
ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଆଜି ପାକିସ୍ତାନରେ ଶାନ୍ତି ଆଲୋଚନା ହେବ । ଇସଲାମାବାଦରେ ହେବାକୁ ଥିବା ଏହି ବୈଠକରେ ଦୁଇ ଦେଶ ସେମାନଙ୍କ ମୁଦ୍ଦା ଉଠାଇବେ । ଏହି ବୈଠକ ଉପରେ ବିଶ୍ୱର ନଜର ରହିଛି । ଏହି ଶାନ୍ତି ବାର୍ତ୍ତା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଇରାନକୁ ଧମକ ଦେଇଛନ୍ତି । ଟ୍ରମ୍ପ ଦାବି କହିଛନ୍ତି ଇରାନକୁ ଯେମିତି ହେଲେ ବି ହୋର୍ମୁଜ ଖୋଲିବାକୁ ହେବ । ଡିଲ୍ ହେଉ କି ନ ହେଉ ହୋର୍ମୁଜ ପ୍ରଣାଳୀ ଖୋଲିବ ହିଁ ଖୋଲିବ ।
ଇସାଲାମାବାଦରେ ଇରାନ ସହିତ ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ପୁନର୍ବାର କହିଛନ୍ତି ଯେ, ସମସ୍ତ ପରିସ୍ଥିତିରେ ହୋର୍ମୁଜ୍ ପ୍ରଣାଳୀ ଖୋଲାଯିବ। ଇରାନ ସହିତ ଏକ ଚୁକ୍ତି ହେଉ କି ନ ହେଉ, ଏହି ଉପସାଗରୀୟ ପଥ ଖୋଲା ରହିବ । ଇରାନ ପାଖରେ କୌଣସି ବିକଳ୍ପ ନାହିଁ । ହୋର୍ମୁଜ ପ୍ରଣାଳୀ ଖୋଲିବାକୁ ପଡିବ । ଇରାନ ହୋର୍ମୁ ପ୍ରଣାଳୀରେ ଅନ୍ତର୍ଜାତୀୟ ଜଳପଥ ନିୟନ୍ତ୍ରଣ କରି ବିଶ୍ୱରୁ ଟଙ୍କା ଆଦାୟ କରୁଛି । ଇରାନୀମାନେ ହୁଏତ ଅନୁଭହ କରିନାହାନ୍ତି ଯେ, ଅନ୍ତର୍ଜାତୀୟ ଜଳପଥ ବ୍ୟବହାର କରି ବିଶ୍ୱକୁ ଧମକ ଦେବା ବ୍ୟତୀୟ ସେମାନଙ୍କ ପାଖରେ ଆଉ କୌଣସି କାର୍ଡ ନାହି । ଯଦି ସେମାନେ ଜୀବିତ ଅଛନ୍ତି ତେବେ କେବଳ ଆଲୋଚନା କରିବକୁ । ଟ୍ରମ୍ପ ଏହାକୁ ହାସଲ କରିବା ପାଇଁ ସାମରିକ କାର୍ୟ୍ୟାନୁଷ୍ଠାନକୁ ମଧ୍ୟ ଧମକ ଦେଇଛନ୍ତି ।
ଶାନ୍ତି ଆଲୋନଚା ଫେଲ୍ ହେଲେ ପୁଣି ଯୁଦ୍ଧ – ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଶାନ୍ତି ଆଲୋନଚା ପାଇଁ ଇସଲାମାବାଦରେ ପହଞ୍ଚିଛନ୍ତି । ନ୍ୟୁୟର୍କ ପୋଷ୍ଟ ସହିତ ଏକ ସାକ୍ଷାତକାରରେ ଟ୍ରମ୍ପ ଇସାରା ଦେଇଛନ୍ତି ଯେ, ଏହି ଆଲୋଚନା ବିଫଳ ହୁଏ, ତେବେ ଇରାନ ଉପରେ ଆକ୍ରମଣ ପୁଣି ଥରେ ଆରମ୍ଭ ହୋଇପାରେ । ଆମେରିକା ଯୁଦ୍ଧଜାହଜଗୁଡିକ ସର୍ବୋତ୍ତମ ଗୋଳାବାରୁଦରେ ସଜ୍ଜିତ ଏବଂ ଆକ୍ରମଣ ପାଇଁ ପ୍ରସ୍ତୁତ । ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି ଯେ, ଇରାନ ରାଜି ହେଉ କି ନ ହେଉ, ୱାସିଂଟନ ଖୁବଶୀଘ୍ର ହୋର୍ମୁଜ ପ୍ରଣାଳୀ ପୁଣି ଖୋଲିବ । ଏହା ସହଜ ହେବ ନାହିଁ, ମୁଁ କେବଳ ଏତିକି କହିବି ଯେ ଆମେ ଏହାକୁ ଶୀଘ୍ର ଖୋଲିବୁ ।”
ଟ୍ରମ୍ପ ଆହୁରି କହିଛନ୍ତି, ଆମେ ଏପରି ଲୋକଙ୍କ ସହ କାର୍ୟ୍ୟ କରିବାକୁ ଚାହୁଁଛୁ ଯେଉଁମାନେ, ସତ କହୁଛନ୍ତି କି ନାହିଁ ଆମେ ଜାଣିନାହୁଁ । ସେମାନେ ଆମକୁ କହୁଛନ୍ତି ଯେ, ସେମାନେ ପରମାଣୁ ଅସ୍ତ୍ରଶସ୍ତ୍ର ସମାପ୍ତ କରୁଛନ୍ତି, ତା ପରେ ସେମାନେ ପ୍ରେସକୁ ଯାଇ କହୁଛନ୍ତି ଯେ ସେମାନେ ୟୁରାନିୟମକୁ ସମୃଦ୍ଧ କରିବାକୁ ଚାହୁଁଛନ୍ତି । ଇରାନର ଲୋକମାନେ ଯୁଦ୍ଧ କରିବା ଅପେକ୍ଷା ମିଛ ଖବର ଗଣମାଧ୍ୟମ ଏବଂ ଜନସମ୍ପର୍କ ପରିଚାଳନା କରିବାରେ ଭଲ ।




