ଆର୍ଥିକ ସହାୟତା ଅପେକ୍ଷାରେ ସୁସ୍ମିତା, ଆଜି ବି ସ୍ବପ୍ନ ଅଛି ଡାକ୍ତର ହେବେ

ଦାରିଙ୍ଗବାଡି: ଡାକ୍ତରୀ ପାଠ ପଢି ନିଜ ଅଞ୍ଚଳ ରୋଗୀଙ୍କ ସେବା କରିବାକୁ ଇଚ୍ଛା ରଖିଛନ୍ତି କନ୍ଧମାଳ ଜିଲା ଦାରିଙ୍ଗବାଡି ଗୌଡ଼ ସାହିର ଛାତ୍ରୀ ସୁସ୍ମିତା ଗୌଡ଼। ତେବେ ଜାନୁଆରୀ ପହିଲାରେ ରାସ୍ତା ଦୁର୍ଘଟଣାରେ ସେ ଗୁରୁତର ହୋଇଥିଲେ। ତାଙ୍କ ଗୋଡ଼ର ଏକାଧିକ ହାଡ଼ ଭାଙ୍ଗି ଚୁରମାର ହୋଇଥିଲା। ବ୍ରହ୍ମପୁର ବଡ଼ ମେଡିକାଲରେ ବହୁଦିନ ଚିକିତ୍ସା ପରେ ସେ ଘରକୁ ଫେରିଥିଲେ। ହେଲେ ଏବେ ମଧ୍ୟ ତାଙ୍କ ଗୋଡ଼ର ଏକାଧିକ ଅପରେଶନ ବାକି ରହିଛି। ଏହି ଅପରେଶନ ସରକାରୀ ସହାୟତାରେ ହେଉଥିଲା ବେଳେ ବାହାରୁ ଆବଶ୍ୟକ ଔଷଧ, ଇଞ୍ଜେକ୍ସନ କିଣିବା ପାଇଁ ସୁସ୍ମିତାଙ୍କ ମା’ଶଶୀଙ୍କ ନିକଟରେ ସାମର୍ଥ୍ୟ ନାହିଁ। ଏବେ ସୁସ୍ମିତାଙ୍କୁ ଅପରେଶନ ପାଇଁ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ପରୀକ୍ଷାନିରୀକ୍ଷା ଚାଲିଛି ଅପରେଶନ ପାଇଁ ଡାକ୍ତର ପ୍ରସ୍ତୁତ ହେଉଥିବା ନେଇ ଗତ ସେପ୍ଟେମ୍ବର ୨୪ରେ ଧରିତ୍ରୀରେ ଖବର ପ୍ରକାଶିତ ହୋଇଥଥିଲା। ୨୫ରେ ଜିଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଶରତ ଶବର ଓ ଡାକ୍ତର ଟିମ ଯାଇ ସୁସ୍ମିତାଙ୍କ ଘରେ ପହଞ୍ଚି ତଦନ୍ତ କରି ଜିଲା ପ୍ରଶାସନକୁ ଜଣାଇଥିଲେ। ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ ସୁସ୍ମିତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦ ହଜାର ସହାୟତା ରାଶି ପ୍ରଦାନ କରାଯାଇଥଥିଲା। ମାତ୍ର ୨୦ ହଜାରରେ ତାଙ୍କ ଅପରେଶନ କିଭଳି ସମ୍ଭବ ସେ ନେଇ ସୁସ୍ମିତାଙ୍କ ମା’ଶଶୀ ଚିନ୍ତିତ ଥିବା କହିଛନ୍ତି। ଜିଲାପ୍ରଶାସନ ସୁସ୍ମିତାଙ୍କ ଅପରେଶନ ପାଇଁ ଆବଶ୍ୟକ ଅର୍ଥ ଯାଗାଇଦେଲେ ସେ ଉତ୍ତମ ଚିକିତ୍ସା ପାଇବା ସହ ଶୀଘ୍ର ସୁସ୍ଥ ହୋଇପାରିବେ ଓ ପାଠ ପଢି ଡାକ୍ତର ହେବେ ବୋଲି ସୁସ୍ମିତା ଆଶା ରଖିଛନ୍ତି।

  • Related Posts

    ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

    ଢାକା ବାଂଲାଦେଶରେ ଶେଖ ହାସିନାଙ୍କ ଶାସନର ପତନର ଗୋଟିଏ ବର୍ଷ ପୂରଣ ଅଗଷ୍ଟ ୮ରେ ହେବାକୁ ଯାଉଛି। ଏହି ଅବସରରେ, ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଦେଶକୁ ସମ୍ବୋଧିତ କରିଛନ୍ତି। ନିଜ ଅଭିଭାଷଣରେ, ସେ ଘୋଷଣା କରିଛନ୍ତି ଯେ, ଦେଶର…

    ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

    ଉତ୍ତରକାଶୀ: ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ଭୂସ୍ଖଳନରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବାଦଲଫଟା ବର୍ଷାରେ ଉତ୍ତରକାଶୀର ଧରାଲି ଗାଁ ସମ୍ପୂର୍ଣ୍ଣ ଭାସିଯାଇଛି । କ୍ଷୀର ଗଙ୍ଗା ନଦୀର ଉପର ଭାଗରେ ବାଦଲଫଟା ବର୍ଷା ପରେ ପାହାଡରୁ ମାଟି…

    Leave a Reply

    Your email address will not be published. Required fields are marked *

    You Missed

    ଶିକ୍ଷା ବିଭା ୧୫ ହଜାର ଲାଞ୍ଚ ନେବାବେଳେ କିରାଣିଙ୍କୁ ଧରିଛି ଭିଜିଲାନସ୍

    ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

    ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକଙ୍କ ପରଲୋକ

    ଓଡିଶା ହେବ ଗ୍ଲୋବାଲ୍ ସ୍କିଲ୍ ହବ୍