ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ନାରାୟଣପୁର ଏବଂ ଦନ୍ତେୱାଡା ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଆଜି ସକାଳଠାରୁ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଏନକାଉଣ୍ଟରରେ ଟଳି ପଡ଼ିଛନ୍ତି ୬ମାଓବାଦୀ। ଏହି ଗୁଳି ବିନିମୟ ଆଜି ସନ୍ଧ୍ୟା ପର୍ୟ୍ୟନ୍ତ ଲଗାତାର ଜାରି ରହିଛି । ଯେଉଁଥିରେ ଏ ପର୍ୟ୍ୟନ୍ତ ୬ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।ମୃତ ମାଓବାଦୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି । ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଅବୁଝମାଡ ଜଙ୍ଗଲରେ ଲାଲ ବାହିନୀଙ୍କ ଏକ ବଡ଼ ଦଳ ଏକତ୍ରିତ ହୋଇଛି ଏବଂ ଏକ ବଡ଼ ବୈଠକ ପାଇଁ ପ୍ରସ୍ତୁତି ଚଳାଇଛି । ଏହାପରେ ଦନ୍ତେୱାଡ଼ାର ନାରାୟଣପୁରରୁ ଡିଆରଜି ଯବାନଙ୍କୁ ଅପରେସନ କରିବାକୁ ପଠାଯାଇଥିଲା। ଯବାନମାନେ ସକାଳ ପ୍ରାୟ ୯ଟାରେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ। ଏହାପରେ ଦୀର୍ଘ ସମୟ ଧରି ଉଭୟ ପାର୍ଶ୍ବରୁ ରହି ରହି ନିରନ୍ତର ଗୁଳିଚାଳନା ହେଉଥିଲା। ଏହି ଏନକାଉଣ୍ଟରରେ ଯବାନମାନେ ଏ ପର୍ୟ୍ୟନ୍ତ ୬ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଛନ୍ତି।ନିହତ ନକ୍ସଲଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶା କରାଯାଉଛି ।
ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର
ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…




