶନ୍ଧି ନାହିଁ । ଆମ ବିଧାୟକଙ୍କ ଉପର ବିଶ୍ୱାସ ଅଛି । ଘୋଡା ବେପାରରେ ସାମିଲ ହେବେନି ବୋଲି ସେ ରୋକ୍ ଠୋତକ୍ ଶୁଣାଇଦେଇଛନ୍ତି ।
ସେହିପରି କଂଗ୍ରେସ ବିଧାୟକଙ୍କ ଗସ୍ତକୁ ନାପସନ୍ଦ କରିଛନ୍ତି କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋଷ । ବାହାରକୁ ଯିବାର କ’ଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ କଲେ ସୋଫିଆ ।’ଆମେ ନିର୍ବାଚିତ ଲୋକ ପ୍ରତିନିଧି, କଟକ ଭଳି ଶିକ୍ଷିତ ସହରରୁ ଆସିଛୁ । ମୁଁ ଗଣମାଧ୍ୟମରୁ ଶୁଣିଲି, ମତେ କିଛି କୁହାଯାଇନାହିଁ ବୋଲି ସେ କହିଛନ୍ତି । ଆମେ ବି ନିଜେ ନିଜେ ନିଷ୍ପତ୍ତି ନେଇଛୁ ବୋଲି କହିଲେ ସୋଫିଆ ।




