ଇଣ୍ଡକସନରେ ଖାଦ୍ୟ ବନାଇବା ପୂର୍ବରୁ ଏହି କଥା ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ

ଅଧିକାଂଶ ଲୋକ ଏବେ ଇଣ୍ଡକସନ ବ୍ୟବହାର କରୁଛନ୍ତି। ଏହାସାହାଯ୍ୟରେ ଖାଦ୍ୟ ବନାଇବା ବହୁତ ସହଜ ହେବା ସହିତ ଆରାମଦାୟକ ମଧ୍ୟ। ଇଣ୍ଡକସନରେ ଫ୍ଲେମଲେସ୍‌ କୁକିଙ୍ଗ୍‌ ହୋଇଥାଏ। ଏମିତିରେ ଗ୍ୟାସ୍‌ ଏବଂ ହିଟର ତୁଳନାରେ ଏହା ଅଧିକ ନିରାପଦ ହୋଇଥାଏ। ଗରମ ଦିନରେ ଏହାର ଅନେକ ଗୁଣା ଫାଇଦା ରହିଛି କାହିଁକିନା ଆପଣ ପଙ୍ଖା ଅନ୍‌ କରି ମଧ୍ୟ ଖାଦ୍ୟ ରାନ୍ଧି ପାରିବେ। ଏହା ଅନ୍ୟ ଇଲେକଟ୍ରିକ୍‌ ଜିନିଷ ଭଳି ହୋଇଥାଏ। ଯଦି ଠିକ୍‌ ଭାବେ ହିଁ ହୋଇଥାଏ। ଯଦି ଠିକ୍‌ ଭାବେ ଏହାର ବ୍ୟବହାର ନ କରିବେ ତାହେଲେ ଜଲଦି ଖରାପ ହୋଇଯିବ। ତାହେଲେ ଆସନ୍ତୁ ଜାଣିବା ଇଣ୍ଡକସନରେ କୁକିଙ୍ଗ୍‌ କରିବା ସମୟରେ କେଉଁ କେଉଁ କଥା ଉପରେ ଧ୍ୟାନ ରଖିବା ଉଚିତ।

ବାସନ
ଇଣ୍ଡକସନ୍‌ ଅନୁସାରେ ବାସନ୍‌ ବାଛିବା ଜରୁରୀ। ମହିଳାମାନେ ଅନେକ ଥର ପୁରୁଣା ରଖିଥିବା ଆଲୁମିନିୟମ୍‌ କିମ୍ବା ଅନ୍ୟ ଏମିତି ଜିନିଷର ବ୍ୟବହାର କରିଦିଅନ୍ତି, କିନ୍ତୁ ଇଣ୍ଡକସନ୍‌ କୁକଟପ୍‌ ପାଇଁ ଏହି ବାସନ ନୁହେଁ। ପ୍ରଥମରେ ଏହି ବାସନରେ କୌଣସି ଫରକ ପଡେନି କିନ୍ତୁ ପରେ ଏହା ବହୁତ ଜଲଦି ଖରାପ ହୋଇଯାଇଥାଏ।

ପ୍ରତିଦିନ କରନ୍ତୁ ସଫା ସୁତୁରା
ଯଦି ଆପଣ ଇଣ୍ଡକସନ୍‌ ଖରାପ ହେବା ଭୟରେ ସଫା କରୁନାହାଁନ୍ତି ତାହେଲେ ଆପଣ ଭୁଲ କରୁଛନ୍ତି। ଯେଉଁଭଳି ଭାବେ ଗାସ ଚୁଲାକୁ ସଫା କରାଯାଏ ଠିକ ସେହିଭଳି ଇଣ୍ଡକସନକୁ ସଫା ରଖିବା ଜରୁରୀ। ଯଦି ଆପଣ ପ୍ରତିଦିନ ଏହାକୁ କପଡାରେ ସଫା କରୁଛନ୍ତି ତାହେଲେ ଏହାକୁ ସଫା କରିବା ପାଇଁ କୌଣସି କ୍ଲିଞ୍ଜରର ଆବଶ୍ୟକ ପଡିବନାହିଁ। ପ୍ରତିଦି ଏହାକୁ ଓଦା କପୁଡାରେ ସଫା କରନ୍ତୁ।

ବ୍ଲୋଅର କ୍ଲିନିଙ୍ଗ
ଇଣ୍ଡକସନ୍‌ ପଛରେ ଏକ ବ୍ଲୋଅର ରହିଥାଏ। ଯାହାକୁ ପ୍ରତିଦିନ ସଫା କରିବା ଉଚିତ। ଏଥିପାଇଁ ଆପଣ ପୁରୁଣା ଟୁଥବ୍ରସର ସାହାରା ନେଇପାରିବେ। ଏହାକୁ ଡ୍ରାଏ କ୍ଲିନ୍‌ କରିବା ଉଚିତ। କେବଳ ସୁଖିଲା ବ୍ରସରେ ଏହାକୁ ରଗଡନ୍ତୁ।

  • Related Posts

    ଗାଧୋଉଛନ୍ତି କି ରାତିରେ? ଜାଣନ୍ତୁ ଏହାଦ୍ୱାରା ମିଳେ ଜବରଦସ୍ତ ଫାଇଦା

    ପ୍ରାତଃ ସ୍ନାନ ଶରୀର ପାଇଁ ହିତକର ହୋଇଥାଏ ବୋଲି ଆମେ ସମସ୍ତେ ଜାଣିଛେ। କିନ୍ତୁ ଆପଣ ଜାଣନ୍ତି କି ରାତିରେ ଶୋଇବା ପୂର୍ବରୁ ସ୍ନାନ କରିବା ଦ୍ୱାରା କେଉଁ ସବୁ ଫାଇଦା ମିଳିଥାଏ। ତେବେ ଆସନ୍ତୁ ଜାଣିବା ସେ ବିଷୟରେ। ରାତିରେ…

    Continue reading
    ଭାରତରେ ହୋମିଓପାଥି ଚିକିତ୍ସା

    ୧୦ ଏପ୍ରିଲ, ଭୁବନେଶ୍ୱର: ଆଜି ବିଶ୍ୱ ହୋମିଓପାଥି ଦିବସ ପାଳନ କରାଯାଉଛି। ହୋମିଓପାଥିର ପ୍ରତିଷ୍ଠାତା ଡକ୍ଟର ହାନିମାନଙ୍କ ଜନ୍ମବାର୍ଷିକୀକୁ ମନେ ପକାଇବା ପାଇଁ ଏହି ଦିବସ ପାଳନ କରାଯାଉଛି। ବିଶ୍ୱ ହୋମିଓପାଥି ଦିବସ ୨୦୨୬ ର ବିଷୟବସ୍ତୁ ହେଉଛି ସ୍ଥାୟୀ ସ୍ୱାସ୍ଥ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ