ନୂଆଦିଲ୍ଲୀ,22/08: ଏସିଆ କପ୍ ପାଇଁ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି। ବିଶ୍ବକପ୍ ଯୋଗ୍ୟତା ପାଇଁ ଗୁରୁତ୍ବପୂର୍ଣ୍ଣ ଥିବା ଏହି ମହାଦେଶୀୟ ପ୍ରତିଯୋଗିତା ସେପ୍ଟେମ୍ବର ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଚୀନର ହଙ୍ଗ୍ଝୁରେ ଖେଳାଯିବ। ଆହତ କାରଣରୁ ଭେଟେରାନ୍ ଗୋଲକିପର୍ ସବିତା ପୁନିଆ ଏବଂ ଅଭିଜ୍ଞ ମିଡ୍ଫିଲ୍ଡର ସୁଶୀଳା ଚାନୁଙ୍କୁ ସୁଯୋଗ ମିଳିନାହିଁ। ଓଡ଼ିଶାରୁ କେବଳ ଜଣେ ମାତ୍ର ଝିଅ ମିଡ୍ଫିଲ୍ଡର ସୁନେଲିତା ଟୋପ୍ପୋ ଏହି ୨୦ ଜଣିଆ ଦଳରେ ସ୍ଥାନ ପାଇଛନ୍ତି। ଅଭିଜ୍ଞ ସବିତା ପୁନିଆଙ୍କ ଅନୁପସ୍ଥିତି କାରଣରୁ ଅଧିନାୟିକା ସଲିମା ଟେଟେଙ୍କ ଉପରେ ଅତିରିକ୍ତ ଚାପ ରହିବ। ସେହିଭଳି ସବିତାଙ୍କ ଛାୟାରୁ ବାହାରିବା ପରେ ବିଚୁ ଦେବୀ ଖରିବାମଙ୍କୁ ଗୋଲକିପିଂରେ ବି ପ୍ରମାଣିତ କରିବାକୁ ପଡ଼ିବ। ବିବାହ ପରେ ଦଳକୁ ଫେରିଥିବା ଉଦିତା ମଧ୍ୟ ଦଳର ଡିଫେନ୍ସକୁ୍ ସମ୍ଭାଳିବେ। ଭାରତୀୟ ମହିଳା ଦଳ ପାଇଁ ବିଶ୍ବକପ୍ ଯୋଗ୍ୟତା ମଧ୍ୟ କଠୋର ପଥର ଆହ୍ବାନ ରଖିଛି। ପ୍ୟାରିସ୍ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ତଥା ବିଶ୍ବର ୪ ନମ୍ବର ମାନ୍ୟତାପ୍ରାପ୍ତ ଚୀନ ଏବଂ ବିଶ୍ବର ୧୨ ନମ୍ବର ଦଳ ଜାପାନ ପ୍ରମୁଖ ପ୍ରତିବଂଧକ ସାଜିବା ଆଶଙ୍କା ରହିଛି। ପୁଲ୍ ‘ବି’ରେ ସ୍ଥାନ ରହିଥିବା ଭାରତ ସହିତ ଜାପାନ, ଥାଇଲାଣ୍ଡ୍ ଓ ସିଙ୍ଗାପୁର ଥିବାବେଳେ ପୁଲ୍ ‘ଏ’ରେ ଚୀନ, ମାଲେସିଆ, କୋରିଆ ଓ ଚାଇନିଜ୍ ତାଇପେ ରହିଛନ୍ତି। ନିଜ ଗ୍ରୁପ୍ରୁ ଫାଇନାଲ୍ ପହଞ୍ଚିବା ଭାରତ ପାଇଁ ବଡ଼ କଥା ନ ହେଲେ ବି ବିଜେତା ନ ହେଲେ ସିଧାସଳଖ ବିଶ୍ବକପ୍ ଟିକେଟ୍ ପାଇବା କଷ୍ଟକର ହେବ। ‘ଖେଳାଳିମାନେ କଠିନ ପରିଶ୍ରମ କରିଛନ୍ତି, ଦଳ ଚୟନରେ ବି ଯୁବ ଓ ଅଭିଜ୍ଞଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରାଯାଇଛି। ଶୃଙ୍ଖଳିତ ଓ ଆକ୍ରମଣାତ୍ମକ ବ୍ରାଣ୍ଡ୍ର ହକି ଖେଳିବା ଉପରେ ଗୁରୁତ୍ବ ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ।
ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ
ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…




