ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ
• ଜାତୀୟ ଶିକ୍ଷା ନୀତି ଆମକୁ ଆମର ମୂଳ ଜ୍ଞାନ ଓ ଭାଷା ସହିତ ଯୋଡ଼ୁଛି
• ସ୍ୱାଭିମାନୀ ଓ ବିକଶିତ ରାଷ୍ଟ୍ର ଗଠନ ଦିଗରେ ଭାରତ ଅଗ୍ରସର
• ‘ବିଦ୍ୟାର୍ଥୀ ବିଜ୍ଞାନ ମନ୍ଥନ ୨୦୨୬-୨୭’ ର ୱେବସାଇଟ୍ ଏବଂ ପୁସ୍ତିକା ଉନ୍ମୋଚିତ
• ‘ଉଜ୍ଜୟିନୀ ସାଇନ୍ସ ସେଣ୍ଟର’ ର ଲୋକାର୍ପଣ କଲେ
• ଶ୍ରୀ ଅଙ୍ଗାରେଶ୍ୱର ମହାଦେବ ମନ୍ଦିରରେ ଦର୍ଶନ କରିବା ସହ ଗୋ-ସେବା କଲେ କେନ୍ଦ୍ରମନ୍ତ୍ରୀ
ଉଜ୍ଜୟିନୀ/ମଧ୍ୟପ୍ରଦେଶ, ୩ ଏପ୍ରିଲ ୨୦୨୬ – ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର, ଯେଉଁଠାରେ ବିଜ୍ଞାନ ଓ ଆଧ୍ୟାତ୍ମିକତାର ଅଦ୍ଭୁତ ସମନ୍ୱୟ ଦେଖିବାକୁ ମିଳେ ବୋଲି ଆଜି ବାବା ମହାକାଳଙ୍କ ପବିତ୍ର ନଗରୀ ଉଜ୍ଜୟିନୀ (ଅବନ୍ତୀକା)ରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁରେଶ ସୋନୀଙ୍କ ସହ ମିଳିତ ଭାବେ ‘ମହାକାଳ: ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ‘ବିଦ୍ୟାର୍ଥୀ ବିଜ୍ଞାନ ମନ୍ଥନ ୨୦୨୬-୨୭’ ର ୱେବସାଇଟ୍ ଏବଂ ପୁସ୍ତିକା ଉନ୍ମୋଚନ କରିଛନ୍ତି । ସେ କହିଛନ୍ତି ଯେ,ଉଜ୍ଜୟିନୀ କେବଳ ଏକ ସ୍ଥାନ ନୁହେଁ, ବରଂ ଏହା ସମୟ ଗଣନାର ଏକ ପ୍ରମୁଖ କେନ୍ଦ୍ର । ଉଜ୍ଜୟିନୀକୁ ପୁନର୍ବାର ‘ଗ୍ଲୋବାଲ୍ ମେରିଡିଆନ୍’ ବା ବିଶ୍ୱ ସମୟ ନିର୍ଦ୍ଧାରଣର ମାନକ ଭାବେ ପ୍ରତିଷ୍ଠା କରିବା ପାଇଁ ଚାଲିଥିବା ପ୍ରୟାସ ଆମର ପ୍ରାଚୀନ ବିଜ୍ଞାନକୁ ଆଧୁନିକ ଯୁଗ ସହ ଯୋଡ଼ିବ । ଅପରପକ୍ଷରେ ଜାତୀୟ ଶିକ୍ଷା ନୀତି -୨୦୨୦ ମାଧ୍ୟମରେ ଭାରତ ଆଜି ଟି.ବି ମାକାଉଲେଙ୍କ ପରାଧୀନ ଶିକ୍ଷା ମାନସିକତାରୁ ବାହାରି ନିଜର ମୂଳ ଜ୍ଞାନ ଓ ଭାଷା ସହିତ ଯୋଡ଼ି ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଏକ ସ୍ୱାଭିମାନୀ ଓ ବିକଶିତ ରାଷ୍ଟ୍ର ଗଠନ ଦିଗରେ ଆଗେଇ ଚାଲିଛି ବୋଲି ସେ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଯୁବପିଢ଼ିଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ବୃଦ୍ଧି କରିବା ଲକ୍ଷ୍ୟରେ ଏକ ‘ଉଜ୍ଜୟିନୀ ସାଇନ୍ସ ସେଣ୍ଟର’ ର ଲୋକାର୍ପଣ କରିଛନ୍ତି । ଏହି ବିଜ୍ଞାନ କେନ୍ଦ୍ର ଯୁବପିଢ଼ିଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା, ନୂତନ ଅନୁସନ୍ଧାନ ଏବଂ କିଛି ନୂଆ ଜାଣିବାର ଆଗ୍ରହ ବଢ଼ାଇବାରେ ଏକ ବଡ଼ ମାଧ୍ୟମ ହେବ । ଉଜ୍ଜୟିନୀର ଆଧ୍ୟାତ୍ମିକ ପରମ୍ପରା ସହ ଆଧୁନିକ ବିଜ୍ଞାନର ଏହି ମିଳନ ଯୁବପିଢ଼ିଙ୍କୁ ଜ୍ଞାନୀ ଏବଂ ସଂସ୍କାରୀ କରିବ ବୋଲି ସେ କହିଛନ୍ତି । ଗସ୍ତ କାଳରେ ଶ୍ରୀ ପ୍ରଧାନ ଶ୍ରୀ ଅଙ୍ଗାରେଶ୍ୱର ମହାଦେବ ମନ୍ଦିରରେ ଦର୍ଶନ କରିବା ସହ ଗୋ-ସେବା କରିଥିଲେ । ଗୋ-ସେବାକୁ ସେ ଭାରତୀୟ ସଂସ୍କୃତିର କରୁଣା ଓ ସଂବେଦନାର ଜୀବନ୍ତ ସ୍ୱରୂପ ବୋଲି ସେ ଅଭିହିତ କରିଛନ୍ତି ।

Related Posts

ଟୋଲ୍‌ ପ୍ଲାଜାରେ ସମ୍ପୂର୍ଣ୍ଣ ବନ୍ଦ ହେବ ଟଙ୍କା ସଂଗ୍ରହ

ନୂଆଦିଲ୍ଲୀ,03/04/2026: ଚଳିତ ମାସ ୧୦ରୁ ଦେଶର ୧୧୫୦ରୁ ଅଧିକ ‌ଟୋଲ୍‌ ପ୍ଲାଜାରେ ନଗଦ କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। କେବଳ ଡିଜିଟାଲ୍‌ ପେମେଣ୍ଟ୍‌ ଗ୍ରହଣ କରାଯିବ। ଜାତୀୟ ରାଜପଥରେ ଥିବା ସମସ୍ତ ଟୋଲ୍‌ ପ୍ଲାଜାରେ ନଗଦ କାରବାର ବନ୍ଦ କରିବାକୁ ସରକାର…

Continue reading
ବେଳାଭୂମିରେ ମଦ ବିକିପାରିବ ଓଟିଡିସି

ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ