ଭୁବନେଶ୍ବର: ଏସ୍ସିବି ମେଡିକାଲର ଟ୍ରମା କେୟାର ଆଇସିୟୁରେ ନିଆଁ ଲାଗି ରୋଗୀ ପ୍ରାଣ ହରାଇବା ଘଟଣାର ତଦନ୍ତ ପାଇଁ ସରକାର ଜଣିକିଆ ନ୍ୟାୟିକ କମିସନ ଗଠନ କରିଛନ୍ତି। ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଲକ୍ଷ୍ମୀଧର ବିଶ୍ବାଳ ଏହି ଘଟଣାର ତଦନ୍ତ କରିବେ। ଆସନ୍ତା ୬୦ଦିନ ଭିତରେ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଏସ୍ସିବିରେ ନିଆଁ ଲାଗିବା ଏକ ଚିନ୍ତାଜନକ ଘଟଣା। ନ୍ୟାୟିକ କମିସନ ଆଇନ, ୧୯୫୨ ଅନୁସାରେ ଏହାର ତଦନ୍ତ କରାଯିବ। କେଉଁ ପରିସ୍ଥିତିରେ ଆଇସିୟୁରେ ନିଆଁ ଲାଗିଲା ତାହାର ଅନୁଧ୍ୟାନ ଆବଶ୍ୟକ। ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ଭୂମିକା ଓ ଉତ୍ତରଦାୟିତ୍ବ ଖୋଜିବା, ପରିସ୍ଥିତିର ମୁକାବିଲା ପାଇଁ ହସ୍ପିଟାଲ ଓ ଅନ୍ୟ ସଂସ୍ଥାଗୁଡ଼ିକର ପ୍ରସ୍ତୁତି, ଘଟଣା ସମୟରେ ରୋଗୀଙ୍କ ଜୀବନ ବଞ୍ଚାଇବା ଲାଗି ପୂର୍ବରୁ ଓ ପରେ ନିଆଯାଇଥିବା ପଦକ୍ଷେପ ଯଥେଷ୍ଟ ଥିଲା କି ନାହିଁ କମିସନ ଏହାର ଅନୁଧ୍ୟାନ କରିବେ। ଏହାସହ ଆଗାମୀ ଦିନରେ ଏଭଳି ଘଟଣା ଯେଭଳି ନ ଘଟିବ ସେଥିପାଇଁ କମିସନ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବେ। ତଦନ୍ତ ସମୟରେ କଟକରେ କମିସନଙ୍କ ମୁଖ୍ୟାଳୟ କାର୍ଯ୍ୟ କରିବ। ଆବଶ୍ୟକ ପଡ଼ିଲେ କମିସନ ଅନ୍ୟ ସ୍ଥାନକୁ ଯାଇ ମଧ୍ୟ ଏହାର ତଦନ୍ତ କରିପାରିବେ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ପୁଣି ଭିଡ଼ ଲାଗିଲାଣି
ଭୁବନେଶ୍ୱର : ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ଯାଞ୍ଚ ଆରମ୍ଭ ହୋଇଛି । ଟୋଲଗେଟ୍ ପାର୍ କଲେ, ମୋଟା ଅଙ୍କର ଇ-ଚାଲଣ କଟୁଛି । ହଜାରେ କି ଦୁଇ ହଜାର ନୁହେଁ, ଏକାବେଳକେ ୧୦ ହଜାର ଟଙ୍କା ଜରିମାନାର ମେସେଜ…



