ଏଣିକି ପେଟ୍ରୋଲ୍‌ ପମ୍ପରେ ମିଳିବ କିରୋସିନ୍‌

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ବରେ ଦେଖା ଦେଇଛି ତୈଳ ଓ ଗ୍ୟାସ ସଂକଟ । ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିନି। ଏପରି ସଂକଟର ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଉଠାଇଛନ୍ତି । ଏହି ପରିପ୍ରେକ୍ଷୀରେ ସରକାର ଏବେ ପେଟ୍ରୋଲିୟମ ସୁରକ୍ଷା ଏବଂ ଲାଇସେନ୍ସ ନିୟମକୁ କୋହଳ କରିଛନ୍ତି, ଯାହାଦ୍ୱାରା କିରାସିନ ଘରେ ଘରେ ସହଜରେ ପହଞ୍ଚିପାରିବ। କେନ୍ଦ୍ର ସରକାରଙ୍କ ଗେଜେଟ୍ ବିଜ୍ଞପ୍ତି ଅନୁସାରେ, ସାଧାରଣ ଲୋକେ ଯେପରି ଇନ୍ଧନ ଅଭାବର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଅନ୍ତର୍ଗତ କିରାସିନ ତେଲ ବିକ୍ରିକୁ ୬୦ ଦିନ ବଢ଼ାଇଛି ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ।
ସେଥିମଧ୍ୟରେ ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ ଓ ଗୁଜରାଟ ରହିଛନ୍ତି। ଏହି ପରିବର୍ତ୍ତନ ଅନୁୟାୟୀ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ବା ଓଏମସି ଦ୍ୱାରା ପରିଚାଳିତ ବଛା ବଛା ପେଟ୍ରୋଲ ପମ୍ପଗୁଡ଼ିକୁ କିରାସିନ ମହଜୁଦ ରଖିବା ଓ ବିତରଣ ପାଇଁ ଅନୁମତି ଦିଆଯାଇଛି। ପ୍ରତ୍ୟେକ ଆଉଟଲେଟ୍ ସର୍ବାଧିକ ୫ହଜାର ଲିଟର କିରାସିନ ରଖିପାରିବେ। ଏହାହସ ପ୍ରତ୍ୟେକ ଜିଲ୍ଲାରେ ସର୍ବାଧିକ ୨ଟି ପେଟ୍ରୋଲ ପମ୍ପ୍ ଏଥିପାଇଁ ନାମିତ ହେବେ ।

  • Related Posts

    ଆଜିଠାରୁ PUCC ଯାଞ୍ଚ କଡ଼ାକଡ଼ି: ଧରାପଡ଼ିଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା

    ଭୁବନେଶ୍ବର:ଆଜିଠାରୁ କଡ଼ାକଡ଼ି ହେବ PUCC ଯାଞ୍ଚ । ଧରାପଡ଼ିଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା। ଆଜି ଠାରୁ ସାରା ରାଜ୍ୟରେ ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଇଛି। ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ଏପ୍ରିଲ ପହିଲା ଯାଏଁ…

    Continue reading
    ଜନତାଙ୍କ ଉପରେ ନପଡ଼ୁ ଯୁଦ୍ଧର ପ୍ରଭାବ: ପ୍ରଧାନମନ୍ତ୍ରୀ

    ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିରେ ଦେଶବାସୀଙ୍କୁ ସୁରକ୍ଷା ଦିଅ। ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ନିରନ୍ତର ସହିତ ଦରଦାମ ସ୍ଥିର ରଖ। ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବା CCS ବୈଠକରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ