ମୁମ୍ବାଇ,20।08:ୟୁଏଇରେ ଖେଳାଯିବାକୁ ଥିବା ଏସିଆ କପ୍ ଟି୨୦ ପାଇଁ ମଙ୍ଗଳବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ସୂର୍ଯ୍ୟକୁମାର ୟାଦବ (ଅଧିନାୟକ), ଶୁବମନ୍ ଗିଲ୍ (ଉପଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂହ, ଅଭିଷେକ ଶର୍ମା, ତିଲକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା, ଯଶପ୍ରୀତ୍ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ହର୍ଷିତ ରାଣା, ରିଂକୁ ସିଂହ ଏବଂ ସଂଜୁ ସାମସନ୍ ଦଳରେେ ସ୍ଥାନ ପାଇଛନ୍ତି। ଇଂଲଣ୍ଡରେ ଚମକପ୍ରଦ ପ୍ରଦର୍ଶନ ପରେ ଶୁବମନ୍ ଗିଲ୍ ଏସିଆ କପ୍ ପାଇଁ ଭାରତୀୟ ଟି୨୦ ଦଳକୁ ଫେରିଛନ୍ତି। ଟେଷ୍ଟ୍ ଦଳର ଏହି ଯୁବ ଅଧିନାୟକଙ୍କୁ ଟି୨୦ ଫର୍ମାଟ୍ର ଉପଅଧିନାୟକ ପଦ ମିଳିଛି। ଅକ୍ଷର ପଟେଲ୍ଙ୍କ ବଦଳରେ ତାଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ସୂର୍ଯ୍ୟ କୁମାର ୟାଦବଙ୍କ ନେତୃତ୍ବାଧୀନ ଦଳରେ ଅଭିଷେକ ଶର୍ମା ଓ ସଂଜୁ ସାମ୍ସନ ପ୍ରାରମ୍ଭିକ ବ୍ୟାଟର୍ ଭାବେ ସ୍ଥାନ ପାଇଛନ୍ତି। ପ୍ରସିଦ୍ଧ କ୍ରିଷ୍ଣା, ୱାସିଂଟନ୍ ସୁନ୍ଦର, ରିୟାନ୍ ପରାଗ, ଧ୍ରୁବ ଜୁରେଲ, ଯଶସ୍ବୀ ଜୟସ୍ବାଲ ପ୍ରମୁଖ ସଂରକ୍ଷିତ ଖେଳାଳି ଭାବେ ଅଛନ୍ତି।
ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ
ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…




