ଇଂଲଣ୍ଡ ୬୬୯ ରନରେ ଅଲଆଉଟ୍‌, ଲିଡ୍‌ ୩୧୧

ମାଞ୍ଚେଷ୍ଟର ଟେଷ୍ଟରେ ସମସ୍ତଙ୍କୁ ନିରାଶ କରିଛନ୍ତି ଭାରତୀୟ ବୋଲର। ତୃତୀୟ ଦିନ ଭଳି ୪ର୍ଥ ଦିବସର ପ୍ରଥମ ଦେଢ଼ ଘଣ୍ଟା ଭାରତୀୟ ବୋଲରଙ୍କୁ କଡ଼ା ପ୍ରହାର କରିବା ପରେ ଇଂଲଣ୍ଡ ପ୍ରଥମ ଇନିଂସରେ ଅଲଆଉଟ ହୋଇ ଯାଇଛି।

ତୃତୀୟ ଦିନରେ ଜୋ ରୁଟ ୧୫୦ ରନର ଇନିଂସ ଖେଳିଥିବା ବେଳେ ଆଜି ଅଧିନାୟକ ବେନ ଷ୍ଟୋକ୍ସଙ୍କ ବ୍ୟାଟରୁ ବାହାରିଛି ଶତକ। ଷ୍ଟୋକ୍ସଙ୍କ ଶତକ ସହ ଇଂଲଣ୍ଡ ଏବେ ମଜବୁତ ସ୍ଥିତିରେ ପହଞ୍ଚି ଯାଇଛି। ଭାରତର ପ୍ରଥମ ଇନିଂସ ସ୍କୋର ୩୫୮ ରନର ଜବାବରେ ଇଂଲଣ୍ଡ ୩୧୧ ରନର ବିଶାଳ ଲିଡ ହାସଲ କରି ନେଇଛି। ଇଂଲଣ୍ଡ ତା’ର ପ୍ରଥମ ଇନିଂସରେ ସମସ୍ତ ୱିକେଟ ହରାଇ ୬୬୯ ରନ କରି ନେଇଛି।ଭାରତୀୟ ବୋଲର ଓ ଫିଲ୍ଡରଙ୍କୁ ୧୫୦ରୁ ଅଧିକ ଓଭର ପଡ଼ିଆରେ କାଟିବାକୁ ଇଂଲଣ୍ଡ ବାଧ୍ୟ କରିଛି। ଦ୍ୱିତୀୟ ଦିନରେ ଇଂଲଣ୍ଡର ଦୁଇ ଓପନର ବେନ ଡକେଟ(୯୪) ଓ ଜ୍ୟାକ କ୍ରଉଲୀ (୮୪) ଭାରତୀୟ ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ। ତୃତୀୟ ଦିନରେ ଜୋ ରୁଟ(୧୫୦), ଓଲି ପପୋ(୭୧) ଓ ବେନ ଷ୍ଟୋକ୍ସ(୭୭*) ନିରାଶ କରିଥିଲେ। ୪ର୍ଥ ଦିନରେ ବେନ ଷ୍ଟୋକ୍ସ ଓ ଇଂଲଣ୍ଡର ଟେଲେଣ୍ତର ଭାରତୀୟ ବୋଲରଙ୍କ ଝାଳ ବାହାର କରି ଦେଇଛନ୍ତି।

ମାଞ୍ଚେଷ୍ଟର ଟେଷ୍ଟର ଆଜି ହେଉଛି ୪ର୍ଥ ଦିନ। ଇଂଲଣ୍ଡ ୪ର୍ଥ ଦିନର ପ୍ରଥମ ଦେଢ଼ ଘଣ୍ଟା ବ୍ୟାଟିଂ କରିବା ପରେ ଅଲଆଉଟ ହୋଇ ଯାଇଛି। ଦେଢ଼ ଘଣ୍ଟା ଇଂଲଣ୍ଡ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲା। ଗତକାଲି ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୭ ୱିକେଟ ହରାଇ ୫୪୪ ରନ କରିଥିଲା। ଏବେ ଦଳ ୬୬୯ ରନ କରିବା ପରେ ଅଲଆଉଟ ହୋଇଛି। ସେହିପରି ଲିଡକୁ ୧୮୬ରୁ ୩୧୧ରେ ପହଞ୍ଚାଇ ଦେଇଛି।

ଭାରତକୁ ଏବେ ମ୍ୟାଚ ବଞ୍ଚାଇବାକୁ ପୂରା ଦୁଇ ଦିନ ବ୍ୟାଟିଂ କରିବ। ଇଂଲିଶ କଣ୍ଡିସନରେ ଭାରତୀୟ ବ୍ୟାଟର ଏତେ ସମୟ ବ୍ୟାଟିଂ କରି ପାରୁଛନ୍ତି କି ନାହିଁ, ତା’ ମଧ୍ୟ ବଡ଼ ପ୍ରଶ୍ନବାଚୀ ହୋଇ ଛିଡ଼ା ହୋଇଛି।

ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୧୮୬ ରନର ଲିଡ ହାସଲ କରି ନେଇଥିଲା। ଗତକାଲିର ଦୁଇ ଅପରାଜି ବ୍ୟାଟର ଲିଆମ ଡାୱସନ ଓ ବେନ ଷ୍ଟୋକ୍ସ ଆଜି ଇଂଲଣ୍ଡର ରନର ଗତିକୁ ଆଗକୁ ବଢ଼ାଇଥିଲେ। ତେବେ ୨୬ ରନ କରିଥିବା ଡାୱସନଙ୍କୁ ବୋଲ୍ଡ କରି ଯଶପ୍ରୀତ ବୁମ୍ରା ଆଜି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ଷ୍ଟୋକ୍ସଙ୍କ ସହ ବ୍ରାୟଡନ କାର୍ସ ଯୋଗ ଦେଇଥିଲେ।

ଉଭୟ ବେଶ ସତର୍କତାର ସହ ବ୍ୟାଟିଂ କରିବା ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଷ୍ଟୋକ୍ସ ମଧ୍ୟ ନିଜ ଶତକ ଅଭିମୁଖେ ଯାଇଥିଲେ। ଶେଷରେ ସେ ମହମ୍ମଦ ସିରାଜଙ୍କ ବଲରେ ଚୌକା ମାରି ନିଜ ଟେଷ୍ଟ କ୍ୟାରିୟରର ୧୪ତମ ଶତକ ହାସଲ କରିଥିଲେ। ମାଞ୍ଚେଷ୍ଟର ଟେଷ୍ଟର ପ୍ରଥମ ଇନିଂସରେ ଷ୍ଟୋକ୍ସ ୫ ୱିକେଟ ବି ନେଇଥିଲେ। ଗୋଟିଏ ଟେଷ୍ଟରେଳ ଶତକ ସହ ୫ ୱିକେଟ ନେବା ବିରଳ କ୍ଲବରେ ଷ୍ଟୋକ୍ସ ନିଜକୁ ସାମିଲ କରିପାରିଛନ୍ତି।

ଷ୍ଟୋକ୍ସଙ୍କ ଶତକ ବେଳେ ଇଂଲଣ୍ଡର ସ୍କୋର ୫୯୩ ରନ ଥିଲା। ଏହାପରେ କାର୍ସ ଓ ଷ୍ଟୋକ୍ସ ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ବିଶେଷ କରି ୱାଶିଂଟନ ସୁନ୍ଦରଙ୍କୁ ଷ୍ଟୋକ୍ସ ଛକା ଓ ଚୌକା ମାରିଥିଲେ। ଏଥିସହ ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗକୁ ନେଇଥିଲେ। ତାଙ୍କ ପ୍ରହାରରୁ ରବୀନ୍ଦ୍ର ଜାଡେଜା ମଧ୍ୟ ବର୍ତ୍ତି ପାରି ନଥିଲେ। କିନ୍ତୁ ସେହି ଜାଡେଜା ୧୪୧ ରନ କରିଥିବା ଷ୍ଟୋକ୍ସଙ୍କୁ ଆଉଟ କରିଥିଲେ। ଷ୍ଟୋକ୍ସ ତାଙ୍କ ଇନିଂସରେ ୧୧ଟି ଚୌକା ଓ ୩ଟି ଛକା ମାରିଛନ୍ତି।

ଷ୍ଟୋକ୍ସ ଆଉଟ ହେବା ପରେ କାର୍ସ ମଧ୍ୟ ନିଜ ଶକ୍ତିର ପରିଚୟ ଦେଇ ବଡ଼ବଡ଼ ଶଟ ଖେଳିଥିଲେ। ତାଙ୍କୁ ଶେଷ ବ୍ୟାଟର ଭାବେ ଜୋଫ୍ରା ଆର୍ଚର ସାଥ ଦେଇଥିଲେ। ଉଭୟ ଦଳୀୟ ସ୍କୋରକୁ ୬୫୮ରୁ ୬୬୯ ରନରେ ପହଞ୍ଚାଇ ଦେଇଥିଲେ। ଏତିକି ବେଳେ ୪୭ ରନ କରିଥିବା କାର୍ସଙ୍କୁ ଆଉଟ କରି ଜାଡେଜା ଇଂଲଣ୍ଡ ଇନଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ଏବେ ଭାରତକୁ ୩୧୧ ରନର ଲିଡକୁ ସୁଝିବା ସହ ଇଂଲଣ୍ଡ ଆଗରେ ବିଜୟ ଲକ୍ଷ୍ୟକୁ ସେଟ କରିବାକୁ ପଡ଼ିବ। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ବୁମ୍ରା ଓ ୱାଶିଂଟନ ସୁନ୍ଦର ୨ଟି ଲେଖାଏ ସଫଳତା ନେଇଛନ୍ତି। ସେହିପରି ମହମ୍ମଦ ସିରାଜ ଓ ଡେବ୍ୟୁଟାଣ୍ଟ ଅଂଶୁଲ କମ୍ବୋଜଙ୍କ ଖାତାକୁ ଗୋଟିଏ ଲେଖାଏ ସଫଳତା ଯାଇଛି।

  • Garvita Odia

    Related Posts

    ୪ର୍ଥ ଟେଷ୍ଟ: ଭାରତ ୨ୟ ପାଳିରେ ୧୭୪/୨

    ନୂଆଦିଲ୍ଲୀ: ମଞ୍ଚେଷ୍ଟରରେ ଚାଲିଥିବା ୪ର୍ଥ ଟେଷ୍ଟ ମ୍ୟାଚରେ ଭାରତ ୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ୨ ଉଇକେଟ ହରାଇ ୧୭୪ ରନ ସଂଗ୍ରହ କରିଛି। କେ.ଏଲ. ରାହୁଲ ୮୭ ଏବଂ ଅଧିନାୟକ ଶୁବମନ ଗିଲ୍‌ ୭୮ ରନ କରି ଅପରାଜିତ…

    ଚତୁର୍ଥ ଟେଷ୍ଟ: ଯଶସ୍ୱୀ, ସୁଦର୍ଶନଙ୍କ ଅର୍ଦ୍ଧଶତକ; ଭାରତ ୪/୨୬୪

    ମାଞ୍ଚେଷ୍ଟର: ବୁଧବାରଠାରୁ ଓଲ୍‌ଡ ଟ୍ରାପୋର୍ଡରେ ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫି ଶୃଙ୍ଖଳାର ଚତୁର୍ଥ ଟେଷ୍ଟ ଆରମ୍ଭ ହୋଇଛି । ପୂରା ଶୃଙ୍ଖଳା ପରି ଏହି ମ୍ୟାଚ୍ ରେ ପ୍ରଥମ ଦିନ ବେଶ୍ ସଂଘର୍ଷପୂର୍ଣ ମୁକାବିଲା ଦେଖୁବାକୁ ମିଳିଛି। ଉଭୟ ଦଳ ପ୍ରଥମ ଦିନରେ ସମ୍ମାନ…

    Leave a Reply

    Your email address will not be published. Required fields are marked *

    You Missed

    ଘୋଷଣା କଲେ ଟ୍ରମ୍ପ: ଯୁଦ୍ଧ ବିରତି ପାଇଁ ଥାଇଲାଣ୍ଡ ଓ କାମ୍ୱୋଡିଆ ରାଜି

    ଘୋଷଣା କଲେ  ଟ୍ରମ୍ପ: ଯୁଦ୍ଧ ବିରତି ପାଇଁ  ଥାଇଲାଣ୍ଡ ଓ କାମ୍ୱୋଡିଆ ରାଜି

    ହୀରାକୁଦ : ୨୦ ଫାଟକରୁ ବନ୍ୟାଜଳ ନିଷ୍କାସନ ଜାରି

    ହୀରାକୁଦ : ୨୦ ଫାଟକରୁ ବନ୍ୟାଜଳ ନିଷ୍କାସନ ଜାରି

    ଓଡ଼ିଶାରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ: ପ୍ରମିଳା

    ଓଡ଼ିଶାରେ  ଲାଗୁ ହେଉ ରାଷ୍ଟ୍ରପତି ଶାସନ: ପ୍ରମିଳା

    ଆଜିଠୁ କମିବ ବର୍ଷା

    ଆଜିଠୁ କମିବ ବର୍ଷା

    ଓଏମପିରୁ କନ୍ଦରପୁର ଏଲିଭେଟେଡ କରିଡର

    ଓଏମପିରୁ କନ୍ଦରପୁର ଏଲିଭେଟେଡ କରିଡର

    ଅଗଷ୍ଟ ୯ ତାରିଖ ଦିନ ୧କୋଟି ୨ଲକ୍ଷ ୪୦ ହଜାର ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି

    ଅଗଷ୍ଟ ୯ ତାରିଖ ଦିନ ୧କୋଟି ୨ଲକ୍ଷ ୪୦ ହଜାର ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି