ଆସିଲା କନେଷ୍ଟବଲଙ୍କ ମୃତ୍ୟୁ ପୂର୍ବରୁ ଏକ ଭିଡିଓ

ନୂଆପଡ଼ା: ନୂଆପଡାରେ ମହିଳା କନେଷ୍ଟବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା। ମୃତ୍ୟୁ ପୂର୍ବରୁ ଏକ ଭିଡିଓ ଆସିଲା ସାମ୍ନାକୁ। ସ୍ୱାମୀ ଓ ଶାଶୁ ଙ୍କ ନିର୍ୟାତନା ସହି ହେଉନି ଯାହାପାଇଁ ଆତ୍ମହତ୍ୟା କରୁଛି। ମୋର ମୃତ୍ୟୁ ପାଇଁ ସ୍ୱାମୀ ଚୂଡ଼ାମଣି ଶବର ଓ ଶାଶୁ ମାଳତୀ ଶବର ଦାୟୀ ବୋଲି କହିଛନ୍ତି।

ମୃତକ ନୂଆପଡା ର ରୁକ୍ମଣୀ ନାଗ। ୨୦୧୫ ରେ ପୋଲିସ ବିଭାଗରେ ଚାକିରୀ ଆରମ୍ଭ କରିଥିବା ବେଳେ କୋମନା ଥାନା ଭେଳା ଗ୍ରାମର ପୋଲିସ କର୍ମଚାରୀ ଚୂଡ଼ାମଣିଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କର ଏକ ଛଅ ମାସର ଶିଶୁ ମଧ୍ୟ ଅଛି। ପୂର୍ବରୁ କୁଆଡେ ଶାଶୁଙ୍କ କଥାରେ ପଡି ତାଙ୍କ ସ୍ୱାମୀ ଅନେକ ନିର୍ୟାତନା ଦେଉଥିଲେ। ଯାହାପାଇଁ ଦୁଇ ଜଣଙ୍କ ଭିତରେ ସବୁବେଳେ କଲି କଜିଆ ଲାଗି ରହୁଥିଲା। ପୁଅର ଯତ୍ନ ନେବାକୁ ବଡ଼ ଭଉଣୀ ତରୁଲତାକୁ ଭିଡିଓରେ ଅନୁରୋଧ କରିଥିବା ବେଳେ ତାକୁ ପାଠ ପଢାଇ ବଡ଼ ମଣିଷ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି। ଘଟଣା କୁ ଗୁରୁତର ସହ ନେଇଁ ନୂଆପଡା ଏସପି ଜି ଆର ରାଘବେନ୍ଦ୍ର ତଦନ୍ତ କରିବା ସହ ମୃତ କନେଷ୍ଟବଳଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖା ଯାଇଥିବା ସୂଚନା ମିଳିଛି।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ