ଏସସିବି ଅଗ୍ନିକାଣ୍ଡ: ତଦନ୍ତ ଦାବି କଲେ ସୁବାସ ସିଂ

କଟକ : କଟକ ଏସସିବି ହସ୍ପିଟାଲରେ ଭୟଙ୍କର ଭାବେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ଘଟଣାରେ କଟକ ମେୟର ସୁବାସ ସିଂ ମଧ୍ୟ ନିଜ ପ୍ରତିକ୍ରିୟା ପ୍ରକାଶ କରି ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି ଯେ ସେ ଏସିସିବି ମେଡ଼ିକାଲ ସହ ୪୦ରୁ ୪୫ ବର୍ଷ ହେବ ଯୋଡ଼ି ହୋଇ ରହିଛନ୍ତି । ଆଗରୁ କେବେବି ଏଭଳି ଘଟଣା ଘଟିନଥିଲା । ଏହା ପ୍ରଥମ ଥର ହୋଇଛି ବୋଲି ଖୋଦ୍ ମେୟର କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ବିରୋଧୀ ଦଳର ନେତା ଓରଫ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ ଏକଥା ଶୁଣିଲେ ସେ ସ୍ତମ୍ଭୀଭୂତ ହୋଇଯାଇଥିଲେ ।
ମେୟରଙ୍କୁ ସୂଚନା ମଧ୍ୟ ଦେଲେ ଯେ ଘଟଣାସ୍ଥଳରେ ରହି ସ୍ଥିତି ଅନୁଧ୍ୟାନ କର । ଲୋକଙ୍କ ପାଖରେ ରହି ପରିବାରକୁ ସାନ୍ତ୍ବନା ଦେବେ କଥା ମଧ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଥିଲେ । ୬ରୁ ୮ଟି ରାଜ୍ୟର ଲୋକମାନେ ଏହି ମେଡ଼ିକାଲ ଉପରେ ନିର୍ଭର କରୁଛନ୍ତି । ପୂର୍ବରୁ ମଧ୍ୟ ଗଣମାଧ୍ୟମ ଏସିବିର ସ୍ଥିତି ଉପରେ ଖବର ମଧ୍ୟ ପ୍ରସାରଣ କରିଥିଲା । ହେଲେ ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ଚୁପ୍ ହୋଇ ବସିଥିଲା । ମେଡ଼ିକାଲର ସୁରକ୍ଷାକୁ ନେଇ ପ୍ରଶାସନ ଆଦୌ ସଚେତନ ନୁହେଁ ଯାହା ସ୍ପଷ୍ଟ ବାରି ହୋଇପଡୁଛି । ଆଗରୁ ପ୍ରତିବାଦ ହେବା ସତ୍ତ୍ବେ ବି ପ୍ରଶାସନ କାହଁକି ଚୁପ୍ ଏନେଇ ସେ ପ୍ରଶ୍ନ ମଧ୍ୟ କରିଛନ୍ତି ।
ମେୟର ସିଧାସଳଖ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ଏହି ଘଟଣାକୁ ଘୋଡ଼ାଇଦେବା ପାଇଁ ସମ୍ପୂର୍ଣ୍ଣ ଭାବେ ଚେଷ୍ଟା କରାଯାଉଅଛି । ଯାହା ଅତ୍ୟନ୍ତ ନିନ୍ଦନୀୟ ଅଟେ । ସେଫ୍ଟି , ସିକ୍ୟୁରିଟି ମଧ୍ୟ ସମ୍ପୂର୍ଣ୍ଣ ଭାବେ ଦୁର୍ବଳ ବୋଲି ଆଜି ଏଭଳି ଘଟଣା ଘଟିଛି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ମେୟର ଦାବି କରିଛନ୍ତି ଯେ ତଦନ୍ତ କରାଯାଇ ଦୋଷୀକୁ କଠୋରରୁ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି । କେଉଁ କାରଣରୁ ଏବଂ କାହିଁକି ଏପରି ଘଟଣା ଘଟିଛି ଏହା ନେଇ ଯଦି ସଠିକ୍ ତଦନ୍ତ କରାଯାଏ ତେବେ ଲୋକମାନଙ୍କ ମନରେ ଗଭୀର ପ୍ରଭାବ ପକାଇବ । ଲୋକମାନଙ୍କ ବିଶ୍ବାସ ଜିତିପାରିବେ ନହେଲେ ପ୍ରଶାସନର ସମ୍ପୂର୍ଣ୍ଣ ବିଫଳତା ବୋଲି ସ୍ବୀକାର କରାଯିବ ।

  • Related Posts

    ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ରୋକିବା ଉଦ୍ଦେଶ୍ୟରେ କାର୍ଯ୍ୟାନୁଷ୍ଠାନ

    ୧୦/୦୪/୨୬,ଭୁବନେଶ୍ୱର: ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ଥିତି ସ୍ୱାଭାବିକ ରହିଛି । ମାତ୍ର କୌଣସି କାରଣ ନଥାଇ କିଛି ଅସାଧୁ ବ୍ୟକ୍ତି ବେଆଇନ ଭାବରେ ଗ୍ଯାସ ସିଲିଣ୍ଡର ମହଜୁଦ ରଖିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହାକୁ ଭିତ୍ତିକରି ଯୋଗାଣ…

    Continue reading
    କ୍ୟାବିନେଟ: ହାଡ଼ୁଆ ଜଳ ସେଚନ ପ୍ରକଳ୍ପ ନେଇ ନିଆଗଲା ଏହି ନିଷ୍ପତ୍ତି

    ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ