ଉଦଯାପିତ ହେଲା :ଜାତୀୟ ଜନଜାତି ସଂସଦୀୟ କମିଟି ଅଧ୍ୟକ୍ଷ ସଦସ୍ୟ କର୍ମଶାଳା

ଭୁବନେଶ୍ବର:ଜାତୀୟ ଜନଜାତି ସଂସଦୀୟ କମିଟି ଅଧ୍ୟକ୍ଷ ସଦସ୍ୟଙ୍କ ଦୁଇ ଦିନିଆ କର୍ମଶାଳାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଛି। କର୍ମଶାଳାରେ ଲୋକସଭା ବାଚସ୍ପତି ଓମ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ, ରାଜ୍ୟପାଳ ହରି ବାବୁ କମ୍ଭମପଟି, ସଂସଦର ଜାତି ଓ ଜନଜାତି କମିଟି ଅଧ୍ୟକ୍ଷ ଫଗନ ସିଂ କୁଲସ୍ତି, ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ରାଜ୍ୟ ବିଧାନସଭା ଜାତି ଓ ଜନଜାତି ଗୃହ କମିଟି ଅଧ୍ୟକ୍ଷ ଭାସ୍କର ମଡ଼େଇ ଉପସ୍ଥିତ ଥିଲେ। ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ୧୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ।ସଂସଦ ଜାତି ଓ ଜନଜାତି କମିଟି ଅଧ୍ୟକ୍ଷ ଫଗନ ସିଂ କୁଲସ୍ତି କହିଛନ୍ତି ଗତକାଲି ୧୪ ରାଜ୍ୟର ଜାତି ଓ ଜନଜାତି ଗୃହ କମିଟି ଅଧ୍ୟକ୍ଷ ଓ ୮ ସଂସଦ ପ୍ରତିନିଧି ବିଭିନ୍ନ ବିଷୟରେ ମତ ବ୍ୟକ୍ତ କରିଥିଲେ। ଏ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହେବ। ସକାରାତ୍ମକ ଭାବେ ଏହାର ସମାଧାନର ବାଟ ବାହାର କରାଯିବ।୬ ରାଜ୍ୟରେ ଜାତି ଓ ଜନଜାତି ସମିତିର ଗଠନ ହୋଇ ନାହିଁ। ଏସବୁ ରାଜ୍ୟର ପ୍ରତିନିଧି ନିଜ ନିଜ ରାଜ୍ୟ ସରକାର ସହ ଆଲୋଚନା କରି କିଭଳି ଶୀଘ୍ର ଏହା ଗଠନ ହେବ ସେ ଦିଗରେ କାର୍ୟ୍ୟ କରନ୍ତୁ।ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ କହିଛନ୍ତି, କାଗଜ କଲମରେ ବହୁ ଯୋଜନା ହେଉଛି ହେଲେ ଏହାକୁ ଗ୍ରାଉଣ୍ଡରେ କାର୍ୟ୍ୟକାରୀ କରିବା ଆମ କର୍ତ୍ତବ୍ୟ। ଆମ ପାଇଁ ଚ୍ୟାଲେଞ୍ଜ ବଢିଛି। ଟେକ୍ନୋଲୋଜି ଓ ଗୁଡ୍ ଗଭର୍ଣ୍ଣାନ୍ସ ଯୋଗୁ ଦେଶ ବଦଳୁଛି। ଟେକ୍ନୋଲୋଜି ମାଧ୍ୟମରେ ଜାତି ଓ ଜନଜାତିର ବିଭିନ୍ନ ସମସ୍ୟାର ସମାଧାନ ହୋଇ ପାରିବ।
ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଏହି ସମ୍ମିଳନୀର ପରିଣାମ ଯାହା ବାହାରିବ ତାହା ବାବା ସାହେବ ଆମ୍ବେଦକରଙ୍କ ସ୍ବପ୍ନ ପୂରଣ କରି ୨୦୪୭ ପର୍ୟ୍ୟନ୍ତ ବିକଶିତ ରାଷ୍ଟ୍ର ଗଠନ ନେଇ କାର୍ୟ୍ୟ କରାଯିବ। ଜାତି ଓ ଜନଜାତି ଲୋକଙ୍କ ଆବଶ୍ୟକତା ଅନୁସାରେ ଯୋଜନାରେ କ’ଣ ପରିବର୍ତନ ହେବା ଦରକାର ତାହା କର୍ମଶାଳାରେ ଆଲୋଚନା ହୋଇଛି। ଏହାର ସଫଳ ରୂପାୟନ ପାଇଁ ଚେଷ୍ଟା କରାଯିବ।ଦୁଇ ଦିନିଆ କର୍ମଶାଳାରୁ ଅନୁସୂଚିତ ଜାତି ଜନଜାତିଙ୍କ ପାଇଁ ଏଜେଣ୍ଡା ୨୦୨୫ ପ୍ରସ୍ତୁତି ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜନଜାତିଙ୍କ ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରର ଗୋଟିଏ ଏଜେଣ୍ଡା ରହିବ । ଏଥି ପାଇଁ କର୍ମଶାଳାରେ ୩୧ ସଦସ୍ୟ ପ୍ରସ୍ତାବ ଦେଇଛନ୍ତି।ସମସ୍ତ ଅଂଶୀଦରଙ୍କ ସହ ଆଲୋଚନା କରି ଏଜେଣ୍ଡା ୨୦୨୫ ଭୁବନେଶ୍ୱରକୁ ବ୍ୟାପକ ରୂପ ରେଖ ଦିଆଯିବ। ଉଦଯାପାନୀ କାର୍ୟ୍ୟକ୍ରମ ପରେ ସାମ୍ବାଦିକ ସମ୍ମିଳନୀରେ ଲୋକସଭା ବାଚସ୍ପତି ଓମ ବିର୍ଲା ଦେଇଛନ୍ତି ସୂଚନା ଦେଇଛନ୍ତି। ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ସମାନତା ଓ ନ୍ୟାୟ ପାଇଁ ସଂସଦୀୟ ସମିତି ମିଳିମିଶି କାମ କରୁଛି। ବଜେଟ ଅର୍ଥ କେମିତି ଖର୍ଚ୍ଚ ହେଉଛି ତାକୁ ଦେଖୁଛି। କେନ୍ଦ୍ର ଓ ରାଜ୍ୟ ବିଧାନସଭାରେ ସଂସଦୀୟ ସମିତି ମିଳିତ ଭାବେ କାମ କରୁଛନ୍ତି। ରାଜ୍ୟ ଓ କେନ୍ଦ୍ରର ସମାନ ଏଜେଣ୍ଡା ନେଇ କାମ କରୁଛନ୍ତି. ସଂସଦୀୟ ସମିତି ଯେଉଁ ଯୋଜନା ଲାଗୁ କରାଯାଇଛି ଏଥିରେ କେତେ ସାମାଜିକ ଓ ଆର୍ଥିକ ସ୍ତରରେ ଉନ୍ନତି ହେଉଛି ତାର ମଧ୍ୟ ନିରକ୍ଷଣ କରାଯାଉଛି। ଯୋଜନା ତିଆରିରେ ମଧ୍ୟ ସାହାର୍ୟ୍ୟ କରାଯାଉଛି। ରାଜ୍ୟ ଏବଂ କେନ୍ଦ୍ର ସରକାର ୭୦-୮୦ ପ୍ରତିଶତ ସଂସଦୀୟ ସମିତି ପ୍ରସ୍ତାବକୁ କାର୍ୟ୍ୟକାରୀ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ଓମ ବିର୍ଲା।ଲୋକସେବା ଭବନ କଂଭେନସନରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଅନୁସୂଚିତ ଜାତି ଜନଜାତି କର୍ମଶାଳକୁ ଗୁରୁବାର ଉଦଯାପନ କରାଯାଇଛି। ଏଥିରେ ରାଜ୍ୟପାଳ,ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଅନୁସୂଚିତ ଜାତି ଜନଜାତି ସଂସଦୀୟ କମିଟିର ଅଧ୍ୟକ୍ଷ ଫଗନ ସିଂ କୁଲସ୍ତେ ଉପସ୍ଥିତ ଥିଲେ।

  • Related Posts

    ନବରଙ୍ଗପୁରରେ ସାମ୍ବାଦିକଙ୍କ ଉପରେ ନିଶାସକ୍ତଙ୍କ ଆକ୍ରମଣରେ ଓଡିଶା ଡିଜିପିଙ୍କୁ ନୋଟିସ୍ ଜାରି କଲେ ଜାତୀୟ ମାନବାଧିକାର କମିଶନ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ

    ଭୁବନେଶ୍ୱର,03।09:ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ଏକ ଗଣମାଧ୍ୟମ ରିପୋର୍ଟର ସ୍ୱତଃ ସଂଜ୍ଞାନ ନେଇଛନ୍ତି, ଯେଉଁଥିରେ ଦର୍ଶାଯାଇଥିଲା ଯେ ୨୯ ଅଗଷ୍ଟ, ୨୦୨୫ ରେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଜନୈକ ନିଶାଶକ୍ତ ବ୍ୟକ୍ତି ଅନେକ ଥର ଛୁରାମାଡ଼…

    Continue reading
    ଆତ୍ମହତ୍ୟା ରୋକିବ ‘ଜୀବନ ଜିନ୍ଦାବାଦ୍’

    ଭୁବନେଶ୍ୱର,03।09: ରାଜ୍ୟରେ ଗତ କିଛି ଦିନ ହେବ ଯେଉଁଭଳି ଆତ୍ମହତ୍ୟାର ଖବର ଆସୁଛି, ଏହାକୁ କିଭଳି ରୋକାଯିବ, ସେନେଇ ବୁଧବାର ଲୋକସଭା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ନବରଙ୍ଗପୁରରେ ସାମ୍ବାଦିକଙ୍କ ଉପରେ ନିଶାସକ୍ତଙ୍କ ଆକ୍ରମଣରେ ଓଡିଶା ଡିଜିପିଙ୍କୁ ନୋଟିସ୍ ଜାରି କଲେ ଜାତୀୟ ମାନବାଧିକାର କମିଶନ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ

    ଆତ୍ମହତ୍ୟା ରୋକିବ ‘ଜୀବନ ଜିନ୍ଦାବାଦ୍’

    ସୁସ୍ଥ ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଅଙ୍ଗନବାଡି କେନ୍ଦ୍ରରେ ଚିନି ବୋର୍ଡ ସ୍ଥାପନ

    ରପ୍ତାନୀ ନୀତି ଓ ବିଶ୍ଵ ବଜାର ସଂଯୋଗୀକରଣ ଶୀର୍ଷକ ରାଜ୍ୟ ସଂଲଗ୍ନ ପ୍ରଶିକ୍ଷଣ ଅଧିବେଶନ

    ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଅଭିବୃଦ୍ଧି ଦିଗରେ ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ଶିଳ୍ପ ମନ୍ତ୍ରୀ

    ସ୍କୁଲ ସହ ଯୋଡ଼ିହେବ ଅଙ୍ଗନବାଡ଼ି କେନ୍ଦ୍ର, ଗାଇଡଲାଇନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ